ଜୟପୁର: କୋଟାର ଜେକେଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉ ନାହିଁ । ଶିଶୁଙ୍କ ମୃତ୍ୟୁ ସଂଖ୍ୟା 110 ଛୁଇଁଛି । ଏଥିମଧ୍ୟରୁ 4 ଜଣଙ୍କ ମୃତ୍ୟୁ ଶନିବାର ଦିନ ହିଁ ହୋଇଛି । ମୃତ 4 ଶିଶୁଙ୍କ ମଧ୍ୟର 3 ଜଣ ଆଇସିୟୁରେ ଓ ଜଣେ ପିଆଇସିୟୁରେ ଭର୍ତ୍ତି ଥିଲା ।
ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ଜେକେଲୋନ ହସ୍ପିଟାଲ ଗସ୍ତ କରି ବ୍ୟବସ୍ଥାରେ ସୁଧାର ଆଣିବାକୁ ନିର୍ଦ୍ଦେଶ ଦେଇ ସାରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁ ମୃତ୍ୟୁ ସଂଖ୍ୟା କମୁନାହିଁ । ହସ୍ପିଟାଲରେ ଅବହେଳାର ଖବର ସାମ୍ନାକୁ ଆସିଥିଲେ ମଧ୍ୟ ସରକାର ଏହାକୁ ଚପାଇ ଦେବାକୁ ଚେଷ୍ଟା ଚଳାଇଛନ୍ତି । ଶିଶୁ ମୃତ୍ୟୁର ଯାଞ୍ଚ ପରେ ଗଠିତ ହୋଇଥିବା କମିଟି ଦୁଇ ଦିନ ପୂର୍ବରୁ ରିପୋର୍ଟ ପଠାଇ ସାରିଛି । ଶିଶୁଙ୍କୁ ବଞ୍ଚାଇବା ପାଇଁ ହସ୍ପିଟାଲରେ ଉପଲବ୍ଧ ସମସ୍ତ ଉପକରଣ ତ୍ରୃଟି ଥିବା ରିପୋର୍ଟରେ କୁହାଯାଇଛି ।