ETV Bharat / bharat

100 ‘ମୋହଲ୍ଲା କ୍ଲିନିକ’ର ଉଦଘାଟନ କଲେ କେଜ୍ରିଓ୍ବାଲ - ନୂଆଦିଲ୍ଲୀ

ଶନିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ 100 ନୂଆ ମୋହଲ୍ଲା କ୍ଲିନିକର ଉଦ୍‌ଘାଟନ କରିଛନ୍ତି । ଏହା ସହିତ ଏହି ମୋହଲ୍ଲା କ୍ଲିନିକର ସଂଖ୍ୟା 300ରେ ପହଞ୍ଚିଛି । ଏହି ମୋହଲ୍ଲା କ୍ଲିନିକରେ ଦୈନିକ ପ୍ରାୟ 35 ରୁ 40 ହଜାର ରୋଗୀ ଚିକିତ୍ସିତ ହୋଇଥାନ୍ତି ।

ଫଟୋ ସୌଜନ୍ୟ: IANS
author img

By

Published : Oct 19, 2019, 11:32 PM IST

ନୂଆଦିଲ୍ଲୀ: ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମୋହଲ୍ଲା କ୍ଲିନିକର ଶୁଭାରମ୍ଭ କରିଥିଲେ । ରାଜ୍ୟରେ 1 ହଜାର କ୍ଲିନିକ ଖୋଲିବାକୁ ସେ ନିଷ୍ପତ୍ତି ନେଇଥିଲେ । ତେବେ ଏହି କ୍ରମରେ ସେ ଆଜି 100 ମୋହଲ୍ଲା କ୍ଲିନିକର ଉଦଘାଟନ କରିଛନ୍ତି । ଏହା ସହିତ ଏହି କ୍ଲିନିକର ସଂଖ୍ୟା 300ରେ ପହଞ୍ଚିଛନ୍ତି ।

ଏନେଇ କେଜ୍ରିଓ୍ବାଲା ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଟ୍ବିଟର ଜରିଆରେ କହିଛନ୍ତି ଯେ, ଆଜି ଏହି 100 କ୍ଲିନିକର ଉଦଘାଟନ ପରେ ଏହାର ସଂଖ୍ୟା 300 ପାରେଇଛି । ରାଜ୍ୟର ଲକ୍ଷାଧିକ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ମିଳିପାରିବ ।

ସେ ଆହୁରି ମଧ୍ୟ କହିଛନ୍ତି କି, ଏଭଳି ହେବା ଦ୍ବାରା ଜଣେ ସାଧାରଣ ନାଗରିକ ସହଜ ଏବଂ ସୁବିଧାରେ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ପାଇପାରିବ । ଏଭଳି ବ୍ୟବସ୍ଥା ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ସେ କହିଥିଲେ । ଏହା ସହିତ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି କି, ଦିଲ୍ଲୀ ସରକାର ସମସ୍ତ ମୋହଲ୍ଲା କ୍ଲିନିକରେ ସିସିଟିଭି ଲଗାଇବାର ବ୍ୟବସ୍ଥା କରିବେ ।

ସୂଚନା ଯୋଗ୍ୟ ବର୍ତ୍ତମାନ ଦିଲ୍ଲୀରେ ଚାଲୁଥିବା ମୋହଲ୍ଲା କ୍ଲିନିକ ମାଧ୍ୟମରେ ପାଖାପାଖି 1.69 କୋଟି ଲୋକଙ୍କୁ ସୁବିଧା ମିଳିପାରିଛି । ଏହି କ୍ଲିନିକରେ ପାଖାପାଖି 16 ଲକ୍ଷ ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା କରାଯାଇଛି । ପ୍ରତ୍ୟେକ କ୍ଲିନିକରେ ପ୍ରତିଦିନ ପାଖାପାଖି 35 ରୁ 40 ହଜାର ରୋଗୀ ଆସୁଥିବା ଜଣାପଡ଼ିଛି । ତେବେ ଏହା ସମଗ୍ର ଦିଲ୍ଲୀରେ ରୋଗୀଙ୍କ ଅନୁପାତରେ ମାତ୍ର 20 ପ୍ରତିଶତ ବୋଲି ସୂଚନା ମିଳିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.