ନୂଆଦିଲ୍ଲୀ: ମହାମାରୀ ସମୟରେ ଶାନ୍ତିରେ ନିଶ୍ବାସ ମାରୁଛନ୍ତି ଦିଲ୍ଲୀବାସୀ। ଲକଡାଉନରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ସନ୍ତୋଷଜନକ ସ୍ଥିତିରେ ପହଁଞ୍ଚିଛି ଦିଲ୍ଲୀରେ ବାୟୁର ଗୁଣବତ୍ତା। ହେଲେ ଲଗାତାର ଅନେକ ଦିନ ପରିଷ୍କାର ବାୟୁ ରେକର୍ଡ କରିବା ପରେ ରାଜଧାନୀରେ ବାୟୁ ଗୁଣବତ୍ତା ଶନିବାର 'ମଧ୍ୟମ' ବର୍ଗକୁ ଖସି ଆସିଛି ଏବଂ ସାମଗ୍ରିକ ଗୁଣବତ୍ତା ସୂଚକାଙ୍କ 101 ରେ ପହଁଞ୍ଚିଛି।
ଶନିବାର ସକାଳେ ଦିଲ୍ଲୀର ଅନେକ ଅଞ୍ଚଳ 'ମଧ୍ୟମ' ବର୍ଗରେ ବାୟୁ ଗୁଣବତ୍ତା ଦେଖିଥିଲେ। ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ସକାଳ 9 ଟାରେ ଅପଡେଟ୍ ହୋଇଥିବା ମଥୁରା ରୋଡ୍, ଲୋଧି ରୋଡ୍, ଦ୍ୱାରକା, ବାୱାନା ଏବଂ ଡିଟିୟୁ 124, 120, 112, 130 ଏବଂ 145 ସହିତ 'ମଧ୍ୟମ' ବର୍ଗରେ ବାୟୁ ଗୁଣବତ୍ତା ରେକର୍ଡ କରିଛି ।
ତେବେ ଆନନ୍ଦ ବିହାର, ଆଇଟିଓ, ପୁସା ରୋଡ୍, ଆର.କେ ପୁରାମ ଏବଂ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଟର୍ମିନାଲ୍)) ସମେତ ଦିଲ୍ଲୀର କେତେକ ଅଞ୍ଚଳରେ ଯଥାକ୍ରମେ 91, 93, 92, 80 ଏବଂ 94 ର ବାୟୁର ଗୁଣବତ୍ତା ସୂଚକାଙ୍କ 'ସନ୍ତୋଷଜନକ' ବର୍ଗରେ ଦେଖିବାକୁ ମିଳିଥିଲା।
ସିପିସିବି ତଥ୍ୟ ଅନୁଯାୟୀ, 51 ରୁ 100 ପରିସର ମଧ୍ୟରେ AQI 'ସନ୍ତୋଷଜନକ' ବା 'ବହୁତ ଭଲ' ଭାବରେ ବିବେଚନା କରାଯାଏ। 101-200 ହେଉଛି 'ମଧ୍ୟମ', 201-300 'ଖରାପ' ବର୍ଗରେ । 300-400 କୁ 'ଅତ୍ୟନ୍ତ ଖରାପ' ଭାବରେ ବିବେଚନା କରାଯାଉଥିବାବେଳେ 401-500 ମଧ୍ୟରେ ସ୍ତରଗୁଡିକ 'ବିପଜ୍ଜନକ' ବର୍ଗ ଅନ୍ତର୍ଗତ ।