ETV Bharat / bharat

ହ୍ୟାକ ହେଲା ଟ୍ବିଟର: 2 ଘଣ୍ଟାରେ 90 ଲକ୍ଷ ହରାଇଲେ 367 ୟୁଜର୍ସ - ସାଇବର ଆଟାକ

ବର୍ତ୍ତମାନର ସବୁଠାରୁ ଘାତକ ସାଇବର ଆକ୍ରମଣର ଶିକାର ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର । ଗୁରୁବାର ହୋଇଥିବା ଏହି କ୍ରିପ୍ଟୋକରେନ୍ସି ସ୍କାମ ବା ସାଇବର ଆକ୍ରମଣ ବିଷୟରେ ଅବଗତ ହୋଇ କମ୍ପାନୀ କିଛି ପଦକ୍ଷେପ ନେବା ପୂର୍ବରୁ ପ୍ରାୟ 367 ୟୁଜର୍ସ ବିଟକଏନ ଆକରରେ 90 ଲକ୍ଷ ଟଙ୍କା ହରାଇସାରିଥିଲେ ।

twitter latest news, cyber attack in twitter, cyber attack, latest technology news, ଟ୍ବିଟର ଲାଟେଷ୍ଟ ନ୍ୟୁଜ୍‌, ଟ୍ବିଟରରେ ସାଇବର ଆଟାକ, ସାଇବର ଆଟାକ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ହ୍ୟାକ ହେଲା ଟ୍ବିଟର: 2 ଘଣ୍ଟାରେ 90 ଲକ୍ଷ ହରାଇଲେ 367 ୟୁଜର୍ସ
author img

By

Published : Jul 16, 2020, 11:00 PM IST

ନୂଆଦିଲ୍ଲୀ: ବର୍ତ୍ତମାନର ସବୁଠାରୁ ଘାତକ ସାଇବର ଆକ୍ରମଣର ଶିକାର ହୋଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର । ଗୁରୁବାର ହୋଇଥିବା ଏହି କ୍ରିପ୍ଟୋକରେନ୍ସି ସ୍କାମ ବା ସାଇବର ଆକ୍ରମଣ ବିଷୟରେ ଅବଗତ ହୋଇ କମ୍ପାନୀ କିଛି ପଦକ୍ଷେପ ନେବା ପୂର୍ବରୁ ପ୍ରାୟ 367 ୟୁଜର୍ସ ବିଟକଏନ ଆକାରରେ 90 ଲକ୍ଷ ଟଙ୍କା ହରାଇ ସାରିଥିଲେ । ଆଉ ଏ ସମସ୍ତ ଘଟଣା ମାତ୍ର 2 ଘଣ୍ଟା ମଧ୍ୟରେ ହୋଇଥିବା ଜଣା ପଡିଛି । ଯାହା ସବୁଠରୁ ଆଶ୍ଚର୍ଯ୍ୟକର କଥା ।

ଏହି ଆକ୍ରମଣ ନେଇ ସାଇବର ସିକ୍ୟୁରିଟି କମ୍ପାନୀ କାସ୍ପରସ୍କାଏର ସୂଚନା ଅନୁସାରେ ଟ୍ବିଟର ଉପରେ ହୋଇଥିବା ଆକ୍ରମଣରୁ ସ୍ପଷ୍ଟ ହୋଇଛି କି ଯୁଗ ଯେତେ ଆଧୁନିକ ହୋଇଯାଉ କି ଲୋକେ ଯେତେ ଜ୍ଞାନ କୌଶଳ ଜାଣି ନିଅନ୍ତୁ, ବର୍ତ୍ତମାନ ସମୟରେ ସବୁଠାରୁ ସୁରକ୍ଷିତ ଆକଳନ କରାଯାଉତିବା ଆକାଉଣ୍ଟ ମଧ୍ୟ କ୍ଷଣିକରେ ହ୍ୟାକ ହୋଇପାରେ । ତେବେ ଏହି ଘଟଣା ନେଇ ସାଇବର ସୁରକ୍ଷା ବିଶେଷଜ୍ଞ ଡିମିନ୍ନି ବେସଜୁଝେବଙ୍କ କହିବା ଅନୁଯାୟୀ ମାତ୍ର 2 ଘଣ୍ଟା ମଧ୍ୟରେ ପ୍ରାୟ 367 ୟୁଜର୍ସ ଏହି ଆକ୍ରମଣର ଶିକାର ହୋଇଛନ୍ତି । ଯାହା ପ୍ରମାଣ କରୁଛି କି କୌଣସି ବି ସାଇଟ ବଗ୍‌ରୁ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ ।

ଏହି ଘଟଣାକୁ ଟ୍ବିଟର ମଧ୍ୟ ସ୍ବୀକାର କରିଛି । ଏହି ଆକ୍ରମଣରେ ପ୍ରଥମେ ୟୁଜର୍ସଙ୍କୁ ଭୟଭୀତ କରାଯାଇ ପରେ ବିଭିନ୍ନ ଟୁଲ୍ସ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟ ହ୍ୟାକ କରାଯାଇଥିଲା । ଏନେଇ ୟୁଜର୍ସ ଭୋଗିଥିବା ଅସୁବିଧା ପାଇଁ କମ୍ପାନୀ ସିଇଓ ଜ୍ୟାକ ଡୋର୍ସି କ୍ଷମାପ୍ରାର୍ଥନା କରିଛନ୍ତି । ଏନେଇ ସେ ଟ୍ବିଟ କରି କ୍ଷୋଭ ପ୍ରକାଶ କରିବା ସହ ପ୍ରଭାବିତ ୟୁଜର୍ସଙ୍କୁ କ୍ଷମା ମାଗିଥିବା ଦେଖାଯାଇଥିଲା ।

ସୂଚନା ଅନୁଯାୟୀ ଏହି ଆକ୍ରମଣରେ ଅନେକ ବଡ ଓ ନାମୀଦାମୀ ବ୍ୟକ୍ତି ଯଥା ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକା ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ, ମାଇକ ବ୍ଲୁମବର୍ଗ ଓ ଅନ୍ୟ କେତେକ ଟେକ କମ୍ପାନୀ ମୁଖ୍ୟ ଜେଫ ବେଜୋସ, ବିଲ ଗେଟ୍ସ ଓ ଏଲୋନ ମସ୍କଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ଦେଖାଯାଇଥିଲା । ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟ ହ୍ୟାକ କରାଯାଇ ପ୍ରତି 1000 ଡଲାର ବଦଳେ 2000 ଡଲାର ପ୍ରଦାନ କରାଯିବା ନେଇ ଟ୍ବିଟ କରାଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ କମ୍ପାନୀ ସ୍ବୀକାର କରି ନିଜ ଅନ୍ତରୀଣ ପ୍ରଣାଳୀ ଉପରେ ଆକ୍ରମଣ ହୋଇଥିବା ପ୍ରକାଶ କରିଥିଲା ।

କମ୍ପାନୀ ଏହା ମଧ୍ୟ କହିଛି କି ସମନ୍ବିତ ସ୍ବତନ୍ତ୍ର ଇଞ୍ଜିନିୟରିଂ ଦ୍ବାରା ଆକ୍ରମଣକାରୀ କମ୍ପାନୀର କିଛି କର୍ମଚାରୀଙ୍କ ସହ ମିଶି ଅନ୍ତରୀଣ ପ୍ରଣାଳୀ ଓ ଟୁଲକୁ ଟାର୍ଗେଟ କରିଥିଲେ । ଏହାପରେ ଟ୍ବିଟରରେ ସର୍ବାଧିକ ବ୍ୟବହୃତ ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା । ତେବେ ବ୍ଲକଚେନରୁ ଜଣା ପଡିଥିଲା କି ହ୍ୟାକର୍ସମାନେ ପ୍ରାୟ 1 ଲକ୍ଷ ଡଲାରରୁ ଅଧିକ ମୂଲ୍ୟର କ୍ରିପ୍ଟୋକରେନ୍ସି ହାସଲ କରିଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଥିଲା ।

ସେପଟେ ଏହି ଆକ୍ରମଣର ପ୍ରଭାବ କମ କରିବା ପାଇଁ ପ୍ରଭାବିତ ଖାତାକୁ ତୁରନ୍ତ ଲକ କରାଯାଇଛି । ଏଥିସହ ହ୍ୟାକର ଦ୍ବାରା ହୋଇଥିବା ଟ୍ବିଟକୁ ମଧ୍ୟ ତୁରନ୍ତ ଡିଲିଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.