ETV Bharat / bharat

ଦିଲ୍ଲୀ ନିର୍ବାଚନ ଫଳାଫଳ: ମୁସଲମାନ ବହୁଳ ଆସନ ଉପରେ ଜନତାଙ୍କ ନଜର - ଦିଲ୍ଲୀ ନିର୍ବାଚନ ଫଳାଫଳ

ଜାରି ରହିଛି ଦିଲ୍ଲୀ ବିଧାନସଭା ନିର୍ବାଚନର ମତଗଣନା । ମୁସଲମାନ ବହୁଳ ଆସନ ଉପରେ ରହିଛି ଜନତାଙ୍କ ନଜର । ଜାଣନ୍ତୁ ଏହି ସବୁ ଆସନରେ କିଏ ଆଗରେ ଅଛନ୍ତି...

ଦିଲ୍ଲୀ ନିର୍ବାଚନ ଫଳାଫଳ: 8 ମୁସଲମାନ ବହୁଳ ଆସନ ଉପରେ ଜନତାଙ୍କ ନଜର

author img

By

Published : Feb 11, 2020, 11:03 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଗଣନା ଜାରି ରହିଛି । ଏପରି ସ୍ଥିତିରେ ଦିଲ୍ଲୀର 8ଟି ମୁସଲମାନ ବହୁଳ ବିଧାନସଭା ଆସନ ଉପରେ ରହିଛି ଜନାତାଙ୍କ ନଜର । ଏହି ଆସନଗୁଡିକରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି ।

ଦିଲ୍ଲୀର ମୁସଲମାନ ବହୁଳ ଆସନ

ଦିଲ୍ଲୀ ରାଜନୀତିରେ ମୁସଲମାନ ମତଦାତାଙ୍କ ସଂଖ୍ୟା 12 ପ୍ରତିଶ୍ରତ ରହିଛି । ଦିଲ୍ଲୀରେ ମୋଟ 70 ଆସନରୁ 8 ବିଧାନସଭା ଆସନ ମୁସଲମାନ ବହୁଳ ଆସନ ରହିଛି, ଯେଉଁଥିରେ ବଲ୍ଲୀମାରାନ, ସୀଲମପୁର, ଓଖଲା, ମୁସ୍ତଫାବାଦ, ଚାନ୍ଦନିଚୌକ, ମଟିୟା ମହଲ, ବାବରପୁର, ଓ କିରାଡି ସିଟ ସିଟ୍‌ ସାମିଲ ରହିଛି । ସେହିପରି ତ୍ରିଲୋକପୁରୀ ଓ ସୀମାପୁରୀ ଆସନରେ ମଧ୍ୟ ମୁସଲମାନ ମତଦାତା ମହତ୍ତ୍ବ ରଖୁଛନ୍ତି ।

ଓଖଲା:

ଦିଲ୍ଲୀର ଓଖଲା ଆସନରେ ଆପର ବିଧାୟକ ଅମାନତୁଲ୍ଲା ଖାନ ପ୍ରାର୍ଥୀ ଥିବା ବେଳେ ତାଙ୍କ ବିପକ୍ଷରେ କଂଗ୍ରେସର ପରବେଜ ହାସମି ନିର୍ବାଚନୀ ମୈଦାନରେ ଅଛନ୍ତି । ଅନ୍ୟପକ୍ଷେ ବିଜେପିରୁ ବ୍ରହ୍ମା ସିଂହ ନିଜର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । 2015ରେ ଆପ ଏହି ଆସନରୁ ବିଜୟ ହାସଲ କରିଥିଲା । ତେବେ ଫଳଫଳର ଟ୍ରେଣ୍ଡରେ ଅମାନତୁଲ୍ଲା ଖାନ ବର୍ତ୍ତମାନ ପଛରେ ଅଛନ୍ତି ।

ମଟିଆ ମହଲ:

ମଟିଆ ମହଲ ଆସନରୁ ଆମ ଆଦମି ପାର୍ଟିରୁ ସୋଏବ ଇକବାଲ, କଂଗ୍ରେସରୁ ଏମ ମିର୍ଜା ଆମ୍ନାସାମ୍ନି ଥିବା ବେଳେ ବିଜେପିରୁ ରବିନ୍ଦ୍ର ଗୁପ୍ତା ପ୍ରାର୍ଥୀ ଅଛନ୍ତି । 2015ରେ ଏହି ଆସନରୁ ଆମ ଆଦମି ପାର୍ଟିରୁ ଅସୀମ ଅହମ୍ମଦ ବିଜୟ ହାସଲ କରିଥିଲେ । ଚଳିତଥର ଆପ ପ୍ରାର୍ଥୀ ସୋଏବ ଇକବାଲ ଆଗରେ ଅଛନ୍ତି ।

ବଲ୍ଲୀମରାନ:

ବଲ୍ଲୀମରାନ ସିଟରୁ କଂଗ୍ରେସର ହାରୁନ ୟୁସୁଫଙ୍କ ବିପକ୍ଷରେ ଆମ ଆଦମି ପାର୍ଟିର ଇମରାନ ହସନ ନିର୍ବାଚନୀ ମୈଦାନରେ ଅଛନ୍ତି । ସେହିପରି ବିଜେପିରୁ ଲତା ସୋଢୀ ପ୍ରାର୍ଥୀ ଅଛନ୍ତି । ଏହି ଆସନରୁ ଆପ ପ୍ରାର୍ଥୀ ଇମରାନ ହସନ ଆଗରେ ଅଛନ୍ତି ।

ସୀଲମପୁର:

ସୀଲମପୁରୀ ଆସନରୁ କଂଗ୍ରେସର ପୂର୍ବତନ ବିଧାୟକ ଚୌଧୁରୀ ମତୀନଙ୍କ ବିପକ୍ଷରେ ଆମ ଆଦମି ପାର୍ଟିର ଅବଦୁଲ ରହେମାନ ନିର୍ବାଚନୀ ମୈଦାନରେ ଅଛନ୍ତି । ଏଠାରେ ବିଜେପିରୁ କୈଳାଶ ମିଶ୍ର ନିର୍ବାଚନ ଲଢୁଛନ୍ତି । ଏହି ଆସନରୁ ବି ଆପ ଆଗରେ ରହିଛି ।

ମୁସ୍ତଫାବାଦ:

ମୁସ୍ତଫାବାଦ ଆସନରୁ କଂଗ୍ରେସର ଅଲ୍ଲୀ ମେହନ୍ଦିଙ୍କ ବିପକ୍ଷରେ ଅଛନ୍ତି ଆମ ଆଦମି ପାର୍ଟିର ହାଜି ୟୁସୁଫ । ବିଜେପିର ଜଗଦୀଶ ପ୍ରଧାନ ଏଠରୁ ନିଜ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । 2015ରେ ବିଜେପି ଏହି ଆସନରୁ ବିଜୟ ହାସଲ କରିଥିଲା । ଏଥର ମଧ୍ୟ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି ।

ବାବରପୁର:

ବାବରପୁର ବିଧାନସଭା ଆସନରୁ ବିଜେପିର ନରେଶ ଗୌର, ଆପର ଗୋପାଳ ରାୟ ଓ କଂଗ୍ରେସରୁ ଅନଭିକ୍ଷା ଦୀକ୍ଷିତ ନିର୍ବାଚନୀ ମୈଦାନରେ ଅଛନ୍ତି । 2015ରେ ଆପରୁ ଗୋପାଳ ରାୟ ବିଧାୟକ ନିର୍ବାଚତ ହୋଇଥିଲେ ।

ଦିଲ୍ଲୀରେ ବିଜେପି ଜଣେ ବି ମୁସଲମାନ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଛିଡା କରିନାହିଁ । ଅନ୍ୟପକ୍ଷେ କଂଗ୍ରେସ ଓ ଆମ ଆଦମି ପାର୍ଟିରୁ 5-5 ଜଣ ମୁସଲମାନ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏପରି ସ୍ଥିତିରେ ମୁସଲମାନ ବହୁଳ ଆସନରେ ଟକ୍କର ବହୁତ ରୋଚକ ରହିଛି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.