ETV Bharat / bharat

ସିରିଏସ ହେବନି ବାତ୍ୟା ‘ଫନି’, 4ରୁ ପ୍ରବଳ ବର୍ଷିବ - Andhra and Odisha

ମାଡି ଆସୁଛି ବାତ୍ୟା ଫନି । ଆଗାମୀ 24 ଘଣ୍ଟା ମଧ୍ୟରେ ସିଭିଅର ସାଇକ୍ଲୋନିକ ଷ୍ଟ୍ରୋମରେ ପରିଣତ ହେବା ନେଇ ସୂଚନା ଦେଲା ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 29, 2019, 8:49 AM IST

Updated : Apr 29, 2019, 3:21 PM IST

ଭୁବନେଶ୍ବର: ସମ୍ଭାବିତ ବାତ୍ୟା "ଫନି "ର ପ୍ରଭାବ ଓଡ଼ିଶାରେ ପଡିବ ନାହିଁ । ବିଶେଷ କରି ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଏହା ଓଡିଶା କିମ୍ବା ତାର ଅନ୍ୟ ପଡୋଶୀ ରାଜ୍ୟର ସ୍ଥଳ ଭାଗକୁ ଛୁଇଁବ ନାହିଁ । ହେଲେ ମେ’ ୨ ରୁ ଉପକୂଳ ଓଡ଼ିଶାରେ ୫୦ ରୁ ୬୦ କିମି ବେଗରେ ପବନ ବହିବା ସହ 4ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓ ୟୁଏସ ନାଭି ପୂର୍ବାନୁମାନ ତଥ୍ୟ ଆଧାରରେ ସମ୍ଭାବିତ ବାତ୍ୟା ଫନି ଭାରତୀୟ ଉପକୂଳ ଦେଇ ଗତିକରିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

ଆଇଏମଡି ସୂଚନା ଅନୁଯାୟୀ, ମେ 4 ପର୍ଯ୍ୟନ୍ତ ଫନି ସ୍ଥଳଭାଗକୁ ଛୁଇଁବ ନାହିଁ । ତେବେ ଏହା ପ୍ରଭାବରେ ୨ ତାରିଖ ସକାଳୁ ଉପକୂଳ ଓଡିଶାରେ ୫୦ ରୁ ୬୦ କିମି ବେଗରେ ପବନ ବହିବ । ୪ ତାରିଖ ରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ଏଥିଲାଗି ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ତେବେ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ରାଜ୍ୟରେ ୮୮୦ ଟି ସାଇକ୍ଲୋନ ଶେଡ଼, ୨୦ ଟି ଓଡ୍ରାଫ ଟିମ, ୧୨ ଟି ଇଉନିଟ ଏନଡିଆରଏଫ , ୩୦୦ ରୁ ଉର୍ଦ୍ଧ୍ବ ଅଗ୍ନିଶମ ୟୁନିଟ ସଜାଗ ରହିଛନ୍ତି । ଉପକୂଳ ଜିଲ୍ଲାର ସମସ୍ତ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ପ୍ରଭାବ ୪ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆଇଏମଡି ପକ୍ଷରୁ ଅନୁମାନ କରାଯାଇଛି । ୧୨୨ ଟି ଟାୱାର ମାଧ୍ୟମର ଅଗ୍ରୀମ ସତର୍କ ସୂଚନା ଦିଆଯାଉଛି । ବିଏସଏନଏଲ ଉପଭୋକ୍ତା ଙ୍କୁ ଏସଏମ୍ଏସ ଜରିଆରେ ସୂଚନା ଦିଆଯିବାର ବ୍ୟବସ୍ତା କରାଯାଇଛି । ଏ ସମୟରେ ବାତ୍ୟା ଆସିବା ଏକ ବିଲକ୍ଷଣ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ଫନି ଇକ୍ୟୁଟରରୁ ଉତ୍ପତି ଦକ୍ଷିଣ ଶ୍ରୀଲଙ୍କା ତାମିଲନାଡୁ ଆନ୍ଧ୍ରାପ୍ରଦେଶ ଦେଇ ଲମ୍ବା ଗତିପଥ ପାର କରିବ ।

ସୋମବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ସମ୍ଭାବିତ ବାତ୍ୟା ଫନି ମୁକାବିଲା ପାଇଁ ସମୀକ୍ଷା ବୈଠକ ବସିଥିଲା ଏଥିରେ ସ୍ୱତନ୍ତ୍ର ରିଲିଫ କମିଶନର, ପୋଲିସ ମହାନିର୍ଦ୍ଦେଶକ,ଏନଡିଆରଏଫର ବରିଷ୍ଠ ଅଧିକାରୀ ଓ ସବୁ ବିଭାଗ ର ପ୍ରମୁଖ ସଚିବ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ

Intro:Body:

ଭୟଙ୍କର ହେଉଛି ବାତ୍ୟା ‘ଫନି’, ଆନ୍ଧ୍ର-ତାମିଲନାଡୁରେ ପ୍ରବଳ ବର୍ଷିବ

ହାଇଦ୍ରାବାଦ ଆଗାମୀ 24 ଘଣ୍ଟା ମଧ୍ୟରେ ସିଭିଅର ସାଇକ୍ଲୋନିକ ଷ୍ଟ୍ରୋମରେ ପରିଣତ ହେବ ବାତ୍ୟା ଫନି । ପାଣିପାଗ ବିଭାଗ ଅନୁସାରେ ବାତ୍ୟାର ପ୍ରଭାବ ଦକ୍ଷିଣ ରାଜ୍ୟ ମାନଙ୍କରେ ସର୍ବାଧିକ ରହିବ । ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ମେ’ 3 ସୁଦ୍ଧା ପାଗ ଖରାପ ରହିବା ନେଇ ସୂଚନା ରହିଛି । ବାତ୍ୟା ଫନି ସ୍ଥଳଭାଗ ଛୁଇଁବା କ୍ଷଣି ଘଣ୍ଟାପ୍ରତି ପବନର ବେଗ 185 କିଲୋମିଟର ରହିବ ।

ସେହିପରି କେରଳର କିଛି ଅଞ୍ଚଳରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଘଣ୍ଟାପ୍ରତି 115 କିମି ବେଗରେ ଗତି କରୁଛି ଫନି । ଦକ୍ଷିଣାଞ୍ଚଳରେ ଥିବା ବଡ ବନ୍ଦର ମଛଲିପଟନମ, କୃଷ୍ଣାପଟ୍ଟନମ, ନିଜାମପଟନମ, ବିଶାଖାପଟନମ, ଗଙ୍ଗାବରମ ଓ କାକିନିନ୍ଦାରେ ଦୁଇ ନମ୍ବର ସତର୍କ ସୂଚନା ଦିଆଯାଇଛି । ସେପଟେ ଏହାର ପ୍ରଭାବରେ କେରଳରେ ଦୁଇଦିନ ବର୍ଷିବ । ବାତ୍ୟା ତାମିଲନାଡୁ ମୁହାଁ ନ ହେଲେ ସୁଦ୍ଧା ରାଜ୍ୟରେ ଏହାର ପ୍ରଭାବ ପଡିବ । ଚେନ୍ନାଇ ସମେତ ଉତ୍ତର ତାମିଲନାଡୁରେ ବର୍ଷା ଲାଗି ରହିବ ।  

ଏପ୍ରିଲ 30 ସକାଳୁ ପବନର ଗତି 50-60କିଲୋମିଟର ମଧ୍ୟରେ ରହିବ । ଏହା କ୍ରମଶଃ ବଢି ଘଣ୍ଟାପ୍ରତି 70 କିମି ବେଗକୁ ଛୁଇଁପାରେ । ଶ୍ରୀଲଙ୍କା, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପୁଡୁଚେରୀରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି ।  

Conclusion:
Last Updated : Apr 29, 2019, 3:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.