ହାଇଦ୍ରାବାଦ: ନିଖୋଜ ପିଲାମାନଙ୍କୁ ଠାବ କରିବାରେ ସହାୟକ ହେଉଛି 'ଦର୍ପଣ ପୋର୍ଟାଲ' ବା ମୁହଁ ଚିହ୍ନିବା ଉପକରଣ । ତେଲେଙ୍ଗାନା ପୋଲିସ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଉପକରଣ ଜରିଆରେ ପ୍ରାୟ 33ଜଣ ନିଖୋଜ ପିଲା ବହୁ ସମୟ ବ୍ୟବଧାନରେ ନିଜ ପିତାମାତାଙ୍କ ନିକଟରେ ପହଞ୍ଚିଛନ୍ତି ବୋଲି ତେଲେଙ୍ଗାନା ଆଇପିଏସ୍ ଅଫିସର ସ୍ବାତୀ ଲାକ୍ରା ସୂଚନା ଦେଇଛନ୍ତି ।
ମୁହଁ ଚିହ୍ନୁଥିବା ଏହି 'ଦର୍ପଣ' ନାମକ ଉପକରଣଟିକୁ 2018 ମସିହାରେ ତେଲେଙ୍ଗାନା ପୋଲିସ ଦ୍ବାରା ବିକଶିତ କରାଯାଇଥିଲା । ଏହି ଉପକରଣ ମାଧ୍ୟମରେ ପୋଲିସ ନିଖୋଜ ଶିଶୁ ଏବଂ ଅଭିଭାବକମାନଙ୍କ ଦ୍ବାରା ଥାନାରେ ଦିଆଯାଇଥିବା ତଥ୍ୟଗୁଡିକ ସହ ମିଳାଇଥାଏ । ଏହି ପ୍ରକ୍ରିୟା ଅନୁଯାୟୀ ନିଖୋଜ ପିଲାମାନଙ୍କୁ ଠାବ କରାଯାଇଥାଏ ।
"ନିଖୋଜ ଶିଶୁକୁ ଖୋଜିବା ପାଇଁ ଆମେ ସମସ୍ତ ଶିଶୁ ଯତ୍ନ ପ୍ରତିଷ୍ଠାନରୁ ଏବଂ କେନ୍ଦ୍ରୀୟ ପୋର୍ଟାଲ 'ନିଖୋଜ ଶିଶୁକୁ ଟ୍ରାକ୍' ରୁ ତଥ୍ୟ ସଂଗ୍ରହ କରୁଛୁ। ଆମେ ମଧ୍ୟ ସିସିଟିଏନଏସ (କ୍ରାଇମ ଓ କ୍ରାଇମବ୍ରାଞ୍ଚ ଟ୍ରାକିଂ ନେଟୱାର୍କ ଏବଂ ସିଷ୍ଟମ) ରୁ ତଥ୍ୟ ପାଇଥାଉ। ସଂଗୃହିତ ତଥ୍ୟରୁ ପୋର୍ଟାଲ ଏକ ମେଳକ ବା ମ୍ୟାଚ୍ ଖୋଜିଥାଏ । ତଥ୍ୟଗୁଡିକ ମ୍ୟାଚ୍ କରିବା ପରେ ସ୍ଥାନୀୟ ପୋଲିସକୁ ସୂଚନା ପଠାଯାଇଥାଏ । ଏହା ପରେ ଉକ୍ତ ନିଖୋଜ ପିଲାଟିକୁ ପୋଲିସ ପାଇବା ପରେ ତାର ଅଭିଭାବକଙ୍କୁ ପିଲାଟିକୁ ହସ୍ତାନ୍ତର କରାଯାଇଥାଏ" ବୋଲି ଆଇପିଏସ୍ ଅଫିସର ସ୍ବାତୀ ଲାକ୍ରା ସୂଚନା ଦେଇଛନ୍ତି ।
ଆଇପିଏସ୍ ଅଫିସର ସ୍ବାତୀ କିଛି ଦିନ ପୂର୍ବେ ଘଟିଥିବା ଏକ ଘଟଣାକୁ ମନେ ପକାଇ କହିଛନ୍ତି "2015 ମସିହା ଜୁଲାଇରେ ଆହ୍ଲାବାଦରୁ ଜଣେ 13ବର୍ଷର ବାଳକ ନିଖୋଜ ହୋଇଥିବା ଘଟଣା ସାମନାକୁ ଆସିଥିଲା । ତେବେ ଏହି ଦର୍ପଣ ଉପକରଣ ମାଧ୍ୟମରେ ଦୀର୍ଘ 5ବର୍ଷ ପରେ ଉକ୍ତ ବାଳକକୁ ପୋଲିସ ଆସାମରୁ ଠାବ କରିଥିବାରେ ସକ୍ଷମ ହୋଇଥିଲା ।"
ଦର୍ପଣ ଉପକରଣ ଜରିଆରେ ପ୍ରାୟ 33ଜଣ ପିଲାଙ୍କୁ ତାଙ୍କ ଅଭିଭାବକଙ୍କ ସବ ପୁନଃମିଳନରେ ତେଲେଙ୍ଗାନା ପୋଲିସ ସକ୍ଷମ ହୋଇପାରିଛି । ତେବେ ତେଲେଙ୍ଗାନା ସହିତ ଅନ୍ୟ ରାଜ୍ୟ ମଧ୍ୟ ନିଖୋଜ ପିଲାମାନଙ୍କୁ ଖୋଜିବାରେ ଏହି ଉପକରଣଟିକୁ ବ୍ୟବହାର କରୁଥିବାର ତେଲେଙ୍ଗାନା ଆଇପିଏସ୍ ଅଫିସର ସ୍ବାତୀ ଲାକ୍ରା ସୂଚନା ଦେଇଛନ୍ତି ।
@ANI