ETV Bharat / bharat

କର୍ଣ୍ଣାଟକରେ ଚାଞ୍ଚଲ୍ୟ: ନଦୀରେ ଭାସୁଛନ୍ତି ମଲାମାଛ

ଜୀବନ୍ତ ନୁହେଁ ନଦୀରେ ଭାସୁଛନ୍ତି ମଲାମାଛ । ଯାହା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। କର୍ଣ୍ଣାଟକର ସିମୋଗା ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଟୁଙ୍ଗା ନଦୀରେ ଅନେକ ସଂଖ୍ୟାରେ ମଲାମାଛ ଭାସୁଥିବାର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଟ୍ୱିଟର@ANI
author img

By

Published : Apr 25, 2019, 11:27 AM IST

Updated : Apr 25, 2019, 1:53 PM IST

ସିମୋଗା: ଜୀବନ୍ତ ନୁହେଁ ପାଣିରେ ଭାସୁଛନ୍ତି ମଲାମାଛ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ସିମୋଗା ଜିଲ୍ଲାରେ । ଏଠାକାର ମାଟ୍ଟାରୁ-ହୋସାହଲ୍ଲୀ ଗାଁ ମଧ୍ୟରେ ପ୍ରବାହିତ ହୋଇଥିବା ଟୁଙ୍ଗା ନଦୀରେ ମଲା ମାଛ ଭାସୁଥିବାରୁ ଦେଖିବାକୁ ମିଳୁଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ସମ୍ପର୍କରେ ବୁଧବାର ଜଣାପଡିଛି।

ଟୁଙ୍ଗା ନଦୀରେ ମଲା ମାଛ ଭାସୁଥିବାର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଏହାର ପାଣି ବ୍ୟବହାର କରିବାକୁ ନେଇ ଭୟଭୀତ ହୋଇ ପଡିଛନ୍ତି । ଏ ସମ୍ପର୍କରେ ଦେଇ ଜଣେ ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଆମେ ବିଭିନ୍ନ କାର୍ଯ୍ୟରେ ଟୁଙ୍ଗା ନଦୀ ପାଣିକୁ ବ୍ୟବହାର କରୁଥିଲୁ। ଗତ କିଛି ଦନ ହେବ ଏହାର ରଙ୍ଗ ସବୁଜ ହୋଇଯିବା ସହ ନଦୀରେ ମଲା ମାଛ ଭାସୁଥିବାର ଦେଖିବାକୁ ମିଳୁଛି। ସେହିପରି ଅନ୍ୟଜଣେ ଗ୍ରାମବାସୀ କହିଛନ୍ତି ଘଟଣା ସମ୍ପର୍କରେ ଜାଣିବା ପରେ ବିଭାଗୀୟ ଆମ ଗାଁକୁ ଆସିଥିଲେ । ସେମାନେ ନଦୀର ପାଣି ଏବଂ ମଲା ମାଛର ନମୁନା ସଂଗ୍ରହ କରି ନେଇଛନ୍ତି । ଏ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମବାସୀଙ୍କୁ ଜଣାଇଛନ୍ତି ଅଧିକାରୀ।

ପଶ୍ଚିମଘାଟ ପର୍ବତମାଳାରୁ ଟୁଙ୍ଗା ନଦୀର ଉତ୍ପତ୍ତି । ଯାହା କର୍ଣ୍ଣାଟକର ସିମୋଗା ସମେତ ଏହାର ଆଖପାଖରେ ଥିବା ଅଞ୍ଚଳକୁ ପାଣି ଯୋଗାଇଥାଏ । ଏହାସହିତ କର୍ଣ୍ଣାଟକର ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ଏହା ଦ୍ୱାରା ଜଳସେଚିତ ହୋଇଥାଏ। ଲୋକେ ଏହି ନଦୀର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ସହ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିଥାନ୍ତି।

Intro:Body:

modi want to built india as a hindu  rastra

Conclusion:
Last Updated : Apr 25, 2019, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.