ETV Bharat / bharat

ଯୋଗୀଙ୍କୁ ସୁରକ୍ଷା ଦେଉଥିବା ଡିସିପି କୋରୋନା ସଂକ୍ରମିତ

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୋତମ ବୁଦ୍ଧ ନଗର ଗସ୍ତରେ ନିୟୋଜିତ ହୋଇଥିବା ଗ୍ରେଟର ନୋଏଡା ଜୋନ୍ -3ର ଡିସିପି ରାଜେଶ କୁମାର ସିଂଙ୍କୁ କୋରୋନା । ଡିସିପିଙ୍କ ଡ୍ରାଇଭର, ପୁଅ ଏବଂ ସମ୍ପର୍କୀୟ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏପଟେ ସେ ଅନେକ ଉଚ୍ଚ ପଦାଧିକାରୀଙ୍କ ସହ ମଧ୍ୟ ଯୋଗାଯୋଗରେ ଆସିଛନ୍ତି । ଅଧିକ ପଢନ୍ତୁ...

ଯୋଗୀଙ୍କ ସୁରକ୍ଷା ଅଧିନରେ ଥିବା ଡିସିପି କୋରୋନା ସଂକ୍ରମିତ
author img

By

Published : Aug 10, 2020, 1:31 PM IST

ଲକ୍ଷ୍ନୌ: ସାରାବିଶ୍ବରେ ବର୍ତ୍ତମାନ ଆତଙ୍କ ରଚାଇଛି ମହାମାରୀ କୋରୋନା । ଏଭଳି ସ୍ଥିତିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୌତମ ବୁଦ୍ଧ ନଗର ଗସ୍ତରେ ନିୟୋଜିତ ହୋଇଥିବା ଗ୍ରେଟର ନୋଏଡା ଜୋନ୍ -3ର ଡିସିପି ରାଜେଶ କୁମାର ସିଂଙ୍କୁ କୋରୋନା ହୋଇଥିବା ଜଣାପଡ଼ିଛି । ଏଭଳି ଖବର ପାଇବା ପରେ ପୋଲିସ ବିଭାଗରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଡିସିପିଙ୍କ ଡ୍ରାଇଭର, ପୁଅ ଏବଂ ସମ୍ପର୍କୀୟ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ଶୁକ୍ରବାର ଏବଂ ଶନିବାର ଦିନ ଡିସିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଅଧୀନରେ ମୁତୟନ କରାଯାଇଥିଲା । ଶନିବାର ଦିନ ଯେତେବେଳେ ତାଙ୍କ ପୁଅର ରିପୋର୍ଟ ପଜିଟିଭ୍ ଆସିଥିଲା, ଡିସିପି ଏବଂ ତାଙ୍କ ସହ ଥିବା ପୋଲିସ୍ କର୍ମଚାରୀ ମଧ୍ୟ ଯାଞ୍ଚ କରାଯାଇଥିଲା ଏବଂ ରବିବାର ଦିନ ସେମାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା । ଡିସିପି ଏବଂ ତାଙ୍କ ପୁଅଙ୍କୁ ଏବେ ଗ୍ରେଟର ନୋଏଡାର ରିଅଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଅନେକ ଉଚ୍ଚ ପଦାଧିକାରୀଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି, ଯାହା ଏବେ ଚିନ୍ତାର କାରଣ ପାଲିଟିଛି । କିଛି ଅଧିକାରୀ ନିଜକୁ ହୋମ-କ୍ବାରେଣ୍ଟାଇନ କରିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.