ETV Bharat / bharat

ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା 'ନିଭାର', 6 NDRF ଟିମ୍‌ ମୁତୟନ

author img

By

Published : Nov 23, 2020, 4:23 PM IST

ଦକ୍ଷିଣପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରଣିତ ହୋଇଛି । ଆଗାମୀ 24 ଘଣ୍ଟା ମଧ୍ୟରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ସାମୁଦ୍ରିକ ଝଡ 'ନିଭାର' ।

ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା 'ନିଭାର', 6 NDRF ଟିମ୍‌ ମୁତୟନ
ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା 'ନିଭାର', 6 NDRF ଟିମ୍‌ ମୁତୟନ

ନୂଆଦିଲ୍ଲୀ: ସ୍ଥଳଭାଗ ଆଡକୁ ମାଡିଆସୁଛି ସାମୁଦ୍ରିକ ଝଡ 'ନିଭାର' । ଦକ୍ଷିଣପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରଣିତ ହୋଇଛି । ମଙ୍ଗଳବାର ଏହା ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।

ସମ୍ଭାବ୍ୟ ବାତ୍ୟା 'ନିଭାର' ଦ୍ବାରା କ୍ଷୟକ୍ଷତିର ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 6ଟି ଏନଡିଆରଏଫ ଟିମ ପଠାଇଛନ୍ତି । ତେବେ ତାମିଲନାଡୁ ଓ ପୁଡୁଚେରୀ ସମୁଦ୍ର ଉପକୂଳରେ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଯୋଗୁଁ ମାମଲ୍ଲପୁରମ ଓ କରାଇକଲ ଅଞ୍ଚଳରେ ଭୂସ୍ଖଳନର ମଧ୍ୟ ଆଶଙ୍କା ଥିବା କୁହାଯାଇଛି ।

ଏନଡିଆରଏଫ ଟିମକୁ କୁଡାଲୋର ଓ ଚିଦାମ୍ବରମ ପଠାଯାଇଛି । ଖାସ କରି ଏହି ଦୁଇଟି ଅଞ୍ଚଳରେ ହାଇଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ ପାଣିପାଗ ବିଭାଗ ଅନୁଯାୟୀ ବାତ୍ୟା 'ନିଭାର' ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି 100ରୁ 120 କିଲୋମିଟର ରହିବ ।

ସୂଚନା ଅନୁଯାୟୀ ବର୍ତ୍ତମାନ ପୁଡୁଚେରୀରୁ 600 କିଲୋମିଟର ଦୂରରେ ରହିଛି ନିଭାର । ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ । ଏହା ଏବେ ଉତ୍ତର-ପଶ୍ଚିମ ଦିଗ ଆଡକୁ ମୁହାଁଉଛି । ତେବେ ନଭେମ୍ବର 25ରେ ଏହି ବାତ୍ୟା ତାମିଲନାଡୁ ଓ ପୁଡୁଚେରୀର ସମୁଦ୍ର ଉପକୂଳ ଅତିକ୍ରିମ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.