ETV Bharat / bharat

ଆଜିଠୁ ଡେରାଡୁନ-ଲକ୍ଷ୍ନୌ ବିମାନ ସେବା ଆରମ୍ଭ, ସପ୍ତାହରେ ତିନି ଦିନ ଉଡିବ

ଆଜିଠାରୁ ଆରମ୍ଭ ହେଲା ଡେରାଡୁନ-ଲକ୍ଷ୍ନୌ ବିମାନ ସେବା । ଇଣ୍ଡିଗୋ ଏୟାରଲାଇନ୍ସର ଏହି ବିମାନ ଡେରାଡୁନର ଜଲି ଗ୍ରାଣ୍ଟ ବିମାନବନ୍ଦରରୁ ଲକ୍ଷ୍ନୌକୁ ସପ୍ତାହରେ ତିନି ଦିନ ଉଡିବ । କୋରୋନା ଅବଧି ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହେତୁ ଜୁନ୍ ମାସରେ ଏହି ମାର୍ଗରେ ବିମାନ ସେବା ବନ୍ଦ କରାଯାଇଥିଲା । ଅଧିକ ପଢନ୍ତୁ...

author img

By

Published : Aug 25, 2020, 3:13 PM IST

ଆଜିଠୁ ଡେରାଡୁନ-ଲକ୍ଷ୍ନୌ ବିମାନ ସେବା ଆରମ୍ଭ, ସପ୍ତାହରେ ତିନି ଦିନ ଉଡିବ
ଆଜିଠୁ ଡେରାଡୁନ-ଲକ୍ଷ୍ନୌ ବିମାନ ସେବା ଆରମ୍ଭ, ସପ୍ତାହରେ ତିନି ଦିନ ଉଡିବ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଲା ଡେରାଡୁନ-ଲକ୍ଷ୍ନୌ ବିମାନ ସେବା । ଇଣ୍ଡିଗୋ ଏୟାରଲାଇନ୍ସର ଏହି ବିମାନ ଡେରାଡୁନର ଜଲି ଗ୍ରାଣ୍ଟ ବିମାନବନ୍ଦରରୁ ଲକ୍ଷ୍ନୌକୁ ସପ୍ତାହରେ ତିନି ଦିନ ଉଡିବ । କୋରୋନା ଅବଧି ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହେତୁ ଜୁନ୍ ମାସରେ ଏହି ମାର୍ଗରେ ବିମାନ ସେବା ବନ୍ଦ କରାଯାଇଥିଲା । ତେବେ ଆଜିଠାରୁ ବିମାନ ସେବା ଆରମ୍ଭ ହେବା ଦ୍ବାରା ଉଭୟ ରାଜ୍ୟର ଲୋକ ଉପକୃତ ହେବେ ।

ଆପଣଙ୍କୁ କହି ରଖୁଛି ଯେ, ସେପ୍ଟେମ୍ବର 1 ରୁ ଦିଲ୍ଲୀ ଏବଂ ଡେରାଡୁନ ମାର୍ଗରେ ମଧ୍ୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହି ବିମାନ ସେବା ମଙ୍ଗଳବାର ଠାରୁ ଆରମ୍ଭ ହେବ ବୋଲି ଜଲି ଗ୍ରାଣ୍ଟ ବିମାନବନ୍ଦର ନିର୍ଦ୍ଦେଶକ ଡି.କେ ଗୌତମ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଇଣ୍ଡିଗୋର ଏହି ବିମାନ ଲକ୍ଷ୍ନୌରୁ ଡେରାଡୁନକୁ ଅପରାହ୍ନ 4.45 ରେ ଉଡ଼ାଣ ଭରିବ ଏବଂ ସନ୍ଧ୍ୟା 6 ଟାରେ ଜଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିବ। ଏହା ପରେ ସନ୍ଧ୍ୟା 6.30 ରୁ ଲକ୍ଷ୍ନୌକୁ ଉଡାଣ ଭରିବ ।

ଏହା ବ୍ୟତୀତ ସେପ୍ଟେମ୍ବର 1ରୁ ଦିଲ୍ଲୀ-ଡେରାଡୁନ ମାର୍ଗରେ ଆରମ୍ଭ ହେବାକୁ ଯାଉଥିବା ସ୍ପାଇସଜେଟ୍ ବିମାନ ଦିଲ୍ଲୀରୁ ଜଲିଗ୍ରାଣ୍ଟକୁ ଉଡାଣ ଭରିବ। ଏହି ବିମାନଟି ସକାଳ 8:30 ରେ ବିମାନବନ୍ଦରରେ ପହଞ୍ଚିବ । ଏଥି ସହିତ, ରାତି 9 ଟାରେ ଯାତ୍ରୀଙ୍କୁ ନେଇ ଦିଲ୍ଲୀକୁ ଉଡାଣ ଭରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.