ନୂଆଦିଲ୍ଲୀ: କୋରୋନା ମୁକାବିଲା କରୁଛି ଦେଶ । ଦିନ ରାତି ଏକ କରି କୋରୋନା ମୁକାବିଲା କରିବାକୁ ଏକଜୁଟ ହୋଇଛନ୍ତି ସଭିଏଁ । ଦିନକୁ ଦିନ ବୃଦ୍ଧି ପାଉଥିବା କୋଭିଡ-19 ଆକ୍ରାନ୍ତକୁ ଦୃଷ୍ଟିରେ ରଖି ଅଧିକ ନମୁନା ପରୀକ୍ଷଣ କରିବାକୁ ଲ୍ୟାବ ସଂଖ୍ୟା ବଢାଯାଇଛି ।
ଡିବିଟି (ଲାବୋରେଟୋରୀସ ଅଣ୍ଡର ଡିପାର୍ଟମେଣ୍ଟ ଅଫଂ ବାୟୋ ଟେକ୍ନୋଲୋଜି), ଡିଏସଟି(ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି), ସିଏସଆଇଆର(କାଉନସିଲ ଅଫ ସାଇନ୍ସ ଇଣ୍ଟରଷ୍ଟ୍ରିୟାଲ ରିସର୍ଚ୍ଚ), ଏବଂ ଡିଏଇ(ଡିପାର୍ଟମେଣ୍ଟ ଅଫ ଆଟୋମିକ ଏନର୍ଜି) ଲ୍ୟା ଗୁଡିକ ଏବେ କୋରୋନା ଟେଷ୍ଟ କରି ପାରିବେ । ଏନେଇ ଆଇସିଏମଆର ତରଫରୁ ଗୁରୁବାର ସ୍ବିକୃତୀ ମିଳିଛି ।
ଏହାସହ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କଡା ନିର୍ଦ୍ଦେଶ ରହିଛି ଯେ, ଡିବିଟି, ଡିଏସଟି, ସିଏସଆଇଆର, ଡିଏଇ ଲାବୋରେଟୋରୀ ଗୁଡିକ ଆଇସିଏମଆରର ଗାଇଡ ଲାଇନକୁ ସଠିକ ରୂପେ ପାଳନ କରିବେ । ତେବେ କୋଭିଡ-19 ଟେଷ୍ଟ ପାଇଁ ଆବଶ୍ୟକ ହେଉଥିବା କିଟ ଏହି ଲ୍ୟାବ ଗୁଡିକୁ ଆଇସିଆମଆର ତରଫରୁ ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ତେବେ ଯେତେବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ବା ରାଜ୍ୟ ଆଇଡିଆସପି ତରଫରୁ କୌଣସି ନମୁନା ଟେଷ୍ଟ ପାଇଁ ଏଠାକୁ ପଠାଯିବ ତେବେ ସେମାନେ ଏହାର ପରୀକ୍ଷଣ କରିପାରିବେ । ଏହି ଲ୍ୟାବ ଗୁଡିକରେ ଉପଯୁ୍କ୍ତ ଟ୍ରେଣ୍ଟ ଷ୍ଟାଫ୍ ରହିବା ଦରକାର । ଯେଉଁମାନେ ସ୍ବାବ ପରୀକ୍ଷଣ କରିବାକୁ ସକ୍ଷମ ହୋଇଥିବେ । ଏହାସହ ସେମାନେ ଲ୍ୟାବର ବାୟୋ ସୁରକ୍ଷା ବିଷୟରେ ଅବଗତ ଥିବେ ବୋଲି ଆଇସିଏମଆର ତରଫରୁ ନିର୍ଦ୍ଦେଶ ନାମା ଜାରି ହୋଇଛି ।