ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ ଫନିର ପ୍ରଭାବ ପାଇଁ ଭାରତୀୟ ବାୟୁସେନା ଓ ବ୍ରହ୍ମୋସ ଏରୋସ୍ପେସ ଆଗକୁ ଆକାଶମାର୍ଗରେ ସୁଖୋଇ-30ରୁ ଉତକ୍ଷେପଣ ହେବାକୁ ଥିବା ହେବାକୁ ଥିବା ସୁପରସୋନିକ କ୍ରୁଇଜ୍ ମିସାଇଲର ପରୀକ୍ଷଣକୁ ସ୍ଥଗିତ ରଖିଛନ୍ତି ।
ଏହି ପରୀକ୍ଷଣ ଭାରତୀୟ ବାୟୁସେନା ଦ୍ବାରା ଦକ୍ଷିଣ ଭାରତର ଆକାଶମାର୍ଗରେ ଚଳିତ ସପ୍ତାହରେ ଉତପ୍ରେକ୍ଷିତ ହେବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ଘୂର୍ଣ୍ଣିଝଡ ପାଇଁ ଏହି ପରୀକ୍ଷଣକୁ ସ୍ଥଗିତ ରଖିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ତେବେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ମଧ୍ୟ କୁହାଯାଇଛି ।
ଘୂର୍ଣ୍ଣିଝଡ ଫନି ସୋମବାର ଦିନ ସକାଳେ ଚେନ୍ନାଇର 880 କି.ମି. ଦକ୍ଷିଣ-ପୂର୍ବରେ ରହିଥିବା ବେଳେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରୁଛି । ଏହା ମଙ୍ଗଳବାର ସୁଦ୍ଧା ବେଶୀ ପ୍ରଭାବଶାଳୀ ହୋଇପାରେ । ତେଣୁ ପରୀକ୍ଷଣକୁ ବାତିଲ କରାଯାଇଛି ।
ଡିଆରଡିଓ ଦ୍ବାରା ନିର୍ମିତ ହୋଇଥିବା ଏହି ସୁପରସୋନିକ କ୍ରୁଇଜ୍ ମିସାଇଲ 150 କି.ମି. ମଧ୍ୟରେ ଲକ୍ଷ୍ୟଭେଦ କରିପାରିବ । ଯାହା ବାଲାକୋଟରେ ଭାରତୀୟ ବାୟୁସେନା ଦ୍ବାରା ପ୍ରୟୋଗ କରାଯାଇଥିବା ସ୍ପାଇସ୍ ବୋମା କ୍ଷମତା ସହ ସମକକ୍ଷ ।