ନୂଆଦିଲ୍ଲୀ: ରାଜଧାନୀରେ ପରିସ୍ଥିତି ବିଗିଡିବାରେ ଲାଗିଛି । ଗୋଟିଏ ଦିନରେ ଦିଲ୍ଲୀରେ 51 ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ 3 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 5 ଜଣ ସୁସ୍ଥ ହୋଇଛନ୍ତି ।
ଦିଲ୍ଲୀ ସରକାରଙ୍କ ସୂଚନାନୁସାରେ 35 ଜଣ ବିଦେଶ ଫେରନ୍ତା ଗୁରୁବାର କୋଭିଡ 19ରେ ପଜିଟିଭ ଥିବା ଜଣାପଡିଛି । ମର୍କାଜରୁ ଫେରିଥିବା 4 ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏହାସହ 3 ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି । ଫଳରେ ଗୁରୁବାର 51 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।
ଏହାସହ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 720 ପହଞ୍ଚିଛି । ମହାରାଷ୍ଟ୍ର ପଛକୁ ଦେଶରେ ଏହା ଦ୍ବିତୀୟ ସ୍ଥାନରେ ରହିଛି । 720 ପଜିଟିଭରୁ 12 ଜଣଙ୍କ ଚିକିତ୍ସାବେଳେ ମୃତ୍ୟୁ ହୋଇଛି । 25 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।
ସୌଜନ୍ୟ@ANI