ସିମଲା: ବର୍ତ୍ତମାନ ସମୟରେ ଦୁନିଆକୁ ପ୍ରାଚୀନ ଭାରତୀୟ ଜ୍ଞାନର ଆବଶ୍ୟକତା ରହିଛି। ଏହା କହିଛନ୍ତି ନିର୍ବାସିତ ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମା। ହିମାଚଳପ୍ରଦେଶର କାଙ୍ଗ୍ରା ଜିଲ୍ଲାର ମୈକଲୋଡଗଞ୍ଜରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ସେ।
ପ୍ରାଚୀନ ଭାରତୀୟ ଜ୍ଞାନ ଉପରେ ମତ ରଖି ଧର୍ମଗୁରୁ ଦଲାଇଲାମା କହିଛିନ୍ତି ଯେ, ଦୁନିଆକୁ ଐତିହାସିକ ଭାରତ ସମ୍ପର୍କରେ ବିଷୟରେ ଜ୍ଞାନ ଆହୋରଣ କରିବା ଆବଶ୍ୟକ। ଅହିଂସା ଓ କରୁଣାକୁ ପ୍ରାର୍ଥନା କିମ୍ବା ଅନୁଷ୍ଠାନ ମାଧ୍ୟମରେ ନୁହଁ କେବଳ ଶିକ୍ଷା ଦ୍ବାରା ହିଁ ପୁନର୍ଜୀବିତ କରାଯାଇପାରିବ। ଏହି କାର୍ଯ୍ୟକ୍ରମରେ ଅନେକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ହିମାଚଳ ପ୍ରଦେଶର ଧର୍ମଶାଳା ୟୁନିଭର୍ସିଟିରେ 6 ମାସ ହେବ ପ୍ରାଚୀନ ଭାରତୀୟ ଜ୍ଞାନ କୋର୍ସ ଆରମ୍ଭ କରାଯାଇଛି। ବର୍ତ୍ତମାନ ଏହି କୋର୍ସରେ 30 ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି। ଏ ପାଠ୍ୟକ୍ରମ ଉପରେ ମତରଖି ଦଲାଇଲାମା କହିଛନ୍ତି ଯେ, ଏହି ସଂସ୍ଥାନ ମତେ ଏହି ସାମନ୍ତି ଯୋଜନା ସହ ଯୋଡିହେବା ଲାଗୁଛି । ତିବ୍ଦତର ଇତିହାସରେ କିଛି ଲାମା ବାସ୍ତବରେ ଅଦ୍ଭୁତ ଥିଲେ। ସେଥିପାଇଁ ମତେ ଲାଗୁଛି ଯେ ଆମକୁ ପୁଣିଥରେ ମୂଳ ଭାରତୀୟ ପରମ୍ପରାକୁ ଫେରିଯିବା ଆବଶ୍ୟକ।