ETV Bharat / bharat

"ବାୟୁ " ପାଇଁ ଆଉ 7ଟି ଟ୍ରେନ ବାତିଲ

author img

By

Published : Jun 13, 2019, 4:08 AM IST

ସାମୁଦ୍ରିକ ଝଡ "ବାୟୁ " ପାଇଁ  ପଶ୍ଚିମ ରେଳତଟର ଆଉ  7ଟି ଟ୍ରେନକୁ ବାତିଲ କରାଯାଇଛି । ଏହାସହ ଆଂଶିକ ଭାବରେ ଆଉ 5ଟି ଟ୍ରେନ ମଧ୍ୟ ବାତିଲ କରିଦିଆଯାଇଛି ।

ଫାଇଲ ଫଟୋ

ଗାନ୍ଧୀନଗର: ଗୁରୁବାର ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁପାରେ ସାମୁଦ୍ରିକ ଝଡ "ବାୟୁ " । ଏହାର ସାମ୍ଭାବ୍ୟ ପ୍ରଭାବ ଅନୁଭୂତ ହେବା ଆଗରୁ ସତର୍କ ହୋଇ ଉଠିଛନ୍ତି ଗୁଜୁରାଟ ସରକାର । ଏହି ବାତ୍ୟାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପଶ୍ଚିମ ରେଳତଟର ଆଉ 7ଟି ଟ୍ରେନକୁ ବାତିଲ କରାଯାଇଛି । ଏହାସହ ଆଂଶିକ ଭାବରେ ଆଉ 5ଟି ଟ୍ରେନ ମଧ୍ୟ ବାତିଲ କରିଦିଆଯାଇଛି ।

ସୂଚନା ଅନୁଯାୟୀ, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା "ବାୟୁ" ଗୁଜରାଟରେ ସ୍ଥଳ ଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଅଞ୍ଚଳରେ ଅନେକ ପ୍ରକାରର ସତର୍କତା ଅବଲମ୍ବନ କରାଯାଇଛି। ଏଥିସହ ପଶ୍ଚିମ ରେଳତଟର 7ଟି ଟ୍ରେନକୁ ରଦ୍ଦ କରାଯିବା ସହ 5ଟି ଟ୍ରେନର ଗତିପଥ ବଦଳାଯାଇଛି । ତେବେ ଏବେ ସୁଦ୍ଧା ପଶ୍ଚିମ ରେଳତଟର ସମୁଦାୟ 110ଟି ଟ୍ରେନ ବାତିଲ କରାଯାଇଛି ।

Intro:Body:

FBFb

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.