ନୂଆଦିଲ୍ଲୀ: ଆରପାରିରେ ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା ନୀଲମ ଶର୍ମା । ଟ୍ବିଟ କରି ସୂଚନା ଦେଲା ଦୁରଦର୍ଶନ । କିଛି ଦିନ ହେବ ସେ କ୍ୟାନସରରେ ପୀଡିତ ଥିଲେ ।
![DD ANCHOR NILAM SHARMA ଡିଡି ଉପସ୍ଥାପିକା ନୀଲମ ଶର୍ମା](https://etvbharatimages.akamaized.net/etvbharat/prod-images/4163179_dd.jpg)
ଦୂରଦର୍ଶନରେ ଦୀର୍ଘ ୨୦ ବର୍ଷର କ୍ୟାରିୟର ଭିତରେ ସେ ‘ବଡି ଚର୍ଚ୍ଚା’, ‘ତେଜସ୍ଵିନୀ’ ଭଳି ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି ।
୧୯୯୫ ମସିହାରେ ସେ ନିଜର କ୍ୟାରିୟର ଦୂରଦର୍ଶନରେ ଆରମ୍ଭ କରିଥିଲେ । ୨୦୧୮ରେ ‘ନାରୀ ଶକ୍ତି’ ସମ୍ମାନରେ ନୀଲମଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଥିଲେ ।