ନୂଆଦିଲ୍ଲୀ: ଏକ ସପ୍ତାହ ବିଳମ୍ବରେ ତଥା ଜୁନ 8 ତାରିଖରେ କେରଳ ଛୁଇଁଥିଲା ମୌସୁମୀ। କିନ୍ତୁ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି କି ନାହିଁ ଜୁନ 10ରେ ଆରବ ସାଗରରେ ବାତ୍ୟାର ରୂପ ନେଇଥିବା ବାୟୁ ମୌସୁମୀର ରାସ୍ତାକୁ ଅଟକାଇ ଦେଲା ।
ବାୟୁ ବାତ୍ୟାର ରୂପ ନେବା ପରେ ଜୁନ 13ରେ ଗୁଜୁରାଟରେ ପହଞ୍ଚିବା ନେଇ ଅନୁମାନ କରାଯଉଥିବା ବେଳେ ପରେ ଏହା ଦିଗ ପରିବର୍ତ୍ତନ କରିଦେଇଥିଲା ।
ବାୟୁର ପ୍ରକୋପରୁ ଗୁଜୁରାଟ ବର୍ତ୍ତିଯାଇଥିଲେ ମଧ୍ୟ ଯେପରି ଭାବେ ବାତ୍ୟା ନିଜର ଗତି ବଦଳାଇଛି, ସେହିଭଳି ମୌସୁମୀ ବର୍ଷା ମଧ୍ୟ ଥମି ଯାଇଛି । ଜୁନ 11ରୁ ମୌସୁମୀର ଗତି ସମ୍ପୂର୍ଣ୍ଣ ଅଟକି ଯାଇଛି । ଜୁନ 1ରୁ 15 ତାରିଖ ମଧ୍ୟରେ ସାରା ଦେଶରେ 63.2 ମିଲିମିଟର ହେବାକୁ ଥିବା ବେଳେ କେବଳ 36.5 ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ମୌସୁମୀ ବର୍ଷାର ମାତ୍ରା 43 ପ୍ରତିଷତ କମ ରହିଛି ।