ETV Bharat / bharat

ଦିଲ୍ଲୀ କଂଗ୍ରେସର ପ୍ରସ୍ତାବ, ତତ୍କାଳ ରାହୁଲଙ୍କୁ କରାଯାଉ ଦଳର ଅଧ୍ୟକ୍ଷ

author img

By

Published : Jan 31, 2021, 9:17 PM IST

ଦିଲ୍ଲୀ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ତୁରନ୍ତ ଦଳର ଅଧ୍ୟକ୍ଷ ନିଯୁକ୍ତ କରିବାକୁ ନେଇ ଏକ ସଂକଳ୍ପ ପତ୍ର ପାରିତ କରିଛି । ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ନେଇ ରବିବାର ଦଳର ବରିଷ୍ଠ ନେତାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଚୌଧୁରୀ ଅନିଲ କୁମାର । ଅଧିକ ପଢନ୍ତୁ...

ଦିଲ୍ଲୀ କଂଗ୍ରେସର ପ୍ରସ୍ତାବ, ତତ୍କାଳ ରାହୁଲଙ୍କୁ କରାଯାଉ ଦଳର ଅଧ୍ୟକ୍ଷ
ଦିଲ୍ଲୀ କଂଗ୍ରେସର ପ୍ରସ୍ତାବ, ତତ୍କାଳ ରାହୁଲଙ୍କୁ କରାଯାଉ ଦଳର ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ବକୁ ନେଇ କ୍ରମାଗତ ପ୍ରଶ୍ନ ଉଠିବାରେ ଲାଗିଛି । ଏହାରି ମଧ୍ୟରେ ଦିଲ୍ଲୀ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ତୁରନ୍ତ ଦଳର ଅଧ୍ୟକ୍ଷ ନିଯୁକ୍ତ କରିବାକୁ ନେଇ ଏକ ସଂକଳ୍ପ ପତ୍ର ପାରିତ କରିଛି । ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ନେଇ ରବିବାର ଦଳର ବରିଷ୍ଠ ନେତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଚୌଧୁରୀ ଅନିଲ କୁମାର । ଏହି ବୈଠକରେ କଂଗ୍ରେସକୁ ମଜବୁତ କରିବା ପାଇଁ ଭବିଷ୍ୟତର ରଣନୀତି ଉପରେ ବିଚାର ବିମର୍ଷ ହୋଇଛି ।

ସର୍ବସମ୍ମତି ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ କରାଇବା ନେଇ ପ୍ରସ୍ତାବ ପାରିତ ହୋଇଛି । ଏଥିରେ ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ସମ୍ଭାଳିବା ପାଇଁ ଅନୁରୋଧ କରାଯାଇଛି । ସେହିପରି କଂଗ୍ରେସର ବରିଷ୍ଠ ନେତା ଶକ୍ତି ସିଂହ ଗୋହିଲ ନିଜ ବୟାନରେ କହିଛନ୍ତି, ଦଳର କାର୍ଯ୍ୟକର୍ତ୍ତାଙ୍କୁ ଦିଲ୍ଲୀରେ ସଂଗଠନକୁ ମଜବୁତ କରିବା ପାଇଁ ମଳିମିଶି କାମ କରିବାକୁ ପଡିବ ।

ପ୍ରସ୍ତାବରେ ରାହୁଲଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତର ପ୍ରସ୍ତାବ ରଖାଯାଇଥିଲା । ଏହା ସହ ଦିଲ୍ଲୀରେ ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ମଧ୍ୟ ମଗାଯାଇଛି ।

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣରୁ ଦଳକୁ ନୂଆ ଅଧ୍ୟକ୍ଷର ସନ୍ଧାନ ପ୍ରକ୍ରିୟା ପୁରା ହୋଇସାରିଛି । ଦଳର ନେତା କେସି ଭେନୁଗୋପାଳ ସୂଚନା ଦେଇଛନ୍ତି ସଂଗଠନର ନିର୍ବାଚନ ମେ’ ମାସରେ କରାଇବାକୁ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ସହମତି ପ୍ରକାଶ କରିଥିଲେ । ହେଲେ ସମସ୍ତ ସଦସ୍ୟ ମିଶି ସୋନିଆ ଗାନ୍ଧୀଙ୍କ ଉପରେ ନିଷ୍ପତ୍ତି ଛାଡିଦେଇଥିଲେ ।

ଦଳର ନେତା କେସି ଭେନୁଗୋପାଳ କହିଥିଲେ, ଜୁନ 2021 ସୁଦ୍ଧା କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଯିବ । ଏହି ନିଷ୍ପତ୍ତି କଂଗ୍ରେସ କମିଟି ବୈଠକରେ ନିଆଯାଇଛି । ଅଧ୍ୟକ୍ଷ ହେବାକୁ ରାହୁଲ ଗାନ୍ଧୀଙ୍କ ଅନିଚ୍ଛା ତଥା ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣରୁ ଦଳରେ ନୂତନ ଅଧ୍ୟକ୍ଷ ଖୋଜିବା କାର୍ଯ୍ୟ ଜାରି ରହିଛି। ଏହାପୂର୍ବରୁ କଂଗ୍ରେସର ବହୁ ବରିଷ୍ଠ ନେତା ସଂଗଠନ ପାଇଁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରି ଚିଠି ଲେଖିଥିଲେ। 2019 ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ସୋନିଆ ଗାନ୍ଧୀଙ୍କୁ ଅନ୍ତରୀଣ ଅଧ୍ୟକ୍ଷ। ସେବେଠାରୁ ସେ ହିଁ ଦଳର ଭାର ତୁଲାଉଛନ୍ତି । କିନ୍ତୁ ବର୍ତ୍ତମାନ ଦଳ ଭିତରେ ଜଣେ ନୂତନ ଅଧ୍ୟକ୍ଷ ଚୟନ ପାଇଁ ଦାବି ଉଠିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.