ETV Bharat / bharat

ଆନ୍ତଃଜାତି ବିବାହ: ସରକାର ଦେଉଛନ୍ତି ଟଙ୍କା, ବିଧାୟକଙ୍କ ବିରୋଧ - intercast-marriage

ଆନ୍ତଃଜାତି ବିବାହ (ଇଣ୍ଟରକାଷ୍ଟ ମ୍ୟାରେଜ) ପାଇଁ ସରକାର ପ୍ରୋତ୍ସାହନ ରାଶି ଦେଉଛନ୍ତି । ତେବେ ଜଣେ ବିଜେପି ବିଧାୟକ ନିଜ ଝିଅର ଏପରି ବିବାହକୁ ବିରୋଧ କରିଛନ୍ତି । ଇଣ୍ଟରକାଷ୍ଟ ମ୍ୟାରେଜ ପାଇଁ 2013 ମସିହାରେ କେନ୍ଦ୍ରସରକାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଥିଲେ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 13, 2019, 12:27 PM IST

ଲକ୍ଷ୍ନୌ: ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରାଙ୍କ ବିବାହ ମାମଲା ଏବେ ସାରା ଦେଶରେ ଚର୍ଚ୍ଚା । ଗୋଟିଏ ପକ୍ଷରେ ସାକ୍ଷୀ ଜଣେ ଦଳିତ ପୁଅକୁ ବିବାହ କରିବାରୁ ପିତାଙ୍କଠାରୁ ଧମକ ମିଳୁଥିବା ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଦଳିତଙ୍କୁ ବିବାହ କଲେ ସରକାର ଦେଉଛନ୍ତି ଟଙ୍କା।

ଗତବର୍ଷ ଲୋକସଭାର ପ୍ରଶ୍ନକାଳରେ ଆଲୋଚନା ଚାଲିଥିବା ବେଳେ ସେତେବେଳର ସାମାଜିକ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଜାତିଗତ ଭେଦଭାବକୁ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ଆନ୍ତଃଜାତି ବିବାହକୁ ପ୍ରୋତ୍ସାହିତ କରିଛନ୍ତି। ପତି କିମ୍ବା ପତ୍ନୀ ମଧ୍ୟରୁ କେହି ଜଣେ ବି ଅନୁସୂଚିତ ଜାତିର ହୋଇ ଥିଲେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଅଢେଇଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

ଇଣ୍ଟରକାଷ୍ଟ ମ୍ୟାରେଜ ପାଇଁ 2013 ମସିହାରେ କେନ୍ଦ୍ରସରକାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଥିଲେ । ପୂର୍ବରୁ ବାର୍ଷିକ 5 ଲକ୍ଷ ଟଙ୍କା ଆୟ ଥିଲେ ଏହି ଯୋଜନାର ଲାଭ ମିଳୁଥିଲା । ପରେ 2017 ମସିହାରେ ମୋଦି ସରକାର 5 ଲକ୍ଷ ଟଙ୍କା ବାର୍ଷିକ ଆୟ ସୀମାକୁ ସମାପ୍ତ କରି ସବୁ ବର୍ଗର ଲୋକଙ୍କୁ ଏହି ଯୋଜନା ସହ ଯୋଡିଥିଲେ ।

ତେବେ ଗୋଟିଏ ପକ୍ଷରେ ବିଜେପି ସରକାର ଆନ୍ତଃଜାତି କଲେ ପ୍ରୋତ୍ସାହନ ଅର୍ଥ ଦେଉଥିବା ବେଳେ ଅନ୍ୟପକ୍ଷରେ ସେହି ସରକାରର ଜଣେ ବିଧାୟକ ଇଣ୍ଟରକାଷ୍ଟ ମ୍ୟାରେଜକୁ ବିରୋଧ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.