ETV Bharat / bharat

ଆଇଜିଆଇ ବିମାନବନ୍ଦରରୁ 10 କୋଟିର ଡ୍ରଗ୍ସ ଜବତ - 2 ଆଫଗାନୀ ଯାତ୍ରୀ

ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ 10 କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ବିମାନବନ୍ଦର କଷ୍ଟମ ଅଧିକାରୀ 2 ଜଣ ଆଫଗାନୀ ଯାତ୍ରୀଙ୍କ ନିକଟରୁ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଆଇଜିଆଇ ବିମାନବନ୍ଦରରୁ 10 କୋଟିର ଡ୍ରଗ୍ସ ଜବତ
ଆଇଜିଆଇ ବିମାନବନ୍ଦରରୁ 10 କୋଟିର ଡ୍ରଗ୍ସ ଜବତ
author img

By

Published : Oct 15, 2020, 3:07 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଆଇଜିଆଇ ବିମାନବନ୍ଦରରୁ 4 କିଲୋ 790 ଗ୍ରାମର ଧଳାଜହର ଜବତ ହୋଇଛି । ଦିଲ୍ଲୀ କଷ୍ଟମ ଅଧିକାରୀ ଧଳାଜହର ଜବତ କରିଛି ।

ସୂଚନା ଅନୁଯାୟୀ ଦିଲ୍ଲୀ ଆଇଜିଆଇ ବିମାନବନ୍ଦରର 2 ଜଣ ଆଫଗାନୀ ଯାତ୍ରୀଙ୍କ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ 10 କୋଟି ଟଙ୍କା ହେବ । କଷ୍ଟମ୍ ମୁଖପାତ୍ରଙ୍କ କହିବାନୁସାରେ, ଉଭୟ ଯାତ୍ରୀ ଗ୍ରୀନ୍ ଚ୍ୟାନେଲ୍ ଅତିକ୍ରମ କରିବାବେଳେ କଷ୍ଟମ୍ ଅଧିକାରୀମାନେ ସେମାନଙ୍କୁ ସନ୍ଦେହ କରିଥିଲେ । ଏହା ପରେ କଷ୍ଟମ୍ ଅଧିକାରୀମାନେ ସେମାନଙ୍କୁ ଅଟକାଇ ପରୀକ୍ଷା କରିଥିଲେ। ଏହି ସମୟରେ କଷ୍ଟମ୍ ଅଧିକାରୀମାନେ ସେମାନେ ପିନ୍ଧିଥିବା ଜ୍ୟାକେଟରୁ ବ୍ରାଉନସୁଗାର ଜବତ କରିଥିଲେ। ଯାହାର ମୂଲ୍ୟ ପ୍ରାୟ 10 କୋଟିରୁ ଅଧିକ ହେବ ବୋଲି କୁହାଯାଉଛି ।

ତେବେ ଜବତ ହୋଇଥିବା ଡ୍ରଗ୍ସ ସମ୍ପର୍କରେ ଉଭୟ ଯାତ୍ରୀ କୌଣସି ଉତ୍ତର ଦେଇନାହାନ୍ତି। ତେଣୁ କଷ୍ଟମ ଅଧିକାରୀମାନେ ଏନଡିପିଏସ୍ ଆକ୍ଟ 1985 ଅନୁଯାୟୀ ଡ୍ରଗ୍ସକୁ ଜବତ କରିବା ସହ ଉଭୟ ଯାତ୍ରୀଙ୍କୁ ଗିରଫ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.