ETV Bharat / bharat

ରାଫେଲ ମାମଲା: ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ - supreme court

ରାଫେଲ ତଥ୍ୟ ଲିକ୍‌ ପାଇଁ ସରକାର ରାଫେଲ ରାୟର ପୁନଃସମୀକ୍ଷା ଲାଗି ଆବେଦନ କରିଥିବା ଯଶବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ପ୍ରଶାନ୍ତ ଭୂଷଣଙ୍କୁ ଦାୟୀ କରିଛନ୍ତି । ସରକାରୀ ଅଭିଯୋଗ ଅନୁସାରେ ଏହି ସମ୍ବେଦନଶୀଳ ତଥ୍ୟ ପ୍ରଘଟ ପାଇଁ ଆବେଦନକାରୀ ବେଆଇନ ଭାବେ ନିଆଯାଇଥିବା ଫଟୋ କପିକୁ ସେମାନଙ୍କ ଆବେଦନ ସହ ଯୋଡିଥିଲେ । ଏହାସହ ଏହି ଯୁଦ୍ଧ ବିମାନର ରଣକୌଶଳ ସମ୍ପର୍କରେ ମଧ୍ୟ ତଥ୍ୟ ସାର୍ବଜନୀନ କରିଥିଲେ ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 14, 2019, 11:38 AM IST

ନୂଆଦିଲ୍ଲୀ: ରାଫେଲ ଡିଲ ମାମଲାରେ ବୁଧବାର କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରିଛନ୍ତି । ଏଥିପାଇଁ ପୂର୍ବରୁ ସରକାର ଅନୁମତି ମାଗିଥିବାବେଳେ ଗତକାଲି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଥିଲେ । ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ସମ୍ବନ୍ଧୀୟ କେତେକ ଫାଇଲ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଚୋରି ହୋଇଥିବା ମାମଲାରେ ଏହି ସତ୍ୟପାଠ ଦାଖଲ ହୋଇଛି ।

ତେବେ ଏହି ଲିକ୍‌ ପାଇଁ ସରକାର ରାଫେଲ ରାୟର ପୁନଃସମୀକ୍ଷା ଲାଗି ଆବେଦନ କରିଥିବା ଯଶବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ପ୍ରଶାନ୍ତ ଭୂଷଣଙ୍କୁ ଦାୟୀ କରିଛନ୍ତି । ଏନେଇ ସତ୍ୟପାଠରେ ଦର୍ଶାଯାଇଛି ଯେ ବିନା ଅନୁମତିରେ ଏହି ସମ୍ବେଦନଶୀଳ ଦସ୍ତାବିଜର ଫଟୋ କପି ଗଣମାଧ୍ୟମରେ ପ୍ରକାଶ କରାଯାଇଛି । ଏଥିପାଇଁ ସରକାରଙ୍କଠାରୁ କୌଣସି ଅନୁମତି ନିଆଯାଇ ନାହିଁ । କାର୍ଯ୍ୟାଳୟରୁ ବେଆଇନ ଭାବେ ଫଟୋ କପି ନେଇ ଏହାକୁ ପ୍ରକାଶ କରାଯିବା ଚୋରି ସଙ୍ଗେ ସମାନ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ଏହି ସମ୍ବେଦନଶୀଳ ତଥ୍ୟ ପ୍ରଘଟ ପାଇଁ ଆବେଦନକାରୀ ବେଆଇନ ଭାବେ ନିଆଯାଇଥିବା ଫଟୋ କପିକୁ ସେମାନଙ୍କ ଆବେଦନ ସହ ଯୋଡିଥିଲେ । ଏହାସହ ଏହି ଯୁଦ୍ଧ ବିମାନର ରଣକୌଶଳ ସମ୍ପର୍କରେ ମଧ୍ୟ ତଥ୍ୟ ସାର୍ବଜନୀନ କରିଥିଲେ । ଦେଶର ଯୁଦ୍ଧ ବିମାନର ମାରକ କ୍ଷମତା ଏବଂ ଉଡାଣ କୌଶଳ ସଂକ୍ରାନ୍ତ ତଥ୍ୟ ଅତ୍ୟନ୍ତ ଗୋପନୀୟ ରଖାଯାଏ । କିନ୍ତୁ ଏମାନେ ଦେଶର ନିରାପତ୍ତାକୁ ସଙ୍କଟରେ ପକାଇ ଏଭଳି କାର୍ଯ୍ୟ କରିଥିବା କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି ।

ଏଭଳି କାର୍ଯ୍ୟ ଦ୍ବାରା ଦେଶର ନିରାପତ୍ତା ବିପନ୍ନ ହୋଇଛି । ସରକାର ଏହି ତଥ୍ୟ ପ୍ରଘଟ ମାମଲାର ତଦନ୍ତ ଜାରି ରଖିଛନ୍ତି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଏହି କାମର ଉଦ୍ଦେଶ୍ୟ କେବଳ ସରକାରଙ୍କୁ ବଦନାମ କରି ଅଦାଲତରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ଉଲ୍ଲେଖଯୋଗ୍ୟ ଯେ ଆଜି ଏହି ସତ୍ୟପାଠ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ରାଫେଲ ଚୁକ୍ତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବାକୁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ପୁନଃ ସମୀକ୍ଷା କରିବାକୁ ପୁଣି ଆବେଦନକାରୀ ଦାବି କରିଥିଲେ । ଏହାସହ ଏଥିରେ କେତେକ ନୂତନ ଦସ୍ତାବିଜ ଯୋଡିଥିଲେ ଯାହାକୁ କୋର୍ଟ ଆଗ୍ରହ୍ୟ କରିଦେଇଥିଲେ ।

Intro:Body:

Amaravati: Andhra Pradesh Chief Minister N Chandrababu Naidu Wednesday hit out at Prime Minister Narendra Modi calling him a "pseudo chowkidar" who protected only criminals.

Naidu's remarks triggered a strong reaction from the BJP which accused the Telugu Desam party president of resorting to "murky politics" as his party was frightened of losing in the April 11 Lok Sabha and State assembly polls.

"What right you have to call yourself a chowkidar? You are chowkidar for criminals," the Telugu Desam Party president said at a press conference here this evening.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.