ETV Bharat / bharat

10 ଦିନିଆ ପୋଲିସ ହେପାଜତକୁ ଗଲେ ଜାମିଆ ମିଲିଆ ସଭାପତି ରେହମାନ - -jamia-coordination-committee

ଉତ୍ତର ପୂର୍ବ ଦିଲ୍ଲୀ ହିଂସା ମାମଲାରେ ଜଡିତ ଶିଫା ଉର ରେହମାନ ଓ ଅନ୍ୟ ଜଣେ ସଦସ୍ୟଙ୍କୁ ଦିଲ୍ଲୀ କୋର୍ଟ 10 ଦିନିଆ ରିମାଣ୍ଡରେ ନେଇଛି।

police custody
10 ଦିନିଆ ପୋଲିସ ହେପାଜତକୁ ଗଲେ ଜାମିଆ ମିଲିଆ ସଭାପତି ରହମାନ
author img

By

Published : Apr 28, 2020, 1:17 PM IST

ନୂଆଦିଲ୍ଲୀ: ପୋଲିସ ହେପାଜତକୁ ଗଲେ ଏଏଜେଏମଆଇ (ଆଲୁମିନି ଆସୋସିଏସନ୍ ଅଫ୍ ଜାମିଆ ମିଲିଆ ଇସଲାମିଆ) ର ସଭାପତି ଓ ଜେସିସି ଜାମିଆ କୋଅର୍ଡିନେସନ କମିଟିର ସଦସ୍ୟ। ଉତ୍ତର ପୂର୍ବ ଦିଲ୍ଲୀ ହିଂସା ମାମଲାରେ ଜଡିତ ଶିଫା ଉର ରହମାନ ଓ ଅନ୍ୟ ଜଣେ ସଦସ୍ୟଙ୍କୁ ଦିଲ୍ଲୀ କୋର୍ଟ 10 ଦିନିଆ ରିମାଣ୍ଡରେ ନେଇଛି।

ତେବେ ମଧ୍ୟ ପୂର୍ବ ଦେଶ ଗୁଡିକରେ ଜାମିଆ ମିଲିଆ ଇସଲାମିଆର ସଦସ୍ୟଙ୍କ ଠାରୁ ବିକ୍ଷୋଭକାରୀ ମାନେ ପାଣ୍ଠି ସଂଗ୍ରହ କରୁଥିବା ପୋଲିସ ସୂଚନା ଦେଇଛି। ଦିଲ୍ଲୀ ଦଙ୍ଗାର ତଦନ୍ତ କରୁଥିବା ସ୍ପେଶାଲ ସେଲ ପୋଲିସ ରହମାନଙ୍କୁ ବେଆଇନ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କରିଛି। ଚଳିତ ବର୍ଷ ଫେବୃଆରୀରେ ଜାତୀୟ ରାଜଧାନୀର ଉତ୍ତର-ପୂର୍ବ ଜିଲ୍ଲାରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ରହମାନ ଅଭିଯୁକ୍ତ ରହିଛି।

ପୋଲିସ କହିଛି ଯେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସିଏଏ,ଏନପିଆର ଓ ଏନଆରସି ବିରୋଧୀ ପ୍ରଦର୍ଶନ ପାଇଁ ଷଡଯନ୍ତ୍ର ରଚିଥିବା ଶିଫା-ଉର୍-ରେହମାନ ବିଭିନ୍ନ ସ୍ଥାନରେ ଦଙ୍ଗା କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ଥିଲା। ଏହାସହ ଫେବୃଆରୀ 2020 ରେ ଜାମିଆ, ଶାହିନ୍ ବାଗ, ସେଲାମପୁର, ଖୁରେଜୀ, ଇଣ୍ଡରଲୋକ ଏବଂ ହାଉଜ୍ ରାନୀ ଆଦି ବିଭିନ୍ନ ସ୍ଥାନରେ ଦଙ୍ଗା ସୃଷ୍ଟି କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.