ETV Bharat / bharat

କୋରୋନା ଆକ୍ରାନ୍ତଙ୍କ ମୃତଦେହ ପରିଚାଳନା ପାଇଁ ଡିଡିଏମଏର ନିର୍ଦ୍ଦେଶନାମା ଜାରି - କୋରୋନା ପଜେଟିଭ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତଦେହ

ଦିଲ୍ଲୀର ଡାକ୍ତରଖାନାଗୁଡ଼ିକର କୋରୋନା ପଜେଟିଭ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତଦେହ ପରିଚାଳନା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ନିର୍ଦ୍ଦେଶ ଜାରି କରିଛି।

ddma
କୋରୋନା ଆକ୍ରାନ୍ତଙ୍କ ମୃତଦେହ ପରିଚାଳନା ପାଇଁ ଡିଡିଏମଏର ନିର୍ଦ୍ଦେଶନାମା ଜାରୀ
author img

By

Published : Jun 4, 2020, 11:35 AM IST

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ କୋରୋନା ପଜେଟିଭ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତଦେହ ପରିଚାଳନା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମା ଅନୁଯାୟୀ, କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ମୃତଦେହକୁ ଦୁଇ ଘଣ୍ଟା ମଧ୍ୟରେ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ପଡିବ। ଡାକ୍ତରଖାନା ନିଶ୍ଚିତ ରୂପେ ତାରିଖ ଏବଂ ସମୟ ଠିକ୍ କରିବେ । ଯେପରି ମୃତକଙ୍କ ପରିବାର କିମ୍ବା ସମ୍ପର୍କୀୟଙ୍କ ପାଇଁ ଅତି କମରେ 24 ଘଣ୍ଟାର ଏକ ବିଜ୍ଞପ୍ତି ଉପଲବ୍ଧ ହେବ।

ଯଦି ପରିବାର କିମ୍ବା ସମ୍ପର୍କୀୟମାନେ ନିଜେ ମୃତଦେହ ବ୍ୟବଚ୍ଛେଦ ପାଇଁ ଯୋଗାଯୋଗ କରୁଛନ୍ତି । ତେବେ ମୃତ୍ୟୁର 12 ଘଣ୍ଟା ମଧ୍ୟରେ ଡାକ୍ତରଖାନା ଦାହ ପାଇଁ କାର୍ଯ୍ୟସୂଚୀ ସ୍ଥିର କରିବ। ଏଥିସହ ମେଡିକାଲ ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ସଂପୃକ୍ତ ମ୍ୟୁନିସିପାଲିଟି ସଂସ୍ଥା ସହିତ ପରାମର୍ଶ କରି ଆଗାମୀ 24 ଘଣ୍ଟା ମଧ୍ୟରେ ମୃତଦେହକୁ ସମାଧି ଦିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା କୋରୋନା ଆକ୍ରାନ୍ତ କିମ୍ବା କୋରୋନା ସନ୍ଦିଗ୍ଧଙ୍କର ମୃତଦେହ ସମାଧି ଦେବାର ଦାୟିତ୍ବ ହସ୍ପିଟାଲର ମେଡିକାଲ୍ ଡାଇରେକ୍ଟରଙ୍କର ହେବ। ମ୍ୟୁନିସିପାଲିଟି ସଂସ୍ଥା ମୃତଦେହ ସମାଧି ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବ ବୋଲି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିର୍ଦ୍ଦେଶନାମାରେ କହିଛନ୍ତି ।

ଯଦି କୌଣସି ଅଜଣା କୋରୋନା ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧଙ୍କ ମେଡିକାଲରେ ମୃତ୍ୟୁ ଘଟୁଛି ତେବେ ଦିଲ୍ଲୀ ପୋଲିସ ଆଇନଗତ ନିୟମ ଅନୁଯାୟୀ 72 ଘଣ୍ଟା ମଧ୍ୟରେ ଦାହର ସମସ୍ତ କାର୍ଯ୍ୟ ତୁଲାଇବେ । ଏଥିସହ ଆଗାମୀ 24 ଘଣ୍ଟା ମଧ୍ୟରେ ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ଅନୁଯାୟୀ ମୃତଦେହକୁ ସମାଧି ଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.