ETV Bharat / bharat

CAA ତାତି: ଲାଠି ନୁହେଁ, ଜାତୀୟ ସଙ୍ଗୀତ ଆପଣାଇଲେ ପୋଲିସକର୍ମୀ

author img

By

Published : Dec 20, 2019, 9:17 AM IST

ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଜାରି ପ୍ରଦର୍ଶନକୁ ରୋକିବା ପାଇଁ ଅଭିନବ ଉପାୟ ଆପଣାଇଛନ୍ତି ବେଙ୍ଗାଲୁରୁରେ ଜଣେ ଡିସିପି । ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ସେ ଲାଠି ବଦଳରେ ଜାତୀୟ ସଙ୍ଗୀତକୁ ଆପଣାଇଛନ୍ତି । ଦେଖନ୍ତୁ ଭିଡିଓ..

bengaluru dcp sings national anthem during caa protest
ଫାଇଲ ଫଟୋ

ବେଙ୍ଗାଲୁରୁ: ସାରେ ଦେଶରେ ଏବେ ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ପ୍ରଦର୍ଶନ ଜାରି ରହିଛି । କେଉଁଠି ନିଆଁ ଜଳୁଛି ତ କେଉଁଠି ପଥରମାଡ ହେଉଛି । ଏହି ପ୍ରଦର୍ଶନ ଧୀରେ ଧୀରେ ହିଂସାର ରୂପ ନେଉଛି । ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପୋଲିସକୁ ବାଧ୍ୟ ହୋଇ ଲାଠି ଚାର୍ଜ କରିବାକୁ ପଡୁଛି । ହେଲେ ବେଙ୍ଗାଲୁରୁରେ ଜଣେ ଡିସିପି ଅଭିନବ ଉପାୟରେ ଆନ୍ଦୋଳନକାରୀଙ୍କୁ ରୋକିଛନ୍ତି । ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ସେ ଲାଠି ବଦଳରେ ଜାତୀୟ ସଙ୍ଗୀତକୁ ଆପଣାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଲୋକେ ପସନ୍ଦ କରିବା ସହ ଡିସିପିଙ୍କ ପଦକ୍ଷେପକୁ ଖୁବ୍‌ ପ୍ରଶଂସା କରୁଛନ୍ତି ।

ଭିଡିଓ ସୌଜନ୍ୟ: ଏଏନାଇ

ଗୁରୁବାର କର୍ଣ୍ଣାଟକ ବେଙ୍ଗାଲୁରୁର ଟାଉନହଲରେ ସିଏଏ ଏବଂ ଏନଆରସି ବିରୋଧରେ ତୀବ୍ର ପ୍ରଦର୍ଶନ ହୋଇଥିଲା । ଏହି ସମୟରେ ବେଙ୍ଗାଲୁରୁ ଡିସିପି ଚେତନ ସିଂହ ରାଠୋର ସେଠାକୁ ପହଞ୍ଚି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପ୍ରଦର୍ଶନକାରୀ ତାଙ୍କ କଥା ଶୁଣିନଥିଲେ । ଫଳରେ ସେ ଜାତୀୟ ସଙ୍ଗୀତ ଗାଇବାକୁ ଲାଗିଲେ । ଏହାଦେଖି ସେଠାରେ ଉପସ୍ଥିତ ପ୍ରଦର୍ଶନକାରୀ ମଧ୍ୟ ଡିସିପିଙ୍କ ସହ ଜାତୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ। ଏପରିକି ସେମାନେ ସମସ୍ତେ ଏକ ସ୍ବରରେ ଜୟହୀନ୍ଦ ନାରା ମଧ୍ୟ ଦେଇଥିଲେ। ତେବେ ଜାତୀୟ ସଙ୍ଗୀତ ଗାଇବା ପରେ ସେମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ ।

ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୁରୁବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଜନ୍ତର-ମନ୍ତରରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କୁ ପୋଲିସ ଉଠାଇନେବା ପାଇଁ ସେଠାକୁ ପହଞ୍ଚିଥିଲା । ପୋଲିସକୁ ଦେଖି ପ୍ରଦର୍ଶନକାରୀ ଜାତୀୟ ସଙ୍ଗୀତ ଗାଇବାକୁ ଲାଗିଲେ । ଫଳରେ ପୋଲିସ ସେମାନଙ୍କ ସହ କିଛି କରିବା ବଦଳରେ ସାବଧାନ ହୋଇ ଜାତୀୟ ସଙ୍ଗୀତ ଗାଇବାକୁ ଲାଗିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.