ଡେରାଡୁନ: ଷ୍ଟେସନର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ଯୋଗୁଁ ଆଜି ଠାରୁ 3ମାସ ଯାଏଁ ଡେରାଡୁନ ଷ୍ଟେସନରେ ରେଳ ଚଳାଚଳ ବନ୍ଦ କରାଯାଇଛି । ତେବେ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ଫେବୃଆରୀ 7ତାରିଖ ଯାଏଁ ଷ୍ଟେସନକୁ ବ୍ଲକ କରାଯାଇଛି । ଯାହାଫଳରେ ଉତ୍ତରାଖଣ୍ଡର ହରିଦ୍ବାର ଠାରୁ ଡେରାଡୁନ ମଧ୍ୟରେ 90ଦିନ ଯାଏଁ କୌଣସି ଟ୍ରେନ ଚଳାଚଳ କରିବ ନାହିଁ ।
ସୂଚନାନୁସାରେ,23 ଡିସେମ୍ବର ଯାଏଁ ଡେରାଡୁନ କୋଟା ମଧ୍ୟରେ ଚାଲୁଥିବା ନନ୍ଦାଦେବୀ ଏକ୍ସପ୍ରେସ ଓ ନୂଆଦିଲ୍ଲୀ-ଡେରାଡୁନ ମଧ୍ୟରେ ଚାଲୁଥିବା ଶତାବ୍ଦୀ ଏକ୍ସପ୍ରେସର ଶେଷ ଗନ୍ତବ୍ୟସ୍ଥଳ ହରଓ୍ବାଲା ଷ୍ଟେସନକୁ ନିର୍ଦ୍ଧାରିତ କରାଯାଇଛି । ସେହିପରି 24 ଡିସେମ୍ବରରୁ 2020 ଫେବୃଆରୀ ମାସ ଯାଏଁ ଉକ୍ତ 2ଟି ଟ୍ରେନ ହରିଦ୍ବାର ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ ।