ETV Bharat / bharat

ବାବ୍ରୀ ବିଧ୍ବଂସ ମାମଲା: ଅଦାଲତଙ୍କ ରାୟ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

author img

By

Published : Sep 30, 2020, 4:20 PM IST

ବାବ୍ରୀ ମସଜିଦ ଧ୍ବଂସ ରାୟ ଆସିବା ପରେ କଂଗ୍ରେସ ଏହା ଉପରେ ଏକପାଖିଆ ପ୍ରତିକ୍ରିୟା ରଖିଛି । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବାର ନିଷ୍ପତ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ପ୍ରତିକୂଳ ବୋଲି କହିଛି କଂଗ୍ରେସ । ଅଧିକ ପଢନ୍ତୁ...

ବାବ୍ରୀ ବିଧ୍ବଂସ ମାମଲା: ଅଦାଲତଙ୍କ ରାୟ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ
ବାବ୍ରୀ ବିଧ୍ବଂସ ମାମଲା: ଅଦାଲତଙ୍କ ରାୟ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦୀୟ ଢାଞ୍ଚା ଭାଙ୍ଗିବା ପ୍ରସଙ୍ଗରେ ଲକ୍ଷ୍ନୌର ସ୍ବତନ୍ତ୍ର ଅଦାଲତ ସମସ୍ତ 32 ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ହେଲେ କୋର୍ଟଙ୍କ ଏହି ରାୟ ଉପରେ ନାରାଜ ବ୍ୟକ୍ତ କରିଛନ୍ତି ବିରୋଧୀ । ବାବ୍ରୀ ମସଜିଦ ଧ୍ବଂସ ରାୟ ଆସିବା ପରେ କଂଗ୍ରେସ ଏହା ଉପରେ ଏକପାଖିଆ ପ୍ରତିକ୍ରିୟା ରଖିଛି । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବାର ନିଷ୍ପତ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ପ୍ରତିକୂଳ ବୋଲି କହିଛି କଂଗ୍ରେସ ।

କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ବାବ୍ରୀ ମସଜିଦ ବିଧ୍ବଂସ ମାମଲାରେ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ସ୍ବତନ୍ତ୍ର ଅଦାଲତଙ୍କ ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏବଂ ସମ୍ବିଧାନ ବାହାରେ। ଏହି ରାୟ ଅନୁଯାୟୀ, ବାବ୍ରୀ ମସଜିଦ ଭାଙ୍ଗିବା ଏକ ବେଆଇନ ଅପରାଧ। କିନ୍ତୁ ସ୍ବତନ୍ତ୍ର କୋର୍ଟ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଦାଲତର ନିଷ୍ପତ୍ତି ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରୁଛି ବୋଲି କହିଛନ୍ତି ସୁରଜେୱାଲା ।

ସିବିଆଇର ପ୍ରମାଣ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ 28 ବର୍ଷ ଧରି ଏହି ମାମଲା କୋର୍ଟରେ ବିଚାରାଧୀନ ଥିଲା। 6 ଡିସେମ୍ବର 1992ରେ କିଛି ଅସାମାଜିକ ଗୋଷ୍ଠୀ ବାବ୍ରୀ ମସଜିଦର ବିବାଦୀୟ ଢାଞ୍ଚାକୁ ଭାଙ୍ଗି ଦେଇଥିଲେ। 32 ଅଭିଯୁକ୍ତଙ୍କ ଉପରେ ଅଭିଯୋଗ ହୋଇଥିଲା ଯେ ସେମାନେ ବିବାଦୀୟ ଢାଞ୍ଚାକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.