ETV Bharat / bharat

ଭାରତ-ଚୀନ ବିବାଦ ମଧ୍ୟରେ ଋଷ ଗସ୍ତରେ ଯିବେ ରାଜନାଥ ସିଂହ - defence minister rajnath singh

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଋଷ ଯାତ୍ରା କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସେ ଜୁନ 22 ତାରିଖରେ ଋଷ ଅଭିମୁଖେ ବାହାରିବେ ବୋଲି ଜଣା ପଡିଛି ।

ରାଜନାଥ ସିଂହ
ରାଜନାଥ ସିଂହ
author img

By

Published : Jun 19, 2020, 12:05 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଋଷ ଯାତ୍ରା କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସେ ଜୁନ 22 ତାରିଖରେ ଋଷ ଅଭିମୁଖେ ବାହାରିବେ ବୋଲି ଜଣା ପଡିଛି । ତେବେ ଏହି ଯାତ୍ରା ସମୟରେ ସେ ଚୀନର ଶୀର୍ଷ ନେତାଙ୍କ ସହ ସାକ୍ଷାତ କରିବେ ନାହିଁ ।

ରାଜନାଥ ସିଂହ ଋଷର ରାଜଧାନୀ ମସ୍କୋରେ ରେଡ ସ୍କାୟାରରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପରେଡରେ ଯୋଗ ଦେବା ଲାଗି ଋଷ ଗସ୍ତ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ଭାରତର 3 ସେନା ପ୍ରଥମ ଥର ପାଇଁ ଏକତ୍ର ଯୋଗ ଦେବେ । ତେବେ ରାଜନାଥ ସିଂହ ମସ୍କୋରେ ଋଷର ବରିଷ୍ଠ ନେତା ଏବଂ ଅନ୍ୟ ଦେଶର ନେତାଙ୍କ ସହ ସାକ୍ଷାତକାର କରିବେ । କିନ୍ତୁ ଲଦାଖରେ ଜାରି ଚୀନ-ଭାରତ ବିବାଦ ଯୋଗୁଁ ସେ କୌଣସି ଚୀନ ନେତାଙ୍କ ସହ ସାକ୍ଷାତକାର କରିବେ ନାହିଁ । ରାଜନାଥ ସିଂହଙ୍କ ସହ ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ତିନି ସେନାର ଶୀର୍ଷ ଅଧିକାରୀ ମଧ୍ୟ ଋଷ ଗସ୍ତ କରିବେ ।

ସୂଚନାଯୋଗ୍ୟ ଯେ, ଋଷରେ ପ୍ରତିବର୍ଷ ମେ’ମାସ ୯ ତାରିଖରେ ବିଜୟ ଦିବସ ଅବସରରେ ପରେଡ ଆୟୋଜିତ ହୋଇଥାଏ । ୧୯୪୫ ମେ 9 ତାରିଖରେ ନାଜୀ ଜର୍ମାନୀ ଆତ୍ମସମର୍ପଣ କରିଥିଲେ । ତେଣୁ ଏହି ଦିବସକୁ ପାଳନ କରିବାକୁ ଏହି ପରେଡ ଆୟୋଜିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ଯୋଗୁଁ ନିର୍ଦ୍ଧାରିତ ତାରିଖରେ ଏହି କାର୍ଯ୍ୟକ୍ରମ ହୋଇପାରି ନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.