ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନୀଷ ସିସୋଦିଆ ବିଜେପି ନେତା ପରଭେଶ ବର୍ମାଙ୍କ ନିକଟକୁ ମାନହାନୀ ନୋଟିସ ପଠାଇଛନ୍ତି । ଶୁକ୍ରବାର ପରଭେଶ ବର୍ମା ମନୀଷଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ।
ଶୁକ୍ରବାର ବିଜେପି ନେତା ପରଭେଶ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ମନୀଷଙ୍କୁ ଦୁର୍ନୀତିଗ୍ରସ୍ତ କହିବା ସହ ସମାଲୋଚନା କରିଥିଲେ । ଏହା ଦ୍ବାରା ମନୀଷଙ୍କ ସମ୍ମାନ ହାନୀ ହୋଇଥିବାରୁ ସେ ଏହା ବିରୋଧରେ ମାମଲା ରୁଜୁ କରିଛନ୍ତି । ସେ ନିଜ ଓକିଲଙ୍କ ମାଧ୍ୟମରେ ପରଭେଶ ବର୍ମାଙ୍କ ନିକଟକୁ ନୋଟିସ ଜାରି କରିଛନ୍ତି ।