ETV Bharat / bharat

ଦୁଷ୍କର୍ମକାରୀଙ୍କ ପ୍ରତି କଠୋର ମଧ୍ୟପ୍ରଦେଶ ସରକାର, 2 ବର୍ଷରେ 28ଙ୍କୁ ଫାଶୀ ଦଣ୍ଡାଦେଶ - death penalty awarded to convicts

ଦୁଷ୍କର୍ମକାରୀଙ୍କୁ ଦଣ୍ଡ ବିଧାନ କରିବା ମାମଲାରେ ଆଗୁଆ ରହିଛି ମଧ୍ୟପ୍ରଦେଶ । ଏଠି ଗତ 2ବର୍ଷ ମଧ୍ୟରେ 28ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

death penalty
ପ୍ରତିକାତ୍ମକ ଫଟୋ
author img

By

Published : Dec 10, 2019, 9:02 AM IST

ଭୋପାଳ: ଦେଶରେ ଦୁଷ୍କର୍ମ ମାମଲା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ପ୍ରତ୍ୟେକ ଦିନ ଦୁଷ୍କର୍ମ ମାମଲା ଖବରକାଗଜ ହେଉ ଅବା ବୈଦ୍ୟୁତିକ ଗଣମାଧ୍ୟମର ଶିରୋନାମା ପାଲଟିଛି । ଦୋଷୀକୁ କଠୋର ଦଣ୍ଡ ଦେବାରେ ଦେଶରେ ବିଳମ୍ବ ହେଉଥିବା ଯୋଗୁଁ ଏଭଳି ମାମଲା ବଢି ଚାଲିଥିବା ସାଧାରଣରେ ମତ ପ୍ରକାଶ ପାଇଛି । ଦୁଷ୍କର୍ମକାରୀଙ୍କୁ ତ୍ବରିତ ଦଣ୍ଡ ବିଧାନ କରିବା ମାମଲାରେ ଆଗରେ ରହିଛି ମଧ୍ୟପ୍ରଦେଶ ।

ଏଠାରେ ଗତ ଦୁଇ ବର୍ଷ ମଧ୍ୟରେ 28ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏନେଇ ମଧ୍ୟପ୍ରଦେଶର ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଶୁଣାଇବା ମାମଲାରେ ମଧ୍ୟପ୍ରଦେଶର ରେକର୍ଡ ଭଲ ରହିଛି । ସେହିପରି ଗତ 2018 ମସିହାରେ ରାଜ୍ୟରେ 19ଟି ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିଥିଲା । ଏଥିରେ ସମସ୍ତ 19ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

କେବଳ ସେତିକି ନୁହେଁ ଚଳିତ ବର୍ଷ ମଧ୍ୟ 9ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବାବେଳେ ସେମାନଙ୍କୁ ମଧ୍ୟ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.