ETV Bharat / bharat

ବାଘ ଦିବସ: ଦଶ ବର୍ଷରେ 60 ବାଘଙ୍କ ମୃତ୍ୟୁ - death of 60 tigers

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ଏହି ଦିବସ ବାଘଙ୍କ ସୁରକ୍ଷା ପାଇଁ ଉଭଯ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ବାସ୍ତବ ସ୍ଥିତି କିଛି ଭିନ୍ନ । ବିଗତ ଦଶ ବର୍ଷରେ 60 ବାଘଙ୍କ ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼େ ।

ଡିଜାଇନ ଫଟୋ
author img

By

Published : Jul 29, 2019, 11:30 PM IST

ନୂଆଦିଲ୍ଲୀ: ଆଜି ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ବାଘଙ୍କ ସୁରକ୍ଷା ପାଇଁ ଅନେକ ପ୍ରତିଶ୍ରୁତି ଦିଆଯାଉଛି । କିନ୍ତୁ ସଦ୍ୟ ପ୍ରାପ୍ତ ରିପୋର୍ଟ ସମସ୍ତଙ୍କୁ ଚକିତ କଲାଭଳି ତଥ୍ୟ ପ୍ରଦାନ କରିଛି । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଗତ ଏକ ଦଶନ୍ଧିରେ ବାଘଙ୍କ ସଂଖ୍ୟା ଦିନକୁ ଦିନ କମୁଥିବାର ଦେଖାଦେଇଛି । ଦଶ ବର୍ଷରେ 60 ବାଘଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଦେଶରେ ବାଘଙ୍କ ପାଇଁ ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର। ମାତ୍ର ବିଗତ 10 ବର୍ଷ ମଧ୍ୟରେ ଦେଶରେ ବିଦ୍ୟୁତ ଆଘାତରେ 60 ବାଘଙ୍କ ମୃତ୍ୟୁ ହୋଇଥିବା ସଦ୍ୟ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି ।

tiger
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଅଭୟାରଣ୍ୟରେ ବାଘଙ୍କ ମୃତ୍ୟୁ

ଦେଶର ବିଭିନ୍ନ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ତଥ୍ୟ ଅନୁଯାୟୀ 2008ରୁ 2018 ମସିହା ମଧ୍ୟରେ 60 ବାଘ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିପରି 29ଟି ବାଘଙ୍କୁ ବିଭିନ୍ନ ଅଭୟାରଣ୍ୟରେ ବିଷ ଦେଇ ହତ୍ୟା କରାଯାଇଥିବା ସୂଚନା ରହିଛି ।

ତେବେ ଏହି ମାମଲା ବନ ବିଭାଗ ସମ୍ପୂର୍ଣ୍ଣ ଭାବରେ ଖାମଖିଆଲି ନୀତି ଆପଣେଇଛି । ବାଘ ହତ୍ୟା ମାମଲାରେ 217 ଜଣଙ୍କୁ ପୋଲିସ ଗିରଫ କରିଥିଲା ଜଣାପଡ଼ିଛି । ତେବେ ଏହି ପଦକ୍ଷେପ ପରେ ମଧ୍ୟ ବାଘ ମୃତ୍ୟୁ ଓ ବାଘ ଶିକାର ଥମିନାହିଁ ।

ବିଦ୍ୟୁତ ଆଘାତରେ ମୃତ୍ୟୁ
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ 2008 ରୁ 2018 ମସିହା ମଧ୍ୟରେ ଅଭୟାରଣ୍ୟ ମଧ୍ୟରେ 24ଟି ବାଘଙ୍କର ମୃତ୍ୟୁ ବିଦ୍ୟୁତ ସଂଶ୍ପର୍ଷରେ ଆସି ହୋଇଥିବା ସୂଚନା ମିଳିଛି । ଏହି ବାଘ ମଧ୍ୟରେ 15ଟି ପୁରୁଷ ବାଘ, 3ଟି ବାଘୁଣୀ ଓ ଗୋଟିଏ ବାଘ ଛୁଆ ରହିଥିବା ସୂଚନା ମିଳିଛି । ତେବେ ଏହି ସବୁ ବାଘର ବୟସ 2 ରୁ 8 ବର୍ଷ ବୟସ ବୋଲି ଜଣାପଡ଼େ।

କମୁନାହିଁ ଘଟଣା
ଯଦି ଚିତାବାଘ କଥା ଯଦି କୁହାଯାଏ ତେବେ 2008 ରୁ 2018 ମସିହା ମଧ୍ୟରେ 25 ଚିତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏମାନଙ୍କ ମଧ୍ୟରେ 11ଟି ପୁରୁଷ ଓ 10ଟି ମାଇ ଚିତା ରହିଥିବା ସୂଚନା ରହିଛି । ସେହିଭଳି 4ଟି ଚିତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ସୂଚନା ରହିଛି ।

ସେପଟେ ଏହି ବାଘମୃତ୍ୟୁ ଘଟଣା 2012 ପରେ ଅଧିକ ମାତ୍ରାରେ ଦେଶରେ ଘଟୁଛି । ଏହି ସବୁ ଘଟଣାରେ ମୋଟ 217 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଦଣ୍ଡ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏବେ ଦେଶରେ ମୋଟ 2977ଟି ବାଘ ରହିଥିବା ସୂଚନା ରହିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.