ETV Bharat / bharat

ସ୍ବାସ୍ଥ୍ୟ ଅଧିକାରୀଙ୍କ ପାଇଁ 35ଟି ଦାମୀ କାର କିଣିଲେ ଉତ୍ତରାଖଣ୍ଡ ସରକାର - 35 ଦାମୀ କାର

କୋରୋନା ସଙ୍କଟ ମଧ୍ୟରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ 2.5 କୋଟି ଟଙ୍କା ଖର୍ଚ୍ଚ କରି ନିଜ ଅଧିକାରୀ ମାନଙ୍କ ପାଇଁ 35 ଦାମୀ କାର କିଣିଛନ୍ତି । ଅଧିକାରୀ ମାନଙ୍କୁ କାମରେ ସାହାଯ୍ୟ କରିବ ବୋଲି ଏହି କାର କିଣାଯାଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।

corona
ସ୍ବାସ୍ଥ୍ୟବିଭାଗ ଅଧିକାରୀଙ୍କ ପାଇଁ 35ଟି ଦାମୀ କାର କିଣିଲେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ
author img

By

Published : Jun 17, 2020, 5:50 PM IST

ଡେରାଡୁନ: କୋରୋନା ସଙ୍କଟ ମଧ୍ୟରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ 2.5 କୋଟି ଟଙ୍କା ଖର୍ଚ୍ଚ କରି ନିଜ ଅଧିକାରୀ ମାନଙ୍କ ପାଇଁ 35 ଦାମୀ କାର କିଣିଛନ୍ତି । ଅଧିକାରୀ ମାନଙ୍କୁ କାମରେ ସାହାଯ୍ୟ କରିବ ବୋଲି ଏହି କାର କିଣାଯାଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।

କୋରୋନା ସଙ୍କଟ ମଘ୍ୟରେ ପରୀକ୍ଷାକୁ ଶୀଘ୍ର ତ୍ବରାନିତ କରିବା ଆବଶ୍ୟକ ରହିଛି । ଏଥିସହ ଗାଁ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ଶୀଘ୍ର ପହଞ୍ଚାଇବା ମଧ୍ୟ ଆବଶ୍ୟକତା ରହିଛି । ଏଣୁ ଅଧିକାରୀଙ୍କୁ ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ପାଇଁ ଦାମୀ କାରରେ ଟଙ୍କା ଖର୍ଚ୍ଚ କରିବାକୁ ବିଭାଗ ପ୍ରାଥମିକତା ଦେଇଛି ।

ସ୍ୱାସ୍ଥ୍ୟ ବିଭାଗ କୋରୋନା ସଙ୍କଟରେ ସିଏମଓ ଠାରୁ ଆରମ୍ଭ କରି ମହାନିର୍ଦ୍ଦେଶକ ପର୍ଯ୍ୟନ୍ତ 35ଟି ନୂଆ କାର କିଣିଛନ୍ତି । ଯେଉଁଥି ପାଇଁ 2.67 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯେଉଁ କାର ଗୁଡିକ ଅର୍ଡର ଦିଆଯାଇଛି । ସେଥିମଧ୍ୟରୁ 22 ଟି କାର ହେଉଛି ମାରୁତିର ପ୍ରିମିୟମ କାର ସିଆଜ । ସେଥିମଧ୍ୟରୁ 7 ଟି କାର ମହାନିର୍ଦ୍ଦେଶାଳୟ ମହାନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ, ଅର୍ଥ ନିର୍ଦ୍ଦେଶକ, ଗଢୱାଲ ଏବଂ କୁମାଉଁ ମଣ୍ଡଳୀ ନିର୍ଦ୍ଦେଶକ ଏବଂ 13ଟି କାର 13 ଜିଲ୍ଲାର ସିଏମଓଙ୍କ ପାଇଁ ଅର୍ଡର କରାଯାଇଛି।ଏହାଛଡା ସିଏମଓ କାର୍ଯ୍ୟାଳୟ ପାଇଁ ଜିଲ୍ଲା ସର୍ଭିଲେନ୍ସ ଅଧିକାରୀଙ୍କ ନାମରେ ଆଉ 13ଟି ବୋଲେରୋ ଗାଡି କିଣା ଯାଇଛି ।

ଏପଟେ ସ୍ବାସ୍ଥ୍ୟ ବିଭାଗର ଏପରି ପଦକ୍ଷେପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ କୋରୋନା ସଙ୍କଟ ମଧ୍ୟରେ ରାଜ୍ୟରେ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇ ପଡିରହିଛି । ଏଭଳି ସମୟରେ ସ୍ବାସ୍ଥ୍ଯବିଭାଗ ଅଧିକାରୀଙ୍କ ପାଇଁ 35ଟି ଦାମୀ କାର କିଣିବାକୁ ନେଇ ପ୍ରଶ୍ନ ଉଠିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.