ETV Bharat / bharat

ଭାରତ-ଚୀନ ବିବାଦ ପୂର୍ବରୁ ଦେଶରେ ବଢିଥିଲା ସାଇବର ଆଟାକ: ଗୁଲସନ ରାୟ

ଭାରତ ଓ ଚୀନ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରଠୁ ଘାରିଛି ସାଇବର ଆଟାକ ଟେନସନ । କିନ୍ତୁ ସାଇବର ବିଶେଷଜ୍ଞ ଗୁଲସନ ରାୟଙ୍କ କହିବା ଅନୁଯାୟୀ ଏହି ବିବାଦ ପୂର୍ବରୁ ହିଁ ଦେଶରେ ସାଇବର ଆଟାକ ସଂଖ୍ୟା ବୃଦ୍ଧି ପାଇଛି । ଏ ନେଇ ଇଟିଭି ଭାରତର ବରିଷ୍ଠ ସମ୍ବାଦଦାତା କୃଷ୍ଣାନନ୍ଦ ତ୍ରିପାଠୀ ଡ. ଗୁଲସନ ରାୟଙ୍କ ସହ ବିସ୍ତୁତ ଆଲୋଚନା କରିଛନ୍ତି..

ଭାରତ-ଚୀନ ବିବାଦ ପୂର୍ବରୁ ଦେଶରେ ବଢିଥିଲା ସାଇବର ଆଟାକ

author img

By

Published : Jul 10, 2020, 4:55 PM IST

ହାଇଦ୍ରାବାଦ : ଗତ ମାସରେ ଭାରତୀୟ ଇଣ୍ଟରନେଟ ୟୁଜର୍ସଙ୍କୁ ସାଇବର ଆଟାକ ହେବା ନେଇ ମେସେଜର ବନ୍ୟା ଆସିଥିଲା । ଚେତାବନୀ ଦିଆଯାଇଥିଲ କି ସେମାନେ ଏଭଳି କୌଣସି ଲିଙ୍କ ଉପରେ କ୍ଲିକ ନ କରନ୍ତୁ , ଯାହା କୋଭିଡ-19ର ମୁକ୍ତ ପରୀକ୍ଷଣ ନେଇ ଅଫର ଦେଉଛି । କିମ୍ବା ଇଣ୍ଟରନେଟରେ ଅନ୍ୟ ସନ୍ଦିଗ୍ଧ ଲିଙ୍କ ଉପରେ କ୍ଲିକ ନ କରନ୍ତୁ ।

ଲଦାଖ ଗଲୱାନ ଘାଟିରେ ଭାରତୀୟ ଓ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷର ପ୍ରାୟ 1 ସପ୍ତାହ ପରେ ଅର୍ଥାତ ଜୁନ 21 ରେ ଏହି advisory କେନ୍ଦ୍ର ସରକାର ଜାରି କରିଥିଲା । ଏଥିରେ ଆଶଙ୍କା କରାଯାଇଥିଲା କି , 2 ଦେଶ ମଧ୍ୟରେ ବିବାଦ ବଢିବା ଯୋଗୁଁ ଚୀନ ହ୍ୟାକର୍ସ ଭାରତୀୟ ଇଣ୍ଟରନେଟ ୟୁଜର୍ସଙ୍କୁ ଟାର୍ଗେଟ କରିପାରନ୍ତି । ତେବେ ଦେଶର ଜଣେ ବରିଷ୍ଠ ସାଇବର ସୁରକ୍ଷା ବିଶେଷଜ୍ଞ କହିଛନ୍ତି ଯେ, ଘରେ କାମ କରୁଥିବା ଲୋକଙ୍କ ବିରୋଧରେ ଅସୁରକ୍ଷିତ ଡିଭାଇସ ବ୍ୟବହାର ଓ ଏସିଆନ ଦିଗ୍ଗଜୟଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି କାରଣରୁ ସାଇବର ଆକ୍ରମଣର ଘଟଣା ବହୁ ପରିମାଣରେ ବୃଦ୍ଧି ପାଇଛି। ଏସବୁ ଦେଖିବାକୁ ଗଲେ ସେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ସାଇବର ଆକ୍ରମଣର ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ନ୍ୟାସନାଲ ସାଇବର ସିକ୍ୟୁରିଟି କୋର୍ଡିନେଟର ଡ. ଗୁଲସନ ରାୟଙ୍କ କହିବା ଅନୁଯାୟୀ, କିଛି ଲୋକଙ୍କ ବିଶ୍ବାସ କି ସାର୍ବଜନୀନ ରୂପରେ ଉପଲବ୍ଧ ଡାଟା ଅନୁସାରେ ଏହି (ସାଇବର ଘଟଣା) ସଂଖ୍ୟା 200 ପ୍ରତିଶତ ଅଟେ । କିନ୍ତୁ ପ୍ରସଙ୍ଗ ହେଉଛି କି, ଏହା କଣ 2 ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ହେତୁ ନା ଅନ୍ୟ କିଛି କାରଣରୁ ହୋଇଛି।

ଇଟିଭି ଭାରତ ସହ ଆଲୋଚନା କରିବା ସମୟର ଏହି ପ୍ରଶ୍ନର ଜବାବରେ ରାୟ କହିଛନ୍ତି କି, ‘‘ଏହା ଉପରେ ମୁଁ ନଜର ରଖିଛି । ଏଥିସହ ଏହି ସବୁ ଆଟାକକୁ ମନିଟର୍ସ କରୁଥିବା ଟିମ CERT ଲୋକଙ୍କ ସହ ମୁଁ ରହିଛି । ତେବେ ଏଥିରେ ଫିଶିଙ୍ଗ (fishing) ମାମଲା ବହୁତ ରହିଛି ।

ସେ ସ୍ପଷ୍ଟ କରିଛନ୍ତି କି, ମେ ମାସରେ ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ବିବାଦ ଖବର ଓ ଭିଡିଓ ସାମ୍ନାକୁ ଆସିବା ପୂର୍ବରୁ ସାଇବାର ଆକ୍ରମଣ ସଂଖ୍ୟା ବହୁତ ବୃଦ୍ଧି ହୋଇଯାଇଥିଲା ।

‘‘ଏହି ଆକ୍ରମଣ କେବଳ ବଢିଥିବା ବିବାଦ ଯୋଗୁଁ ହୋଇନାହିଁ । ଏହି ଆକ୍ରମଣ ଜାନୁଆରୀ, ବିଶେଷ କରି ଫେବୃଆରୀ ଶେଷ ରେ ଘରୁ କାମ କରିବା (ୱାର୍କ ଫ୍ରମ ହୋମ) କଲଚର ଯୋଗୁଁ ବଢିଛି । ଏ ନେଇ ମୁମ୍ବାଇ ସ୍ଥିତ ଇଲେକ୍ଟ୍ରୋନିକ ପେମେଣ୍ଟ ସିଷ୍ଟମ ଫାର୍ମ ‘ଇପିଏସ ଇଣ୍ଡିଆ’ ଦ୍ବାରା ଆୟୋଜିତ ଏକ ୱେବିନାରରେ କହିଛନ୍ତି ।

ତେବେ ଇଟିଭି ଭାରତର ଏକ ପ୍ରଶ୍ନର ଜବାବରେ ରାୟ ଜଣାଇଛନ୍ତି କି, ଏବେ ସୁଦ୍ଧା ଏ ନେଇ କୌଣସି ପ୍ରମାଣ ମିଳିନାହିଁ କି ଏହି ଆକ୍ରମଣ 2 ଦେଶ ମଧ୍ୟରେ ବଢିଥିବା ବିବାଦ ଯୋଗୁଁ ହୋଇଛି ।

ୱାର୍କ ଫର୍ମ ହୋମ ଲୋକଙ୍କୁ ଅସମ୍ବେଦନଶୀଳ କରିଛି

ଦେଶରେ ସାଇବର ଆକ୍ରମଣର ମୁକାବିଲା ପାଇଁ ଡ. ଗୁଲସନ ରାୟ ସରକାରଙ୍କ ଦ୍ବାରା ତିଆରି ନୋଡାଲ ସଂସ୍ଥା CERT-In (Indian Cyber Emergency Response Team) ର ନେତୃତ୍ୱ ନେଇଛନ୍ତି। ସେ କହିଛନ୍ତି କି କୋଭିଡ-19 ସଂକ୍ରମଣ ପ୍ରତିହିତ ପାଇଁ ଲକଡାଉନ ଯୋଗୁଁ ଘରୁ କାମ କରିବା ଆବଶ୍ୟକତା ଯୋଗୁଁ ଏହି ସମସ୍ୟା ବଢିଯାଇଛି ।

Worldometer (www.worldometers.info) ଅନୁସାରେ, ଭାରତରେ କୋରୋନା ଯୋଗୁଁ 19,700 ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଯେତେବେଳେ କି 4 ମାସରେ ସମଗ୍ର ବିଶ୍ବରେ ପ୍ରାୟ 5,37,000 ଲୋକ କୋରୋନାରେ ପ୍ରାଣ ହରାଇଲେଣି । ମାର୍ଚ୍ଚ 11ରେ କୋରୋନାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ବୈଶ୍ବିକ ମହାମାରୀ ଭାବେ ଘୋଷଣା କରାଯାଇଥିଲ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 24ରେ ଦେଶରେ କୋରୋନା ଭାଇରସ ପ୍ରସାର ରୋକିବା ପାଇଁ ଲକଡାଉନ ଘୋଷଣା କରିଥିଲେ । ଏହା ପରେ କିଛି କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କହିଛନ୍ତି ।

ଲକଡାଉନ ଯୋଗୁଁ ଲୋକଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଜୀବନଜୀବିକା ପ୍ରଭାବିତ ସହ ଆର୍ଥିକ ଗତିବିଧି ଠପ ହୋଇପଡିଛି । କାରବାର ସ୍ଥାଣୁ ହୋଇପଡିଛି । ଏଭଳି ସମୟରେ ଯେଉଁ ସବୁ କ୍ଷେତ୍ରରେ ଘରୁ କାମ କରିବା ସମ୍ଭବ , ସେହିଭଳି କ୍ଷେତ୍ରରେ ଘରୁ କାମ କରୁଛନ୍ତି । କିନ୍ତୁ ୱାର୍କଫ୍ରମ ହୋମ ପ୍ରକ୍ରିୟ ସାଇବର ଆଟାକକୁ ଆହୁରୀ ପ୍ରୋତ୍ସାହିତ କରୁଛି । ରାୟଙ୍କ କହିବା ଆନୁଯାୟୀ ଘରୁ କାମ କରିବାବେଳେ, ଆପଣ ଅନୁଭବ କରିବେ ଯେ ଆମ ମଧ୍ୟରୁ କାହାର ସୁରକ୍ଷିତ ରାଉଟର ନାହିଁ । ସେ ଲାପଟପ ହେଉ କି ମୋବାଇଲ, ଯେଉଁଥିରୁ କାମ କଲେ ମଧ୍ୟ ଆମର ପାସୱାର୍ଡ ସବୁ ମୁକ୍ତ । ଯେଉଁଥିପାଇଁ ୱାର୍କଫ୍ରମ ହୋମ ଯୋଗୁଁ ସାଇବର ଆଟାକ ସଂଖ୍ଯା ବଢିଚାଲିଛି ।

ରାୟ କହିଛନ୍ତି ଯେ, ଆମର ଆପ୍ଲିକେଶନ ସବୁ ଘରୁ କାମ କରିବ ପାଇଁ ଡିଜାଇନ କରାଯାଇନାହିଁ । ସମସ୍ତେ ଅଫିସରୁ କାମ କରନ୍ତି , ଯେଉଁଠୁ ସୁରକ୍ଷା ପାଇଁ ଆଇଟି କର୍ମଚାରୀ ଉପସ୍ଥିତ ଥିଲେ । କିନ୍ତୁ ଆଜି କିଛି ବି ନାହିଁ ।

ତାଙ୍କ କହିବା ଆନୁଯାୟୀ ଲୋକଙ୍କୁ ନିଜ ଇଣ୍ଟରନେଟରେ ମଧ୍ୟ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ଅନ୍ୟାନ ମାନଦଣ୍ଡ ପାଳନ କରିବା ଦରକାର । ଅର୍ଥାତ ଲୋକଙ୍କୁ ଏଭଳି ଆକ୍ରମଣରୁ ଅସଫଳ କରିବା ପାଇଁ ସମୟ ସମୟରେ ମଜବୁତ ସହ ସରକାରୀ ନିର୍ଦ୍ଦେଶର ପାଳନ କରିବା ଦରକାର ।

ଏଥିପାଇଁ ସେମାନଙ୍କୁ ଏକ ମଜବୁତ ପାସୱାର୍ଡ ରଖିବା ଦରକାର । ଆଉ ଅନ୍ୟମାନଙ୍କୁ ଏ ନେଇ କୌଣସି ସୂଚନା ଦେବା ଉଚିତ ନୁହେଁ । ନିଜ ଲାପଟପକୁ ସୁରକ୍ଷିତ ରଖୁନ୍ତୁ । ଏଥିସହ କୌଣସି ସନ୍ଦେହଜନକ ଲିଙ୍କ କିମ୍ବା ଇମେଲ ଉପରେ କ୍ଲିକ୍ କରନ୍ତୁ ନାହିଁ | ଆମ ସିଷ୍ଟମ ସୁରକ୍ଷିତ ବୋଲି ଆମେ ନିଶ୍ଚିତ କରିବା ଉଚିତ ।

ଏଥିସହ ରାୟ କହିଛନ୍ତି କି, ଭାରତ ଚୀନ ମଧ୍ୟରେ ଚାଲିଥିବା ଏହି ବିବାଦ ଯୋଗୁଁ ଏସବୁ ଆଟାକ ହେଉନଥିବ ବୋଲି କହୁନି , କିନ୍ତୁ ଏଭଳି ଏଜେନ୍ସି ରହିଛନ୍ତି , ଯେଉଁନାନେ ଏଭଳି ଆକ୍ରମଣ ଉପରେ ଶକ୍ତ ନଜର ରଖିଛନ୍ତି । ଆଉ ଏହି ଏଜେନ୍ସିମାନେ ଏଭଳି ଅନେକ ଆଟାକକୁ ରୋକିଛନ୍ତି ମଧ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.