ETV Bharat / bharat

ଇସ୍ତଫା ଦେଲେ ମନୋଜ ତିଓ୍ବାରୀ ! - ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ବାରୀ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ତିଓ୍ବାରୀଙ୍କ ଇସ୍ତଫା ଦେବା ନେଇ ସୂଚନା । ହାଇକମାଣ୍ଡଙ୍କ ପକ୍ଷରୁ ଇସ୍ତଫା ଅଗ୍ରାହ୍ୟ । ଅଧିକ ପଢନ୍ତୁ...

ଇସ୍ତଫା ଦେଲେ ମନୋଜ ତିଓ୍ବାରୀ !
ଇସ୍ତଫା ଦେଲେ ମନୋଜ ତିଓ୍ବାରୀ !
author img

By

Published : Feb 12, 2020, 5:13 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପରାଜୟ ପରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । ହେଲେ ବିଜେପି ହାଇକମାଣ୍ଡ ତିଓ୍ବାରୀଙ୍କୁ ନିଜ ପଦରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ବିଜେପି 48 ଆସନ ଜିତିବା ନେଇ ଦାବି କରିଥିଲେ ସେ, ହେଲେ ଦଳକୁ କେବଳ 8ଟି ସିଟ୍‌ ମିଳିଛି ।

ବିଜେପି ହାଇକମାଣ୍ଡ ମନୋଜ ତିଓ୍ବାରୀଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରିଦେଇଥିବା ଜଣାପଡିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ଯୋଗୁଁ ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ନିର୍ବାଚନ ସରିସାରିଥିବା ବେଳେ ରାଜ୍ୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ଦିଲ୍ଲୀରେ ବିଜେପିର ପରାଜୟ ପରେ ମନୋଜ ତିଓ୍ବାରୀ ଏନେଇ ନିଜକୁ ଦାୟୀ କିରିଥିଲେ ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲେ ମନୋଜ ତିଓ୍ବାରୀ । ବିଜେପି ଦିଲ୍ଲୀରେ ବହୁମତ ପାଇବ ବୋଲି ସମ୍ପୂର୍ଣ୍ଣ ଆଶ୍ବସ୍ତ ଥିଲେ ମନୋଜ ତିୱାରୀ । ହେଲେ ଆମ ଆଦମୀ ପାର୍ଟି(ଆପ୍‌) ବୃହତ ବିଜୟ ଆଡକୁ ଗତି କରୁଥିବା ଦେଖି ତାଙ୍କର ମନୋବଳ ଭାଙ୍ଗିଯାଇଥିଲା । ଶେଷରେ ତାଙ୍କୁ ପରାଜୟ ସ୍ବୀକାର କରିବାକୁ ପଡିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.