ETV Bharat / bharat

‘ନିଭାର’ ତାଣ୍ଡବ, ନେଲାଣି 3 ଜୀବନ

author img

By

Published : Nov 26, 2020, 8:06 PM IST

‘ନିଭାର’ ବୁଧବାର ରାତିରେ ଲ୍ୟାଣ୍ଡଫଲ କରିବା ପରେ ଏବେ ସୁଦ୍ଧା 3 ଜଣଙ୍କ ଜୀବନ ନେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

‘ନିଭାର’ ତାଣ୍ଡବ, ନେଲାଣି 3 ଜୀବନ
‘ନିଭାର’ ତାଣ୍ଡବ, ନେଲାଣି 3 ଜୀବନ

ଚେନ୍ନାଇ: ବାତ୍ୟା ନିଭାର ଗତକାଲି (ବୁଧବାର) ରାତିରେ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ କରିଛି । ରାତିରେ ସ୍ଥଳଭାଗ ଛୁଇଁବା ସହ ପୁଡୁଚେରୀରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏପରିକି 3 ଜଣଙ୍କ ଜୀବନ ନେଇଥିବା ସୂଚନା ମିଳିଛି । ତେବେ ଏହା ଧିରେ ଧିରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେଲାଣି । ଯାହାକି ତିରୁପତି ଠାରୁ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ 50 କିମି ଓ ଚେନ୍ନାଇ ଠାରୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ 115 କିମି ଦୂରରେ ରହିଛି ।

‘ନିଭାର’ ତାଣ୍ଡବ, ନେଲାଣି 3 ଜୀବନ

ବାତ୍ୟା ‘ନିଭାର’ ଅବପାତରେ ପରିଣତ ହେବା ପରେ ଆହୁରି ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । 12 ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହୋଇଯିବ ବୋଲି ଅନୁମାନ କରାଯାଉଛି । ସେପଟେ ପୁଡୁଚେରୀରେ ଏହା ଲ୍ୟାଣ୍ଡଫଲ କରିବା ପରେ ସହରରେ ଧାରା 144 ଲଗାଯାଇଛି ।

ସେହିପରି ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି । ରାତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳ ସମେତ, କର୍ଣ୍ଣାଟକ ଓ ତେଲେଙ୍ଗାନାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଇଏମଡି ଅନୁମାନ କରିଛି ।

ବାତ୍ୟାକୁ ଲକ୍ଷ୍ୟ କରି ଆଜି ତାମିଲନାଡୁରେ ଛୁଟି ଘୋଷଣା କରାଯାଇଥିବା ସହ ଫ୍ଲାଇଟ ଓ ମେଟ୍ରୋ ସେବାକୁ ବନ୍ଦ କରାଯାଇଥିଲା । ସେହିପରି ପାଖାପାଖି 1.25 ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଉଦ୍ଧାର ଲୋକଙ୍କୁ 1486ଟି ବାତ୍ୟା ଆଶ୍ରୟସ୍ଥଳରେ ରଖା ଯାଇଛି ।

ସେପଟେ ପୁଡୁଚେରୀ ଓ ତାମିଲନାଡୁରେ ଅଧିକ କ୍ଷୟକ୍ଷତି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ମଧ୍ୟ ଲଗାଣ ବର୍ଷାରେ ଅନେକ କ୍ଷତି ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.