ETV Bharat / bharat

ଶସ୍ତା ବଜେଟରେ ଘରକୁ ଦିଅନ୍ତୁ ମହଙ୍ଗା ଲୁକ - ଶସ୍ତା ବଜେଟରେ ଘରକୁ ଦିଅନ୍ତୁ ମହଙ୍ଗା ଲୁକ

ଘରର ସମ୍ପୂର୍ଣ୍ଣ ଲୁକ ବଦଳାଇ ଦେଇଥାଏ ରଙ୍ଗ । ଆପଣ ବିଭିନ୍ନ କଲର ବ୍ୟବହାର କରି ଘର ସଜାଇପାରିବେ । ଅଧିକ ପଢନ୍ତୁ...

ଶସ୍ତା ବଜେଟରେ ଘରକୁ ଦିଅନ୍ତୁ ମହଙ୍ଗା ଲୁକ
ଶସ୍ତା ବଜେଟରେ ଘରକୁ ଦିଅନ୍ତୁ ମହଙ୍ଗା ଲୁକ
author img

By

Published : May 1, 2020, 8:13 PM IST

ହାଇଦ୍ରାବାଦ: ନିଜ ଘର ଆକର୍ଷଣୀୟ ଦେଖାଯିବା କାହାକୁ ବା ନାପସନ୍ଦ । ସମସ୍ତେ ବିଭିନ୍ନ ଉପାୟରେ ଘରକୁ ଏକ ମହଙ୍ଗା ଲୁକ ଦେବା ସହ ସଜାଇବାକୁ ଚେଷ୍ଟା କରନ୍ତି । କିଏ ବିଭିନ୍ନ ଡିଜାଇନରଙ୍କ ସହାୟତାରେ ତ କିଏ ନିଜ ଚେଷ୍ଟାରେ ଘରକୁ ଏକ ନୂଆ ରୂପ ଦେଇଥାନ୍ତି । ଫାବ୍ରିକ୍ସ, ରଗ୍ସ, ଆଇନା, ଅତ୍ୟାଧୁନିକ ଆଇଟମ ସହ ଗୃହର ସାଜସଜ୍ଜା ମହଙ୍ଗା ଲୁକ ସହ କରିଥାନ୍ତି ସେଲିବ୍ରିଟି ।

ହେଲେ ମଧ୍ୟବିତ୍ତଙ୍କ ପାଇଁ ଏହା ସାମାନ୍ୟ କାଠିକର ପାଠ ହୋଇପାରେ । ମହଙ୍ଗା ସାମଗ୍ରୀରେ ଘର ଚକାଚକ ଦିଶିବା ସେମାନଙ୍କ ପାଇଁ ଅସମ୍ଭବ । ବଜେଟ ଅନୁସାରେ ସାମାନ କିଣିବା ସମ୍ଭବ ହୁଏନି । ସେପଟେ କିନ୍ତୁ ମନରେ ଥାଏ ଆଧୁନିକ ଲୁକ ଦେବାର ଇଚ୍ଛା । ତେବେ ଘରକୁ ମହଙ୍ଗା ଲୁକ ଦେବା ପାଇଁ କୌଣସି ଅର୍ଥ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ । ଅଧିକ ଅର୍ଥ ଖର୍ଚ୍ଚ ନକରି ଆପଣ ଶସ୍ତା ବଜେଟରେ ନିଜ ଘରକୁ ମହଙ୍ଗା ଲୁକ ଦେଇପାରିବେ ।

ଘରର ସମ୍ପର୍ଣ୍ଣ ଲୁକ ବଦଳାଇ ଦେଇଥାଏ ରଙ୍ଗ । ଆପଣ ବିଭିନ୍ନ କଲର ବ୍ୟବହାର କରି ଘର ସଜାଇପାରିବେ । ସବୁଠୁ ବଡ କଥା ହେଉଛି କୌଣସି ନିର୍ଦ୍ଦିଷ୍ଟ କଲର ବଦଳରେ ନ୍ୟୁଟ୍ରାଲ ରଙ୍ଗ ବ୍ୟବହାର କରନ୍ତୁ । ଏହା ଘରକୁ ଏକ ପାରମ୍ପରିକ ରୂପ ସହ ଆକର୍ଷଣୀୟ ସାଜସଜ୍ଜା ଦେବ । ଏହି କଲର ମଧ୍ୟରେ କ୍ରିମ, ଧଳା, ଗ୍ରେ, ବ୍ରାଉନ, ପ୍ରାକୃତିକ କାଠର ରଙ୍ଗ ପ୍ରଭୃତି ସାମିଲ । ବର୍ତ୍ତମାନ ଡିଜାଇନରମାନେ ଏହି ରଙ୍ଗ ବ୍ୟବହାର କରୁଛନ୍ତି । ଘରର ଭିତର ଦୃଶ୍ୟକୁ ଆକର୍ଷଣୀୟ କରିବା ପାଇଁ ଏହା ଖୁବ ଚତ୍ମକାର କାମ କରିଥାଏ ।

ସେହିପରି ଆଉ ଏକ ଶସ୍ତା ସାମଗ୍ରୀ ହେଉଛି ପ୍ରାଚୀନ ବସ୍ତୁର ବ୍ୟବହାର । କିଛି ପୁରୁଣା ଜିନିଷକୁ ରଙ୍ଗ ଦେଇ ଅଥବା ସାମାନ୍ୟ ହାତ କାମ କରି ଏକ ନୂଆ ରୂପ ଦିଅନ୍ତୁ । ଏହାପରେ ଏହି ବସ୍ତୁ ନୂଆ ଭଳି ଦେଖାଯିବ । ଘରର କୌଣସି କୋଣରେ କିମ୍ବା କାନ୍ଥରେ ଏହାକୁ ରଖି ଦିଅନ୍ତୁ । ଯଦି ଆପଣଙ୍କ ପାଖରେ ଅଛି ତ ଉତ୍ତମ । ନହେଲେ ଏହା କିଣିବାରେ ଅଧିକ ଖର୍ଚ୍ଚ ହେବନି । ଆଉ ପ୍ରାଚୀନ ସାମଗ୍ରୀ ଘରେ ରହିଲେ ମଧ୍ୟ ଶୁଭ ବୋଲି ବାସ୍ତୁବିତ କହିଛନ୍ତି । ବିଭିନ୍ନ ସେଲିବ୍ରିଟିଙ୍କ ଘରେ ଆପଣ ଏହି ପୁରୁଣା ସାମଗ୍ରୀ ଦେଖିପାରିବେ ଯାହା ଘରକୁ ଚତ୍ମକାର ଲୁକ ଦେଇଥାଏ ।

ଘରକୁ ମୋଲଡିଂ କଲର ଦେଇ ସଜାନ୍ତୁ । ଏଥିରେ ଅଧିକ ଖର୍ଚ୍ଚାନ୍ତ ହେବାର ନାହିଁ । ଘର ଭିତର ଢଳେଇ କରିବାବେଳେ କ୍ରାଉନ ମୋଲଡିଂ ଦିଅନ୍ତୁ । କଲର ଦେବା ପରେ ଏହା ସୁନ୍ଦର ଦେଖାଯିବ । ମେଟାଲିକ ବସ୍ତୁର ବ୍ୟବହାର କରନ୍ତୁ । ମେଟାଲିକ ୱାଲପେପର ଓ ପେଣ୍ଟିଂ ସହ ଆପଣ ବିଭିନ୍ନ ଲିଚୁ ଲାଇଟ ଲଗାଇପାରିବେ । ଏହା ଘରକୁ ଚତ୍ମକାର ଲୁକ ଦେବ । ପରଦା ଘର ସାଜସଜ୍ଜାରେ ଏକ ପ୍ରମୁଖ ଅଂଶ । ଏଥିର ଟିକେ ଅଧିକ ଖର୍ଚ୍ଚ ହେବ କିନ୍ତୁ ଆପଣଙ୍କ ଘର ଭଲ ଲାଗିବ । ମହଙ୍ଗା ଲୁକ ଥିବା ପରଦା କିଣନ୍ତୁ । ଏହା ଦେଖାଯିବାରେ ଅଧିକ ଅର୍ଥ ଲାଗିପାରେ କିନ୍ତୁ ପ୍ରକୃତରେ ଏହା ବେଶୀ ଖର୍ଚ୍ଚ ହୋଇନଥାଏ । ଥ୍ରିଡି ଇଫେକ୍ଟସ ଥିବା ପରଦା କିଣି ଲଗାନ୍ତୁ । ଏହା ଘର ଭିତରକୁ ଏକ ମହଙ୍ଗା ଲୁକ ଦେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.