ETV Bharat / bharat

ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ କଂଗ୍ରେସର ବିରୋଧ, ଗିରଫ ହେଲେ ଆନ୍ଦୋଳନକାରୀ - delhi congress workers detained

କୋରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆକାଶଛୁଆଁ । ପ୍ରଥମ ଥର ଡିଜେଲର ଦର ପେଟ୍ରୋଲଠାରୁ ଅଧିକ ରହିଛି । ଏହାକୁ ବିରୋଧ କରୁଛି କଂଗ୍ରେସ ।

ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ଆନ୍ଦୋଳନ

author img

By

Published : Jun 29, 2020, 11:44 AM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆକାଶଛୁଆଁ । ପ୍ରଥମ ଥର ଡିଜେଲର ଦର ପେଟ୍ରୋଲଠାରୁ ଅଧିକ ରହିଛି । ଏହାକୁ ବିରୋଧ କରୁଛି କଂଗ୍ରେସ । ସୋମବାର ଦିଲ୍ଲୀ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ରାଜ୍ୟପାଳ ଅନିଲ ବୈଜାଲଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଦିଲ୍ଲୀ ପୋଲିସ ସମସ୍ତଙ୍କୁ ଗିରଫ କରିଛି ।

ପ୍ରକାଶଥାଉକି, ଆଜି(ସୋମବାର) ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ଦଳ ଦେଶବ୍ୟାପୀ ପ୍ରଦର୍ଶନ କରୁଛି। ସେପଟେ ଜିଲ୍ଲା ମୁଖ୍ୟଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିବାକୁ ମଧ୍ୟ କୁହାଯାଇଛି। ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ ପ୍ରଦର୍ଶନ ଜାରି ରଖିଛି । କର୍ଣ୍ଣାଟକ କଂଗ୍ରେସ ନେତା ଡି କେ ଶିବକୁମାର ସାଇକେଲ ଚଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି ।

ପ୍ରକାଶଥାଉକି, ଦିଲ୍ଲୀରେ ବର୍ତ୍ତମାନ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ସର୍ବାଧିକ ରହିଛି। ସୋମବାର ମଧ୍ୟ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦିଲ୍ଲୀରେ 5 ପଇସା ପେଟ୍ରୋଲ ବଢି 80.43 ଟଙ୍କା ଓ ଡିଜେଲ 13 ପଇସା ବୃଦ୍ଧି ପାଇ 80.53 ଟଙ୍କା ହୋଇଛି ।

ଏହାସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସୋମବାର ଆଉ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ କଂଗ୍ରେସ ଦଳ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଉଠାଉଛନ୍ତି। ଏକ ଭିଡିଓ ସେୟାର କରି ରାହୁଲ ଗାନ୍ଧୀ ଟ୍ବିଟ୍ କରି ଲେଖିଛନ୍ତି ଯେ ଆସନ୍ତୁ #SpeakUpAgainstFuelHike ଅଭିଯାନରେ ଯୋଗଦେବା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.