ETV Bharat / bharat

'ହିନ୍ଦୁ ରାଷ୍ଟ୍ର ଗଠନ କରୁଛନ୍ତି ମୋଦି ସରକାର'

author img

By

Published : Jan 24, 2020, 5:37 PM IST

ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବା ନରେନ୍ଦ୍ର ମୋଦି ସରକାର ଏକ ହିନ୍ଦୁ ରାଷ୍ଟ୍ରବାଦୀ ଦେଶ ଗଠନ କରୁଥିବା ଅଭିଯୋଗ କରିଛନ୍ତି ଆମେରିକାର ଆରବପତି ନିବେଶକ ଜର୍ଜ ସୋରୋସ । ଅଧିକ ପଢନ୍ତୁ...

us-billionaire-george-soros
ଜର୍ଜ ସୋରୋସ

ନୂଆଦିଲ୍ଲୀ: ପରୋପକାର ପାଇଁ ଖ୍ୟାତି ଅର୍ଜନ କରିଥିବା ଆମେରିକାର ଆରବପତି ନିବେଶକ ଜର୍ଜ ସୋରୋସ କାଶ୍ମୀର, ସିଏଏ ଏବଂ ଏନଆରସି ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କର କଡା ସମାଲୋଚନା କରିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବା ନରେନ୍ଦ୍ର ମୋଦି ସରକାର ଏକ ହିନ୍ଦୁ ରାଷ୍ଟ୍ରବାଦୀ ଦେଶ ଗଠନ କରୁଛନ୍ତି । ଯାହା ଭାରତ ପାଇଁ ସବୁଠୁ ବଡ ଝଟକା ବୋଲି ସେ କହିଛନ୍ତି । ଦାବୋସରେ ଆୟୋଜିତ ବିଶ୍ବ ଆର୍ଥିକ ମଞ୍ଚର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ସୋରୋସ।

ସେ କହିଛନ୍ତି, 'ରାଷ୍ଟ୍ରବାଦ ଭାରତ ପାଇଁ ସବୁଠୁ ବଡ ବିଫଳତା ସାବ୍ୟସ୍ତ ହେବ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବା ନରେନ୍ଦ୍ର ମୋଦି ସରକାର ଏକ ହିନ୍ଦୁ ରାଷ୍ଟ୍ରବାଦୀ ଦେଶ ଗଠନ କରୁଛନ୍ତି । କାଶ୍ମୀର ଉପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଲକ୍ଷ ଲକ୍ଷ ମୁସଲମାନଙ୍କୁ ସେମାନଙ୍କ ନାଗରିକତ୍ବରୁ ବଞ୍ଚିତ କରିବାର ବିପଦ ସୃଷ୍ଟି କରାଯାଉଛି । ଏହା ଭାରତ ପାଇଁ ସବୁଠୁ ବଡ ଝଟକା । '

ଏହା ସହିତ ସୋରୋସ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, 'ରାଷ୍ଟ୍ରପତି ଟ୍ରମ୍ପ ଜଣେ ଠକ ଏବଂ ସମ୍ପୁର୍ଣ୍ଣ ଭାବରେ ଆତ୍ମମୁଗ୍ଧ ବ୍ୟକ୍ତି ଅଟନ୍ତି । ସେ ଚାହାନ୍ତି ସମ୍ପୁର୍ଣ୍ଣ ବିଶ୍ବର ଲୋକେ ତାଙ୍କ ପଛରେ ବୁଲନ୍ତୁ । ରାଷ୍ଟ୍ରପତି ହେବାର ତାଙ୍କର ସ୍ବପ୍ନ ପୂରଣ ହେବାପରେ ତାଙ୍କର ଆତ୍ମମୁଗ୍ଧତା ରୋଗ ଭଳି ବ୍ୟାପିଯାଇଛି । ବାସ୍ତବରେ ସେ ସମ୍ବିଧାନର ଆଇନକୁ ଉଲଙ୍ଘନ କରିଛନ୍ତି । ଏହି କାରଣରୁ ତାଙ୍କ ବିରୋଧରେ ମହାଭିଯୋଗ ଚାଲିଛି । '

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.