ETV Bharat / bharat

ସୀମାନ୍ତରେ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ: ରାଜନାଥ ସିଂ

ସୀମାବର୍ତ୍ତୀ ଅଞ୍ଚଳରେ ତ୍ବରାନ୍ବିତ ହେବ ନିର୍ମାଣ କାର୍ଯ୍ୟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି ।

author img

By

Published : Jul 8, 2020, 12:02 PM IST

ରାଜନାଥ ସିଂ
ରାଜନାଥ ସିଂ

ନୂଆଦିଲ୍ଲୀ: ସୀମାବର୍ତ୍ତୀ ଅଞ୍ଚଳରେ ତ୍ବରାନ୍ବିତ ହେବ ନିର୍ମାଣ କାର୍ଯ୍ୟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୀମାନ୍ତ ଅଞ୍ଚଳରେ ରଣନୈତିକ ରାସ୍ତା, ସେତୁ ଓ ଟନେଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସୀମା ରୋଡ୍ ଅର୍ଗାନାଇଜେସନ୍ (BRO) ଏହି ଦିଗରେ ଜୋରଦାର କାର୍ଯ୍ୟ କରୁଛି । ମଙ୍ଗଳବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ BRO ର ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ।

ଏହି ବୈଠକରେ ସୀମାନ୍ତ ଅଞ୍ଚଳ ସହ ଫରୱାର୍ଡ ସ୍ଥାନର ସ୍ଥିତି ସମୀକ୍ଷା କରାଯାଇଥିଲା । ଚାଲୁଥିବା ପ୍ରକଳ୍ପ ଗୁଡିକୁ ଜୋରଦାର କରିବା ଓ ସୀମାନ୍ତ ଅଞ୍ଚଳରେ ରଣନୈତିକ ରାସ୍ତା, ସେତୁ ଓ ଟନେଲ ନିର୍ମାଣ ଆରମ୍ଭ କରିବାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ପ୍ରଭାବିତ ନକରି କୋଭିଡ-19 କାରଣରୁ ଲାଗୁ ହୋଇଥିବା ଲକଡାଉନ୍ ସମୟରେ ମଧ୍ୟ BRO ନିରନ୍ତର କାର୍ଯ୍ୟ କରିଥିଲା ।

ଏହାସହ BROର ପ୍ରଶଂସା କରି ରାଜନାଥ କହିଥିଲେ, ଅର୍ଗାନାଇଜେସନ ସର୍ବଦା ଅତ୍ୟାଧୁନିକ ଯନ୍ତ୍ରପାତି ଓ ମେସିନ୍ ବ୍ୟବହାର କରିଥାଏ । ସିମେଣ୍ଟେସନ୍ ବେସ୍, ପ୍ଲାଷ୍ଟିକର ବ୍ୟବହାର, ଜିଓ ଟେକ୍ସଟାଇଲ୍ ବ୍ୟବହାର ଭଳି ବିଭିନ୍ନ କୌଶଳ ସହିତ କାର୍ଯ୍ୟ ତ୍ବରାନ୍ବିତ କରିଥାଏ । ଏହାସହ ସ୍ବଦେଶୀ ପଦ୍ଧତିକୁ ବ୍ୟବହାର କରି ବ୍ରିଜ୍ ନିର୍ମାଣରେ କରାଯାଇଥିବା ପରୀକ୍ଷଣ ମଧ୍ୟ ସଫଳ ହୋଇଛି । ଫରୱାର୍ଡ ଅଞ୍ଚଳରେ ବ୍ରିଜ୍ ନିର୍ମାଣ କରିବାର କ୍ଷମତାକୁ ଏହା ବୃଦ୍ଧି କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.