ETV Bharat / bharat

ଦେଶର 5ଟି ସ୍ଥାନରେ ହେବ ଅକ୍ସଫୋର୍ଡ ଟିକାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ

କୋଭିଡ -19 ର ଚିକିତ୍ସା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା ଟିକାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଦେଶର ପାଞ୍ଚଟି ସ୍ଥାନରେ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ...

ଦେଶର 5 ସ୍ଥାନରେ କରାଯିବ ଅକ୍ସଫୋର୍ଡ ଟିକାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ

author img

By

Published : Jul 28, 2020, 3:14 PM IST

ନୂଆଦିଲ୍ଲୀ: କୋଭିଡ-19 ଚିକିତ୍ସା ପାଇଁ ଅକ୍ସଫୋର୍ଡ-ଅଷ୍ଟ୍ରୋଜେନିକା ଦ୍ବାରା ବିକଶିତ ଟିକାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଭାରତରେ ହେବାକୁ ଯାଉଛି । ହ୍ୟୁମାନ ଟ୍ରାଏଲ ପାଇଁ ଦେଶର 5ଟି ସ୍ଥାନ ଚୟନ କରାଯାଇଛି । ବାୟୋଟେକ୍ନୋଲୋଜି ବିଭାଗ(ଡିବିଟି) ସଚିବ ରେଣୁ ସ୍ବରୂପ ଏନେଇ ସୂଚନା ଦେଇଛନ୍ତି । ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭାରତୀୟଙ୍କୁ ଟିକା ଦେବା ପୂର୍ବରୁ ଦେଶରେ ତଥ୍ୟ ଉପଲବ୍ଧ ରହିବା ଜରୁରୀ ବୋଲି ସ୍ବରୂପ କହିଛନ୍ତି ।

ଅକ୍ସଫୋର୍ଡ ଓ ଏହାର ସହଯୋଗୀ ଅଷ୍ଟ୍ରୋଜେନିକା ଦ୍ବାରା ବିକଶିତ ଏହି ଟିକା ସଫଳତା ପାଇବା ପରେ ଟିକା ଉତ୍ପାଦନ ପାଇଁ ବିଶ୍ବର ସବୁଠାରୁ ବଡ ଟିକା ନିର୍ମାତା ‘ଦ ସିରମ ଇଷ୍ଟିଚ୍ୟୁଟ ଅଫ ଇଣ୍ଡିଆ’(CII) କୁ ଚୟନ କରାଯାଇଛି ।

ଟିକାର ଦ୍ବିତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲର ଫଳାଫଳ ଚଳିତ ମାସରେ ପ୍ରକାଶିତ ହୋଇଥିଲା। ଡିବିଟି ଭାରତର ଯେ କୌଣସି କୋଭିଡ ଟିକା ପ୍ରୟାସର ଏକ ଅଂଶ । ଆର୍ଥିକ ସହୟତା ଦିଗରେ, ବିନିୟମ ମଞ୍ଜୁରି ସୁବିଧା ତଥା ଦେଶର ବିଭିନ୍ନ ନେଟୱର୍କରେ ପହଞ୍ଚାଇବାରେ ସହଯୋଗ କରିବ ।

ଡିବିଟିର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ସାଇଟର ସ୍ଥାପନା କରୁଛି । ଏହା ଉପରେ କାମ ଆରମ୍ଭ ହୋଇସାରିଥିବାବେଳେ ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ପାଇଁ 5 ଟି ସ୍ଥାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପୁନେ ସ୍ଥିତ ସିଆଇଆଇ ସମ୍ଭାବ୍ୟ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ମାନବ ପରୀକ୍ଷଣ ସଞ୍ଚାଳନ କରିବାକୁ ଭାରତୀୟ ଔଷଧ ନିୟାମକ ଠାରୁ ଅନୁମତି ମାଗିଛି । ଡିବିଟି ସଚିବ ସ୍ବରୂପ କହିଛନ୍ତି, ଡିବିଟି ପ୍ରତ୍ୟେକ ନିର୍ମାତ ସହ କାମ କରୁଅଛି,ସିରମ(ସଂସ୍ଥାନ) ତୃତୀୟ ପରୀକ୍ଷଣ ପାଇଁ ମହତ୍ତ୍ବପୂର୍ଣ୍ଣ ଅଟେ । କାରଣ ଯଦି ଟିକା ସଫଳ ହୁଏ ତେବେ ଏହା ଭାରତବାସୀଙ୍କୁ ମିଳିବ ଏହାର ତଥ୍ୟ ଭାରତରେ ଉପଲବ୍ଧ ରହିବା ଜରୁରୀ ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ 5ଟି ସାଇଟ ପ୍ରସ୍ତୁତ ରହିଛି । ଆଗାମୀ କିଛି ସପ୍ତାହ ସମୟରେ ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.