ETV Bharat / bharat

ମଧ୍ୟପ୍ରଦେଶ ବିଭାଗ ଭାଗବଣ୍ଟାରେ ହେଉଥିବା ବିଳମ୍ବ ବିଜେପିକୁ ଦୁର୍ବଳ କରିବ ! - MP portfolio allocation

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ଦୀର୍ଘ ମାସ ପରେ ଶିବରାଜ ସିଂହ ଚୌହାନ ନିଜ ମନ୍ତ୍ରିମଣ୍ଡଳ ସଂମ୍ପ୍ରସାରଣ କରିଥିଲେ। ମନ୍ତ୍ରୀମାନେ ୭ ଦିନ ତଳେ ଶପଥ ନେଇଥିବା ସତ୍ବେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ଚୌହାନ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ଭାଗବଣ୍ଟା କରିନାହାନ୍ତି । ଦଳର ଏଭଳି କାର୍ଯ୍ୟକଳାପ ଉପନିର୍ବାଚନରେ ତାକୁ ମହଙ୍ଗା ପଡିପାରେ ।

ଶିବରାଜ ସିଂହ ଚୌହାନ
ଶିବରାଜ ସିଂହ ଚୌହାନ
author img

By

Published : Jul 9, 2020, 8:41 PM IST

ଭୋପା: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ଦୀର୍ଘ ମାସ ପରେ ଶିବରାଜ ସିଂହ ଚୌହାନ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ। ବହୁ କସରତ ପରେ ତାଙ୍କ କ୍ୟାବିନେଟରେ ୨୮ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା । ରାଜ୍ୟପାଳ ଆନନ୍ଦିବେନ ପଟେଲ ଶିବରାଜ କ୍ୟାବିନେଟର ମୋଟ ୨୮ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ସେଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୮ ଜଣ ରାଜ୍ୟ ମନ୍ତ୍ରୀଙ୍କ ଭାବେ ଶପଥ ଗ୍ରହଣ କରିଥିଲେ । ହେଲେ ବିଭାଗ ଭାଗ ବଣ୍ଟାକୁ ନେଇ ଏବେ ମଧ୍ୟ ଦ୍ୱନ୍ଦ୍ୱ ଲାଗି ରହିଛି। ମନ୍ତ୍ରୀମାନେ ୭ ଦିନ ତଳେ ଶପଥ ନେଇଥିବା ସତ୍ବେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ଚୌହାନ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ଭାଗବଣ୍ଟା କରିନାହାନ୍ତି ।

ଅନ୍ୟପକ୍ଷରେ ଏହାକୁ ନେଇ ଗୁରୁବାର ବଡ଼ ବୟାନ ଦେଇଛନ୍ତି ଚୌହାନ । ସମସ୍ତ ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି। ମୁଁ ହିଁ ସବୁ ବିଭାଗର ମନ୍ତ୍ରୀ। ସରକାର ଠିକ ଭାବେ ଚାଲିଛି। ଖୁବଶୀଘ୍ର କ୍ୟାବିନେଟ ବୈଠକ ବସିବ। ଏଥିରେ ସବୁ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି । ତେବେ ଗୁରୁବାର ସକାଳ ୧୦.୩୦ରେ କ୍ୟାବିନେଟ ବୈଠକ ବସିବାର ଥିଲା। ହେଲେ କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ନାଟକୀୟ ଗିରଫଦାରୀ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି।

ତେବେ ବିଭାଗ ଭାଗବଣ୍ଟା ନହେବାର କାରଣ ବିକାଶ ଦୁବେ ବୋଲି କହିଲେ ସୁଦ୍ଧା ଏହାର ମୁଖ୍ୟ କାରଣ ଅନ୍ୟ କିଛି ବୋଲି ଚର୍ଚ୍ଚା ହେଉଛି । ଅନ୍ୟାନ୍ୟ ଦଳରୁ ବିଜେପିରେ ସାମିଲ ହୋଇଥିବା ମନ୍ତ୍ରୀଙ୍କ ସହ ଚୌହାନଙ୍କର ବିବାଦ ହେବାର ସମ୍ଭାବନା ଯୋଗୁଁ ବିଳମ୍ବ ହେଉଥିବା ଦଳୀୟ ସୂତ୍ରରୁ ପ୍ରକାଶ ପାଇଛି । ପ୍ରମୁଖ ବିଭାଗକୁ ନେଇ ବିଜେପି ଏବଂ କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିବା ମନ୍ତ୍ରୀଙ୍କ ମଧ୍ୟରେ ନିରାଶା ଦେଖାଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

କିନ୍ତୁ ସେ ମନ୍ତ୍ରୀଙ୍କ ମଧ୍ୟରେ ଥିବା ନିରାଶାକୁ ଦୂର କରିପାରିବେ ନାହିଁ । ତେବେ ମନ୍ତ୍ରଣାଳୟ ଗଠନରେ କେତେକ ପ୍ରମୁଖ କ୍ଷେତ୍ର ଏବଂ ଜାତି ସଂରଚନାକୁ ଅଣଦେଖା କରାଯିବା ସହ ଦଳରେ ନୂତନ ଆଗମନ ପାଇଁ ପ୍ରମୁଖ ବିଭାଗ ସଂରକ୍ଷିତ ରଖାଯାଇଛି। ଏହି କାରଣରୁ ଦଳର ପୁରୁଣା ସଦସ୍ୟମାନେ ବିଶୃଙ୍ଖଳିତ ଏବଂ ଉପ-ନିର୍ବାଚନରେ ​​ଦଳ ପାଇଁ କାର୍ଯ୍ୟ କରିବାକୁ ଆବଶ୍ୟକ ପ୍ରତିବଦ୍ଧତା ଦେଖାଇ ନପାରନ୍ତି । ଏହି କାରଣରୁ ବିଭାଗ ଭାଗବଣ୍ଟାରେ ବିଳମ୍ବ ହେଉଥିବା ଆଲୋଚନା ହେଉଛି ।

ଜବଲପୁରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଅଜୟ ବିଷ୍ଣୁ ଏନେଇ ଦଳକୁ ସମାଲୋଚନା କରି କହିଛନ୍ତି , ନେତାଙ୍କ କ୍ରମାଗତ ଅପମାନକୁ ନେଇ ବିଜେପି କର୍ମୀମାନେ ଅସନ୍ତୁଷ୍ଟ ହୋଇପାରନ୍ତି । ପ୍ରଥମେ ଏହା ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଥିଲା ଏବଂ ବର୍ତ୍ତମାନ ବିଭାଗ ଆବଣ୍ଟନକୁ ନେଇ ହୋଇଛି । ବିଜେପିର ସାଧାରଣ କର୍ମୀ ଆମ ନେତାଙ୍କ ଅପମାନକୁ ନେଇ ଅସନ୍ତୁଷ୍ଟ ହୋଇପାରନ୍ତି ବୋଲି ଭୟ ରହିଛି ବୋଲି ସେ କହିଛନ୍ତି । ତେବେ ବିଷ୍ଣୁଙ୍କ ଏହି ମନ୍ତବ୍ୟ ଦଳ ପାଇଁ ସତ୍ୟ ସାବ୍ୟସ୍ତ ହୋଇପାରେ । ଆଗକୁ ଉପନିର୍ବାଚନ ରହିଛି । ଏଥିରେ ବିଜେପିକୁ ଭଲ ପ୍ରଦର୍ଶନ କରିବାକୁ ହିଁ ପଡିବ । ନଚେତ ଶାସନ କ୍ଷମତାକୁ ଆସିବା ପାଇଁ କରାଯାଇଥିବା ପରିଶ୍ରମ ବୃଥା ଯିବ ।

ସେପଟେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ୨୮ ଜଣ ସମର୍ଥକଙ୍କ ମଧ୍ୟରୁ ୧୨ଜଣ ସମର୍ଥକ ମନ୍ତ୍ରୀମଣ୍ଡଳରେ ସାମିଲ ଅଛନ୍ତି। ୭ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ୫ ଜଣଙ୍କୁ ରାଜ୍ୟ ପାହ୍ୟା ଦିଆଯାଇଛି। ସେମାନଙ୍କୁ ମଧ୍ୟ ଭଲ ବିଭାଗ ମିଳୁ ବୋଲି ସିନ୍ଧିଆ ଚାହିଁବେ ।

ଚଳିତ ବର୍ଷ ମାର୍ଚ୍ଚରେ ୬ଜଣ ମନ୍ତ୍ରୀଙ୍କ ସମେତ ୨୨ଜଣ କଂଗ୍ରେସ ବିଧାୟକ ସିନ୍ଧିଆଙ୍କ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହୋଇଥିଲା। ମାର୍ଚ୍ଚ 23 ରେ ଦାୟିତ୍ୱ ଗ୍ରହଣ କରିଥିବା ଚୌହାନ ଏକ ମାସ ପାଇଁ ଏକକ କାର୍ଯ୍ୟ କରିଥିଲେ । କ୍ୟାବିନେଟରେ ପ୍ରଥମେ ମାତ୍ର ୬ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ, ଯେଉଁଥିରେ ସିନ୍ଧିଆଙ୍କ ଦୁଇଜଣ ଘନିଷ୍ଠ ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିଲା। ଏହାପରେ ମନ୍ତ୍ରୀମଣ୍ଡଳ ସଂମ୍ପ୍ରସାରଣ ପାଇଁ ଚୌହାନ 2 ମାସ ସମୟ ନେଇଥିଲେ । ଆଉ ଏବେ ବିଭାଗ ଭାଗବଣ୍ଟା ପାଇଁ ସମୟ ନେଉଛନ୍ତି ଚୌହାନ । ଆଠ ଦିନ ହେଲା ନୂଆ ମନ୍ତ୍ରୀମାନଙ୍କର କୌଣସି କାମ ନାହିଁ କାରଣ ବିଜେପି ନେତୃତ୍ୱ ଏହି ଅବରୋଧ ଶେଷ କରିବାକୁ ତତ୍ପରତା ଦେଖାଇ ନାହିଁ । ତେବେ ଦଳର ଏଭଳି କାର୍ଯ୍ୟକଳାପ ଉପନିର୍ବାଚନରେ ତାକୁ ମହଙ୍ଗା ପଡିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.