ETV Bharat / bharat

ଆମ୍ବ ବଗିଚାରେ ମରି ପଡିଛନ୍ତି 300 ବାଦୁଡି, ଆତଙ୍କିତ ଅଞ୍ଚଳବାସୀ

author img

By

Published : May 27, 2020, 2:47 PM IST

କୋରୋନା ଆତଙ୍କ ଭିତରେ ବାଦୁଡୀ ମଡକକୁ ନେଇ ଭୟର ବାତାବରଣ। 300ରୁ ଉର୍ଦ୍ଧ୍ବ ବାଦୁଡିଙ୍କ ମର ଶରୀର ପଡିଛି ଏକ ଆମ୍ବ ବଗିଚାରେ। ଉତ୍ତରପ୍ରଦେଶ ଗୋରଖପୁର ଡେଲଘାଟ ଅଞ୍ଚଳରେ ଲୋକମାନେ ବର୍ତ୍ତମାନ ସମୟରେ ବାଦୁଡି ମଡକ ନେଇ ଚିନ୍ତାରେ।

ଆମ୍ବ ବଗିଚାରେ ମରି ପଡିଛନ୍ତି 300 ବାଦୁଡି, ଆତଙ୍କୀତ ଅଞ୍ଚଳବାସୀ

ଲକ୍ଷ୍ମୌ: କୋରୋନା ଆତଙ୍କ ଭିତରେ ବାଦୁଡି ମଡକକୁ ନେଇ ଭୟର ବାତାବରଣ। 300ରୁ ଉର୍ଦ୍ଧ୍ବ ବାଦୁଡିଙ୍କ ମର ଶରୀର ପଡିଛି ଏକ ଆମ୍ବ ବଗିଚାରେ। ଉତ୍ତରପ୍ରଦେଶ ଗୋରଖପୁର ଡେଲଘାଟ ଅଞ୍ଚଳରେ ଲୋକମାନେ ବର୍ତ୍ତମାନ ସମୟରେ ବାଦୁଡି ମଡକ ନେଇ ଚିନ୍ତାରେ।

ମହାମାରୀ କୋରୋନା ସୃଷ୍ଟି ପଛର ଅନ୍ୟତମ କାରଣ ବାଦୁଡି ବୋଲି କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ ବାଦୁଡି ମର ଶରୀର ବିକ୍ଷିପ୍ତ ହୋଇ ଆମ୍ବ ବଗିଚାରେ ପଡିବା ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି। ଏହି ଖବର ପ୍ରଶାସନ ନିକଟରେ ପହଁଞ୍ଚିବା ପରେ ତତ୍ପରତା ପ୍ରକାଶ ପାଇଛି। ସ୍ଥାନୀୟ ପ୍ରଶାସନ ମର ଶରୀର ପଡିଥିବା ସ୍ଥାନରେ ପହଁଛି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି।

ତେବେ ଅଞ୍ଚଳବାସୀ ଗୁଜବରେ ବିଶ୍ବାସ ନକରିବାକୁ ଅପିଲ କରିଛି ସ୍ଥାନୀୟ ପ୍ରଶାସନ। ଏପଟେ ବିଶେଷଜ୍ଞ ଆଶା ପ୍ରକଟ କରିଛନ୍ତି କି ଅତ୍ୟଧିକ ଗରମ ଏବଂ ଅଞ୍ଚଳରେ ଜଳ ଭଣ୍ଡାରର ଅଭାବ ପାଇଁ ବାଦୁଡି ମଡକ ହୋଇଥାଇ ପାରେ।

ବାଦୁଡି ମଡକ ନେଇ ପାଖାପାଖି 8ଟା ସମୟରେ ଖବର ମିଳିବା ପରେ ବନ ବିଭାଗର ଜଣେ ରେଞ୍ଜର ସେଠାରେ ପହଁଞ୍ଚି ସାମ୍ପୁଲ କଲେକ୍ଟ କରି ଆଇଭିଆରଆଇ ( ଇଣ୍ଡିଆନ ଭେଟନାରୀ ରିସର୍ଚ୍ଚ ଇନଷ୍ଟୁଚ୍ୟୁଟ) କୁ ପଠାଇଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ଅତ୍ୟଧିକ ଗରମ କିମ୍ବା କୀଟପତଙ୍ଗ ଖାଇବା ପରେ ଏତେ ସଂଖ୍ୟାକ ବାଦୁଡିକଙ୍କ ମୃତ୍ୟୁ ହୋଇଛି ବୋଲି ଜିଲ୍ଲା ବନ ବିଭାଗ ଅଧିକାରୀ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.