ETV Bharat / bharat

ଦିଲ୍ଲୀରେ ଆଜିଠୁ ନୋ-ଏଣ୍ଟ୍ରି, ସୀମା ସିଲ କଲା ପ୍ରଶାସନ - kejriwal ghaziabad gurugram noida lockdown 5 unlock-

ରାଜଧାନୀ ଦିଲ୍ଲୀରେ ଆଜିଠାରୁ ସୀମା ସିଲ କରାଯାଇଛି । ଏକ ସପ୍ତାହ ଧରି ସୀମା ସିଲ କରାଯିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ।

delhi border seal
ଦିଲ୍ଲୀରେ ଆଜିଠୁ ନୋଏଣ୍ଟ୍ରୀ
author img

By

Published : Jun 2, 2020, 10:00 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଜନିତ ଲକଡାଉନ 5.0ର ଆଜି ଦ୍ବିତୀୟ ଦିନ । ଯାହାକୁ ଅନଲକ-1 ବୋଲି ମଧ୍ୟ କୁହାଯାଉଛି । ଯେଉଁଥିରେ ଦୀର୍ଘ 2 ମାସ ଧରି ଥିବା ତାଲାବନ୍ଦ ପ୍ରତିବନ୍ଧକକୁ ଧିରେ ଧିରେ କୋହଳ କରାଯାଉଛି । ମାତ୍ର ଏହାରି ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ଆଜିଠାରୁ ସୀମା ସିଲ କରାଯାଇଛି । ଏକ ସପ୍ତାହ ଧରି ସୀମା ସିଲ କରାଯିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ।

ତେଣୁ ଦିଲ୍ଲୀରେ ଥିବା ଆଖପାଖ ସହରରେ କାମ ପାଇଁ ଆସୁଥିବା ଲୋକେ ଏନେଇ ମୁଖ୍ୟତଃ ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେବେ ଏକ ସପ୍ତାହ ପାଇଁ ଦିଲ୍ଲୀ ସୀମା ସିଲ ନେଇ ନିଷ୍ପତ୍ତି ହୋଇଛି । କେବଳ ଆଖପାଖ ଲୋକ ଯେଉଁମାନଙ୍କ ପାଖରେ ପ୍ରଶାସନ ପକ୍ଷରୁ ପାସ୍ ମିଳିଥିବ, କେବଳ ସେମାନଙ୍କୁ ହିଁ ପ୍ରବେଶ କରିବାକୁ ଅନୁମତି ମିଳିବ ।

ତେବେ ଅନଲକ-1 ର ଗାଇଡଲାଇନ ଅନୁସାରେ, ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଆସିବାରେ ପ୍ରତିବନ୍ଧକ ଲଗାଯାଇନାହିଁ । ଏହା ଅଧୀନରେ ହରିୟାଣା-ଦିଲ୍ଲୀ ନିକଟରେ ସୀମା ଖୋଲିଥିଲା, ଅର୍ଥାତ୍ ଏହାଦ୍ବାରା ଲୋକମାନେ ଗୁରୁଗ୍ରାମ-ଫରିଦାବାଦରୁ ଦିଲ୍ଲୀ ଆସିପାରିଥାନ୍ତେ । କିନ୍ତୁ ଉତ୍ତରପ୍ରଦେଶର ନୋଏଡା ଏବଂ ଗାଜିଆବାଦ ଦିଲ୍ଲୀ ନିକଟରେ ଥିବା ନିଜ ନିଜ ସୀମାକୁ ବନ୍ଦ ରଖିଛନ୍ତି । ଏହି କାରଣରୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ପରେ ଦିଲ୍ଲୀ ସୀମାକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.