ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: 2 ଦିନରେ ହଟିଲା 64,940 ପୋଷ୍ଟର, ବ୍ୟାନର ଓ ହୋଡିଂ - ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ

ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏଥିସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏହା ପରେ ଦକ୍ଷିଣ ଦିଲ୍ଲୀ ନଗର ନିଗମ(ଏସଡିଏମସି) ଗତ 2 ଦିନ ମଧ୍ୟରେ 64,940 ପୋଷ୍ଟର, ବ୍ୟାନର ଏବଂ ହୋଡିଂ ହଟାଇଛି ।

Delhi election news
ଦିଲ୍ଲୀ ବିଧାନସଭା ନିର୍ବାଚନ
author img

By

Published : Jan 9, 2020, 2:42 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ । ଆସନ୍ତା ଫେବୃଆରୀ 8 ତାରିଖରେ ଭୋଟ ଗ୍ରହଣ ହେବ ଏବଂ 11ରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶିତ ହେବ । ଏନେଇ ଭାରତୀୟ ନିର୍ବାଚନ ଘୋଷଣା କରିବା ପରେ ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଏହା ପରେ ଦକ୍ଷିଣ ଦିଲ୍ଲୀ ନଗର ନିଗମ(ଏସଡିଏମସି) ଗତ 2 ଦିନ ମଧ୍ୟରେ 64,940 ପୋଷ୍ଟର, ବ୍ୟାନର ଏବଂ ହୋଡିଂ ହଟାଇଛି । ଏହି ଅଭିଯାନକୁ ଆଗକୁ ମଧ୍ୟ ଜୋରଦାର କରାଯିବ । ନିର୍ବାଚନର ଏହି ଆଚାର ସଂହିତାକୁ ଉଲ୍ଲଙ୍ଘନ କଲେ ଏହାର ରିପୋର୍ଟ ନିର୍ବାଚନ କାର୍ଯ୍ୟାଳୟକୁ ପଠାଯିବ ।

ନିର୍ବାଚନର ଏହି ଆଚରଣ ବିଧି ଲାଗୁ ହେବା ପରେ ଏସଡିଏମସି 4ଟି ଜୋନରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଦକ୍ଷିଣ ଜୋନରେ ସବୁଠାରୁ ଅଧିକ 23,069 ହୋଡିଂ, ପୋଷ୍ଟର ଏବଂ ବ୍ୟାନର ହଟାଯାଇଛି । କାର୍ଯ୍ୟାନୁଷ୍ଠାନ ସମୟରେ ରାଜନୀତି ଏବଂ ନିର୍ବାଚନ ସହ ଜଡିତ ସମସ୍ତ ପ୍ରଚାର ସାମଗ୍ରୀ ହଟାଇ ଦିଆଯାଇଛି । ସେହିପରି ନିଗମ ପକ୍ଷରୁ ନଜଫଗଡରୁ 17,088 ହୋଡିଂ, ପୋଷ୍ଟର, ବ୍ୟାନର ହଟାଯାଇଥିବାବେଳେ ମଧ୍ୟ ଜୋନରୁ 10,165 ପୋଷ୍ଟର, ବ୍ୟାନର ଓ ହୋଡିଂ ହଟାଇଯାଇଛି । ପଶ୍ଚିମ ଜୋନରୁ ନିଗମ ପକ୍ଷରୁ 14, 618 ପୋଷ୍ଟର, ବ୍ୟାନର ଓ ହୋଡିଂ ହଟାଯାଇଥିବା ସୂଚନା ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.