ETV Bharat / bharat

ହଟିଲା ଧାରା 370, ଜମ୍ମୁ ଝିଅ ହେଲେ ରାଜସ୍ଥାନ ବୋହୁ

author img

By

Published : Aug 28, 2019, 11:59 AM IST

ଅନୁଚ୍ଛେଦ 370 ହଟିବା ପରେ ଏକାଠି ହେଲେ 2 ପ୍ରେମପକ୍ଷୀ । ଜମ୍ମୁ ଝିଅ କାମିନୀ ରାଜସ୍ଥାନର ଅକ୍ଷୟଙ୍କୁ ବିବାହ କରିଥିବାବେଳେ ଅକ୍ଟୋବରରେ ଦିଆଯିବ ରିସେପ୍ସନ ପାର୍ଟି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଜୟପୁର: ଜମ୍ମୁ କଶ୍ମୀରରେ ଅନୁଚ୍ଛେଦ 370 ହଟିବା ପରେ କେବଳ କାଶ୍ମୀରରେ ସ୍ଥାୟୀବାସିନ୍ଦା ଭାବେ ରହିବା ନୁହଁ ସେଠାକାର ଝିଅ ମାନେ ମଧ୍ୟ ଅନ୍ୟ ରାଜ୍ୟର ବୋହୁ ହୋଇପାରିବେ । ଠିକ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଧାରା ହଟିବା ପରେ ଜମ୍ମୁରେ ପ୍ରଥମ ବିବାହ ଦେଖିବାକୁ ମିଳିଛି ତାହା ପୁଣି ରାଜସ୍ଥାରେ । ଶ୍ରୀଗଙ୍ଗାନଗରର ଅକ୍ଷୟ ଅରୋଡା ଜମ୍ମୁକାଶ୍ମୀରର କାମିନୀଙ୍କୁ ବିବାହ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାମୁତାବକ, ରାଜସ୍ଥାନର ଅକ୍ଷୟଙ୍କର ଜମ୍ମୁର କାମିନୀ ରାଜପୁତ ସହ 2 ବର୍ଷ ପୂର୍ବେ ଦିଲ୍ଲୀରେ ଭେଟ ହୋଇଥିଲା । ଅକ୍ଷୟ ଚାନ୍ଦିନୀ ଚୌକରେ ରହୁଥିବାବେଳେ କାମିନୀ ତାଙ୍କ ପିଉସିଙ୍କ ସହ ଦିଲ୍ଲୀରେ ରହୁଥିଲେ । ଏହାପରେ ଉଭୟ ପରସ୍ପରକୁ ଦେଖା କରୁଥିଲେ ଏନେଇ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରିବାର ଲୋକ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ । କିନ୍ତୁ ଅନୁଚ୍ଛେଦ 370 ଉଭୟଙ୍କ ପାଇଁ ବାଧକ ସାଜିଥିଲା । ଆଉ ଏବେ ମୋଦି ସରକାରଙ୍କର ଏହି ନିଷ୍ପତ୍ତି ଉଭୟଙ୍କ ପାଇଁ ବାଟ ଖୋଲି ଦେଇଥିଲା । ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଶ୍ରୀଗଙ୍ଗାନଗରରେ କାମିନୀ ପ୍ରଥମ ବୋହୁ ଯିଏ ବିବାହ କରି କାଶ୍ମୀରରୁ ରାଜସ୍ଥାନ ଆସିଛନ୍ତି। ଜିଲ୍ଲାପାଳଙ୍କ ମୋହର ଲାଗିବା ପରେ କାମିନୀ ଆଉ ଅକ୍ଷୟଙ୍କର ବିବାହ ଅନ୍ତର ରାଜ୍ୟ ବିଶେଷ ଅଧିନିୟମରେ ମଧ୍ୟ ପଞ୍ଜିକୃତ ହୋଇଛି। ଉଭୟ ନିଜର ସ୍ବପ୍ନ କରିଥିବାରୁ ବହୁତ ଖୁସି ଅଛନ୍ତି । ବିବାହ ହୋଇସାରିଥିବାବେଳେ ପରିବାର ଲୋକେ ଅକ୍ଟୋବର ମାସରେ ରିସେପସନ ପାର୍ଟି ଦେବେ । ଯେଉଁଥିରେ ଜମ୍ମୁ କଶ୍ମୀରରରୁ ବହୁ ସମ୍ପର୍କୀୟ ଶ୍ରୀଗଙ୍ଗାନଗର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

Intro:Body:

ghh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.