ETV Bharat / bharat

ଛିଣ୍ଡୁନି ତବଲିଗି ଅଡୁଆ, 36 ବିଦେଶୀ ନାଗରିକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଜାତୀୟ ରାଜଧାନୀରେ କୋରୋନା ସଂକ୍ରମଣ ବିସ୍ତାର ଅଭିଯୋଗରେ ହରଡ ଘଣାରେ ଫସିଥିବା ଜମାତିଙ୍କ ଅଡୁଆ କମୁନି। ଏହି ମର୍କାଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା 36 ବିଦେଶୀ ନାଗରିକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମାମଲା ଚାଲୁ ରହିବ।

author img

By

Published : Aug 26, 2020, 11:13 AM IST

ଛିଣ୍ଡୁନି ମର୍କାଜ ଅଡୁଆ, 36 ବିଦେଶୀ ନାଗରିକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କୋରୋନା ସଂକ୍ରମଣ ବିସ୍ତାର ଅଭିଯୋଗରେ ହରଡ ଘଣାରେ ଫସିଥିବା ଜମାତିଙ୍କ ଅଡୁଆ କମୁନି। ଏହି ମର୍କାଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା 36 ବିଦେଶୀ ନାଗରିକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମାମଲା ଚାଲୁ ରହିବ।

ସାଙ୍କେତ୍ ଜିଲ୍ଲା କୋର୍ଟ ଦିଲ୍ଲୀ ପୋଲିସର ଚାର୍ଜସିଟ୍ ଗ୍ରହଣ କରିବା ସହ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ସଠିକ୍ ଭାବରେ ଗ୍ରହଣ କରିଛି। ବର୍ତ୍ତମାନ ଏହି ସମସ୍ତ ବିଦେଶୀ ଜମାତିଙ୍କ ବିରୋଧରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏଥର ମଧ୍ୟ ନିଜାମୁଦ୍ଦିନ ମାର୍କାଜଙ୍କ ନିମନ୍ତ୍ରଣ କ୍ରମେ ପ୍ରାୟ 36 ଜଣ ଜମାତି ପର୍ଯ୍ୟଟକ ଭିସା ନେଇ ଭାରତରେ ପହଞ୍ଚିଥିଲେ। ତେବେ କୋରୋନା ସଂକ୍ରମଣ ହେତୁ ଦିଲ୍ଲୀ ସରକାର କୌଣସି ସାମାଜିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇ ସମସ୍ତ ସାର୍ବଜନୀନ ପରିସରକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଘୋଷଣା କରିଥିଲେ।

କିନ୍ତୁ ଶହ ଶହ ନିଜାମୁଦ୍ଦିନ ମାର୍କାଜର ଜମାତି ଏହାକୁ ମାନିଲେ ନାହିଁ। ତାଙ୍କର ଅନ୍ୟ ଗୋଷ୍ଠୀ ସରକାରଙ୍କ ନିୟମ ଉଲ୍ଲଂଘନ କରି ଦେଶର ଅନ୍ୟ ଅଞ୍ଚଳରେ ପ୍ରଚାର କରିବାକୁ ଯାଇଥିଲେ। ଏହା ପରେ ପୋଲିସ-ପ୍ରଶାସନ ଏହି ଅପରେସନ୍ କରି ସମସ୍ତ ଜମାତିଙ୍କୁ ବାହାର କରି ଏକ ପରୀକ୍ଷା କରିଥିଲା, ତା’ପରେ ସେମାନଙ୍କ ମଧ୍ୟରୁ ଅନେକ କୋରୋନା ସଂକ୍ରମିତ ହୋଇଥିଲେ।

ଏହା ପରେ ସମସ୍ତ ଜମାତିଙ୍କ ଉପରେ ଏକ ମାମଲା ରୁଜୁ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଅଧିକାଂଶ ଘରୋଇ ଜମାତି ଜାମିନ ପାଇଛନ୍ତି। ଏଥିସହିତ ଏହି ମାମଲାରେ ଧରାପଡିଥିବା 36 ଜଣ ବିଦେଶୀ ଜମାତୀଙ୍କୁ କୋର୍ଟ ଚାଲାଣ କରିବାକୁ ସାଙ୍କେତ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତବଲିଗି ଜମାତ ପକ୍ଷରୁ ଓକିଲ, ବରିଷ୍ଠ ଓକିଲ ରେବେକା ଜନ୍ ସେମାନଙ୍କୁ ନିର୍ଦ୍ଦୋଷ ବୋଲି କହିଥିଲେ ଏବଂ ଚାର୍ଜସିଟ୍ ଖାରଜ କରିବାକୁ ଦାବି କରିଥିଲେ। ଏଥି ସହ ଦିଲ୍ଲୀ ପୋଲିସ ପକ୍ଷରୁ ଓକିଲ ଅତୁଲ ଶ୍ରୀବାସ୍ତବ ତାଙ୍କ ବିରୋଧରେ ମାମଲା ଆରମ୍ଭ କରିବାକୁ ଅନୁମତି ମାଗିଥିଲେ। ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ ସ୍ବୀକାର କରିଛନ୍ତି ଯେ ସେହି 36 ଜଣ ବିଦେଶୀ ଜମାତି ଜାଣିଶୁଣି ସରକାରଙ୍କ ଆଦେଶ ପାଳନ କରୁନାହିଁ ଏବଂ ଦେଶର ଅନେକ ନିୟମ ଉଲ୍ଲଂଘନ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.