ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବର୍ଡର ସିଲ୍ ହେବା ନେଇ ଘୋଷଣା କରିଥିଲେ । ମଙ୍ଗଳବାର ସକାଳେ ବର୍ଡର ସିଲ୍ ହେବା କାରଣରୁ ସାଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ । ତେବେ ଦିଲ୍ଲୀ-ଗାଜିପୁର ସୀମାରେ ଯାନବାହାନ ସହଜରେ ଗତି କରୁଛି । ସୀମାନ୍ତରେ ପୋଷ୍ଟ କରିଥିବା ଦିଲ୍ଲୀ ପୋଲିସ କର୍ମଚାରୀ କହିଛନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ସୀମା ସିଲ୍ କରିବା ପାଇଁ ଆଦେଶ ପାଇନାହାଁନ୍ତି ।
ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟ୍ରେନର ଚଳାଚଳ ଏଠାରେ ଜାରି ରହିଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତକାଲି ଦିଲ୍ଲୀ ସୀମାକୁ ସିଲ୍ କରିବାକୁ ଘୋଷଣା କରିଥିଲେ। ଆସନ୍ତା 7 ଦିନ ପାଇଁ ଦିଲ୍ଲୀର ସମସ୍ତ ସୀମା ସିଲ୍ କରାଯିବ ବୋଲି ସେ କହିଛନ୍ତି । ତେବେ ସୀମା ଏପର୍ଯ୍ୟନ୍ତ ସିଲ୍ ହୋଇନାହିଁ।
ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଅନୁଯାୟୀ, ରବିବାର ଯାଏଁ ବର୍ଡର ସିଲ୍ ରହିବ । ପାସ୍ ଥିବା ଜଣଙ୍କୁ କେବଳ ଏଣ୍ଟ୍ରି ଦିଆଯିବ । ଏହାସହ ବ୍ୟବସାୟିକ ଯାନବାହନକୁ ଛଡାଯାଉଛି । ଏହାପୂର୍ବରୁ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦ ଜିଲ୍ଲାପ୍ରଶାସନ ଦିଲ୍ଲୀ ବର୍ଡର ସିଲ୍ କରିଦେଇଥିଲେ ।
ପ୍ରକାଶଥାଉକି, ଦିଲ୍ଲୀରେ ସଂକ୍ରମିତ କରୋନା ସଂଖ୍ୟା 20834 ରେ ପହଞ୍ଚିଛି। 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 990 ଟି କୋରୋନା ମାମଲା ରୁଜୁ ହୋଇଛି। ଏହାସହ 50 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀରେ କୋରୋନା ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ 523 ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣର ମାତ୍ରା ବଢୁଥିବାବେଳେ ଦିଲ୍ଲୀ ସୀମାକୁ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।