ETV Bharat / bharat

ଲକଡାଉନ: ହାଇଦ୍ରାବାଦ ଉପରେ ନଜର ରଖିବ ଡ୍ରୋନ

ହାଇଦ୍ରାବାଦରେ କଡାକଡି ଭାବେ ପାଳନ ହେଉଛି ଲକଡାଉନ ନିୟମ । ଏହାକୁ ସହରବାସୀ କିପରି ପାଳନ କରୁଛନ୍ତି ତାହା ଦେଖିବା ପାଇଁ ତେଲେଙ୍ଗାନା ଓ ହାଇଦ୍ରାବାଦ ପୋଲିସକୁ ମିଳିଛି ଟେକ୍ନୋଲୋଜିର ସହାୟତା ।

author img

By

Published : Apr 3, 2020, 6:57 PM IST

hyderabad lockdown, drone surveillance , drone surveillance in hyderabad, lockdown, ହାଇଦ୍ରାବାଦ ଲକଡାଉନ, ଡ୍ରୋନ ସର୍ଭିଲେନ୍ସ, ହାଇଦ୍ରାବାଦ ଲକଡାଉନରେ ଡ୍ରୋନରେ ସର୍ଭିଲେନ୍ସ, ଲକଡାଉନ
ହାଇଦ୍ରାବାଦ ଲକଡାଉନ: ଲୋକଙ୍କ ଉପରେ ନଜର ରଖିବ ଡ୍ରୋନ

ହାଇଦ୍ରାବାଦ: ହାଇଦ୍ରାବାଦରେ କଡାକଡି ଭାବେ ପାଳନ ହେଉଛି ଲକଡାଉନ ନିୟମ । ଏହାକୁ ସହରବାସୀ କିପରି ପାଳନ କରୁଛନ୍ତି ତାହା ଦେଖିବା ପାଇଁ ତେଲେଙ୍ଗାନା ଓ ହାଇଦ୍ରାବାଦ ପୋଲିସକୁ ମିଳିଛି ଟେକ୍ନୋଲୋଜିର ସହାୟତା । ଗ୍ଲୋବାଲ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସଲ୍ୟୁସନ୍ସ କମ୍ପାନୀ ସିଏଣ୍ଟ ଏହି ଡ୍ରୋନ ଆଧାରିତ ଟେକ୍ନୋଲୋଜି ଯୋଗାଇବାରେ ସାହାଯ୍ୟ କରିଛି ।

ଏନେଇ ସାଇବରାବାଦ ପୋଲିସ ଟ୍ବିଟର ଜରିଆରେ ସୂଚନା ଦେଇଛନ୍ତି । ଏହାଦ୍ବାରା ପୋଲିସ ଲକଡାଉନ ସମ୍ପର୍କିତ ଘୋଷଣା କରିବା ସହ ଗ୍ରାଉଣ୍ଡରେ ମୁତୟନ ପୋଲିସଙ୍କୁ ଲୋକଙ୍କ ଗତିବିଧି ଉପରେ କଡା ନଜର ରଖିବାରେ ସାହାଯ୍ୟ କରୁଛି ।

ଏହି ଡ୍ରୋନରେ ସର୍ଭିଲେନ୍ସ କ୍ୟାମେରା, ଥର୍ମାଲ ଇମେଜିଂ ପେଲୋଡ୍ସ ଓ ଜନ ସମାଗମରେ ଘୋଷଣା କରିବା ପାଇଁ ସ୍କାଏ ସ୍ପିକର ଖଞ୍ଜା ଯାଇଛି । ଏଥିସହ ଏହି ଡ୍ରୋନରେ ଥିବା ଏରିଆଲ ଇନସ୍ପେକ୍ସନ କ୍ଷମତା ପୋଲିସ ଫୋର୍ସକୁ ବହୁମାତ୍ରାରେ ସାହାଯ୍ୟ କରିବା ବୋଲି ଆଶା ରହିଛି ।

ଏହି ଡ୍ରୋନ ସହାୟତା ପ୍ରତି ମୁହୂର୍ତ୍ତର ଖବର ରଖିବା ପୋଲିସ ପାଇଁ ସହଜ ହେବା ସହ ଆବଶ୍ୟକ ସ୍ଥଳେ ପୋଲିସ ଜରୁରୀ ପଦକ୍ଷେପ ନେବାରେ ମଧ୍ୟ ସମର୍ଥ ହେଉଛି । ତେବେ ଏନେଇ ଟ୍ବିଟ ଯୋଗେ ସାଇବରାବାଦ ପୋଲିସ କହିଛି କି ସିଏଣ୍ଟ ସହ ମିଶି ସ୍ଥଳଭାଗରେ ମୁତୟନ ପୋଲିସକୁ ଡ୍ରୋନ ଦ୍ବାରା ସାହାଯ୍ୟ ମିଳିବା ସହ କାମ ଆହୁରି ସହଜ ହେଉଛି । ଏହା ଅନେକ ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ନଜର ରଖିବାରେ ସାହାଯ୍ୟ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.