ETV Bharat / bharat

ଭାରତୀୟ ପୋଲିସ ଓ ହାଜତ ମୃତ୍ୟୁକୁ ନେଇ ଏନସିଆରବିର ରିପୋର୍ଟ

ତାମିଲନାଡୁ ପୋଲିସ ହେପାଜତରେ ବାପା-ପୁଅ ମୃତ୍ୟୁ ଅଭିଯୋଗ ପରେ ସାରା ଦେଶରେ ପୋଲିସ ପ୍ରତି ଆକ୍ରୋଶର ମନୋଭାବ ଦେଖିବାକୁ ମିଳିଛି । ଏହା ଦେଶରେ ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଅନେକ ଏଭଳି ମାମଲା ରୁଜୁ ହୋଇଛି । ଯାହାକୁ ନେଇ ଏନସିଆରବି ଏକ ରିପୋର୍ଟ ପ୍ରକାଶ କରିଛି...

ଭାରତୀୟ ପୋଲିସ ଓ ହେପାଜତରେ ମୃତ୍ୟୁକୁ ନେଇ ଏନସିଆରବି

author img

By

Published : Jul 3, 2020, 5:28 PM IST

ହାଇଦ୍ରାବାଦ: ତାମିଲନାଡୁ ପୋଲିସ ହେପାଜତରେ ବାପା-ପୁଅ ମୃତ୍ୟୁ ମାମଲା । ଏହି ଘଟଣା ସାରା ରାଜ୍ୟ ତଥା ଦେଶରେ ଚହଳ ସୃଷ୍ଟି କରିଛି । ତେବେ ଦେଶର ଏହା ପ୍ରଥମ ଅଭିଯୋଗ ନୁହେଁ, ପୂର୍ବରୁ ଅନେକ ଖାକି ବର୍ଦ୍ଦି ଏମିତି ରକ୍ତର ଛିଡା ପଡିଛି । ଯାହାର ଏକ ରିପୋର୍ଟ ପ୍ରକାଶ କରିଛି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ।

ଏନସିଆରବିର ରିପୋର୍ଟ ମୁତାବକ, 2018ରେ ପୋଲିସ ବିରୋଧରେ 5479ଟି ମାମଲା ରୁଜୁ ହୋଇଥିଲା । ଯେଉଁଥିରେ 918 ଟି ମାମଲାରେ ପୋଲିସ ଚାର୍ଜ ସିଟ ଦାଖଲ କରିଥିଲା । କିନ୍ତୁ ସେଥିରୁ ମାତ୍ର 41 ଜଣ ଦୋଷା ସାବ୍ୟସ୍ତ ହୋଇଥିଲେ । ପଞ୍ଜିକୃତ ମାମଲାରୁ ମାତ୍ର 0.74 ପ୍ରତିଶତ ଦୋଷୀ ରିପୋର୍ଟ ହୋଇଛି। ସେହିପରି ଚାର୍ଜ ସିଟି ମୁତାବକ ମାତ୍ର 4.4 ପ୍ରତିଶତଙ୍କୁ ଦୋଷୀ ଚିହ୍ନଟ ହୋଇଛନ୍ତି । ପୋଲିସ ହେପାଜତରେ 70 ଜଣଙ୍କର ମୃତ୍ୟୁ ରିପୋର୍ଟ କରାଯାଇଛି ।

2017ରେ ପୋଲିସ ବିରୋଧରେ 2005ଟି ଏତଲା ହୋଇଥିଲା । ସେଥିରୁ 1000ଟି ମାମଲାରେ ପୋଲିସ ଚାର୍ଜ ସିଟି ଗ୍ରହଣ କରିଥିଲା । ଏହି ବର୍ଷ 128 ଜଣଙ୍କୁ ଦଣ୍ଡାଦେଶ ଶୁଣାଇଯାଇଥିଲା । ପଞ୍ଜିକୃତ ମାମଲାରୁ ମାତ୍ର 6.3% ଟି ପ୍ରତିଶତ ଦୋଷୀ ପ୍ରମାଣିତ ହୋଇଥିଲା । ପୋଲିସର ଚାର୍ଜ ସିଟି ଅନୁସାରେ 12.8%ଙ୍କୁ ଦୋଷୀ ହୋଇଛନ୍ତି । ପୋଲିସ ହେପାଜତରେ 100 ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଥିଲା ।

2016ରେ 3082ଟି ମାମଲା ପୋଲିସ ବିରୋଧରେ ଅଭିଯୋଗ ହୋଇଥିଲା । 1104ଟି ମାମଲାରେ ପୋଲିସ ଚାର୍ଜ ସିଟି ଦାଖଲ କରିଛି । ସେଥିରୁ ମାତ୍ର 31 ଜଣ ଦୋଷୀ ହୋଇଥିଲେ । ପଞ୍ଜିକୃତ ମାମଲାରୁ ମାତ୍ର 1.0% ଟି ପ୍ରତିଶତ ଦୋଷୀ ପ୍ରମାଣିତ ହୋଇଥିଲା । ପୋଲିସର ଚାର୍ଜ ସିଟି ଅନୁସାରେ 2.80% ଜଣ ଦୋଷୀ ହୋଇଛନ୍ତି । ପୋଲିସ ହେପାଜତରେ 92 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏନସିଆରବି ରିପୋର୍ଟରେ ପ୍ରକାଶ ପାଇଛି ।

ସେହିପରି 2015ରେ ସର୍ବାଧିକ 5526ଟି ମାମଲା ପୋଲିସ ବିରୋଧରେ ଅଣାଯାଇଥିଲା । ସେହି ମାମଲା ମଧ୍ୟରୁ 1122ଟିରେ ପୋଲିସ ଚାର୍ଜ ସିଟ ଦାଖଲ କରିଥିଲା । 5526ଟି ମାମଲାରୁ ମାତ୍ର 25 ଜଣ ସେଥିରୁ ଦୋଷୀ ବୋଲି ଜଣାପଡିଥିଲେ । ପଞ୍ଜିକୃତ ମାମଲାରୁ ମାତ୍ର 0.45% ଟି ପ୍ରତିଶତ ଦୋଷୀ ପ୍ରମାଣିତ ହୋଇଥିଲା । ପୋଲିସର ଚାର୍ଜ ସିଟି ଅନୁସାରେ 2.22% ଜଣ ଦୋଷୀ ହୋଇଛନ୍ତି । ପୋଲିସ ହେପାଜତରେ 67 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏନସିଆରବି ରିପୋର୍ଟରେ କରିଛି ।

2014ରେ ପୋଲିସ ବିରୋଧରେ 2601 ଟି ମାମଲା ରୁଜୁ ହୋଇଥିଲା । ସେଥିରୁ 1132ଟି ମାମଲାରେ ପୋଲିସ ଚାର୍ଜ ସିଟ ଦାଖଲ କରିଥିଲା । 2604 ଟି ମାମଲା ମଧ୍ୟରୁ ମାତ୍ର 44 ଜଣ ଦୋଷୀ ହୋଇଥିଲେ । ପଞ୍ଜିକୃତ ମାମଲାରୁ ମାତ୍ର 1.69%ପ୍ରତିଶତ ଦୋଷୀ ରିପୋର୍ଟ ହୋଇଛି। ସେହିପରି ଚାର୍ଜ ସିଟି ମୁତାବକ ମାତ୍ର 3.88% ଙ୍କୁ ଦୋଷୀ ଚିହ୍ନଟ କରାଯାଇଥିଲା । ପୋଲିସ ହେପାଜତରେ 61 ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି ।

ଟର୍ଚର ଇଣ୍ଡିଆ 2019 ବାର୍ଷିକ ରିପୋର୍ଟ ଅନୁଯାୟୀ, ନ୍ୟାୟିକ ହେପାଜତ 1,606 ଜଣ ଏବଂ ପୋଲିସ ହେପାଜତରେ 125 ଜଣଙ୍କର ମୃତ୍ୟୁ ହୋଇଥିଲା ।

ତାମିଲନାଡୁରେ ନ୍ୟାୟିକ ମୃତ୍ୟୁକୁ ନେଇ ଏନସିଆରବିର ଏକ ରିପୋର୍ଟ...

2018ରେ ପୋଲିସ ବିରୋଧରେ 71 ଅଭିଯୋଗ ଅଣାଯାଇଥିଲା । ଯେଉଁଥିରୁ ମାତ୍ର 19ଟି ମାମଲାରେ ପୋଲିସ ଚାର୍ଜ ସିଟ ଦାଖଲ କରିଥିଲା । ଏଥିରେ ଜଣିଏଁ ହେଲେ ବି ଦୋଷୀ ସାବ୍ୟସ୍ତ ହୋଇନଥିଲେ । ସେହିପରି ପଞ୍ଜିକୃତ ମାମଲାରୁ 0 %ପ୍ରତିଶତ ଦୋଷୀ ରିପୋର୍ଟ ହୋଇଛି। ଚାର୍ଜ ସିଟି ମୁତାବକ 0% ଙ୍କୁ ଦୋଷୀ ଚିହ୍ନଟ କରାଯାଇଥିଲା । କିନ୍ତୁ ପୋଲିସ ହେପାଜତରେ 12 ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି ।

ଠିକ ସେହିଭଳି 2017ରେ ପୋଲିସ ବିରୋଧରେ 116 ଏତଲା ଦିଆଯାଇଥିଲା । ଯେଉଁଥିରେ 23ଟି କେସରେ ପୋଲିସ ଚାର୍ଜ ଦାଖଲ କରିଥିଲା । 116ଟି ମାମଲା ମଧ୍ୟରୁ ମାତ୍ର ଜଣେ ହିଁ ଦୋଷୀ ବୋଲି ଘୋଷଣା ହୋଇଥିଲା । ପଞ୍ଜିକୃତ ମାମଲାରୁ 0.86% ପ୍ରତିଶତ ଦୋଷୀ ରିପୋର୍ଟ ହୋଇଛି। ଚାର୍ଜ ସିଟି ମୁତାବକ 4.34% ଙ୍କୁ ଦୋଷୀ ଚିହ୍ନଟ କରାଯାଇଥିଲା । କିନ୍ତୁ ପୋଲିସ ହେପାଜତରେ 8 ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି ।

2016ରେ 114ଟି ମାମଲା ପୋଲିସ ବିରୋଧରେ ଆସିଥିଲା । ସେଥିରୁ ପୋଲିସ 42ଟି ଉପରେ ଚାର୍ଜ ସିଟ ଗ୍ରହଣ କରିଥିଲା । ମାତ୍ର ଜଣେ ହିଁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପଞ୍ଜିକୃତ ମାମଲାରୁ 0.88% ପ୍ରତିଶତ ଦୋଷୀ ରିପୋର୍ଟ ହୋଇଛି। ଚାର୍ଜ ସିଟି ମୁତାବକ 2.3% ଙ୍କୁ ଦୋଷୀ ଚିହ୍ନଟ କରାଯାଇଥିଲା । କିନ୍ତୁ ପୋଲିସ ହେପାଜତରେ 5 ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି ।

ସେହିପରି 2015ରେ ପୋଲିସ ବିରୋଧରେ 139 ଟି ମାମଲା ଦାୟର ହୋଇଥିଲା । 29ଟି ଚାର୍ଜ ସିଟ ଦାଖଲ ହୋଇଥିଲା । କିନ୍ତୁ ସେହି ବର୍ଷ କେହି ମଧ୍ୟ ଦୋଷୀ ବୋଲି ବିବେଚିତ ହୋଇନଥିଲେ । ପଞ୍ଜିକୃତ ମାମଲାରୁ 0% ପ୍ରତିଶତ ଦୋଷୀ ରିପୋର୍ଟ ହୋଇଛି। ଚାର୍ଜ ସିଟି ମୁତାବକ 0% ଙ୍କୁ ଦୋଷୀ ଚିହ୍ନଟ କରାଯାଇଥିଲା । କିନ୍ତୁ ପୋଲିସ ହେପାଜତରେ 3 ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି ।

2014ରେ ମଧ୍ୟ 126ଟି ମାମଲା ପୋଲିସ ବିରୋଧରେ ରହିଥିଲା । ସେଥିରୁ 54ଟି ଉପରେ ପୋଲିସ ଚାର୍ଜ ସିଟ ଦାଖଲ କରିଥିଲା । ଯେଉଁଥିରୁ ଜଣେ ମାତ୍ର ଦୋଷୀ ହୋଇଥିଲେ । ପଞ୍ଜିକୃତ ମାମଲାରୁ 0.79% ପ୍ରତିଶତ ଦୋଷୀ ରିପୋର୍ଟ ହୋଇଛି। ଚାର୍ଜ ସିଟି ମୁତାବକ 1.85%ଙ୍କୁ ଦୋଷୀ ଚିହ୍ନଟ କରାଯାଇଥିଲା । କିନ୍ତୁ ପୋଲିସ ହେପାଜତରେ 7 ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି ।

ପୋଲିସର କାର୍ଯ୍ୟକାରିତା ଉପରେ ଏକ ସର୍ଭେ ରିପୋର୍ଟ

ସେଣ୍ଟର ଫର ଷ୍ଟଡି ଅଫ ଡେଭଲପମେଣ୍ଟ ସୋସାଇଟି (CSDS) ର ଲୋକନିଟି ଟିମ ଜାଣିବାକୁ ପାଇଲେ ଯେ 25% ରୁ କମ ଭାରତୀୟ ପୋଲିସ ଉପରେ ବିଶ୍ୱାସ ରଖନ୍ତି (ସେନା ତୁଳନାରେ 54%)। ଏହା ଥିଲା 2018 ସର୍ଭେ ରିପୋର୍ଟ ।

ଷ୍ଟାଟସ ଅଫ୍ ଇଣ୍ଡିଆ ରିପୋର୍ଟ ଇଣ୍ଡିଆ ରିପୋର୍ଟ 2019 (ସାଧାରଣ କାରଣ - CSDS 2018) ଭାରତର ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ପ୍ରତ୍ୟେକ ଦୁଇଜଣ ପୋଲିସକୁ ଭୟ କରୁଛନ୍ତି ।

ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସେସ୍ (2018) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ, ପୋଲିସର ଅନିୟମିତ ଆଚରଣ ଭାରତୀୟ ଜନସଂଖ୍ୟାର ଚତୁର୍ଥାଂଶଙ୍କୁ ଅଭିଯୋଗ ରିପୋର୍ଟରୁ ନିବୃତ୍ତ କରିଥାଏ।

ଅକ୍ଟୋବର 14, 1997 ରେ ଭାରତ ଜାତିସଂଘର ନିର୍ଯାତନା ବିରୁଦ୍ଧରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲା, କିନ୍ତୁ ନିର୍ଯାତନା ଆଇନ ପ୍ରଣୟନ କରି ଏପର୍ଯ୍ୟନ୍ତ ଏହାକୁ ଅନୁମୋଦନ କରିପାରି ନାହିଁ। ଇଣ୍ଡିଆ କେବଳ ମାନବ ନିର୍ଯାତନା ଉପରେ ମିଳିତ ରାଷ୍ଟ୍ରର ସମ୍ମିଳନୀକୁ ଅନୁମୋଦନ କରିବାରେ ବିଫଳ ହୋଇନାହିଁ, ବରଂ ନିର୍ଯାତନା ନିବାରଣ ବିଲ 2017କୁ ପାସ କରିବାରେ ମଧ୍ୟ ଅସମର୍ଥ ରହିଛି ।

ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଏବଂ ଏହାର ଖରାପ କାର୍ଯ୍ୟକାରିତା

2006ରେ, ପ୍ରକାଶ ସିଂ ଏବଂ ଅନ୍ୟମାନେ ବନାମ ୟୁନିଅନ ଅଫ୍ ଇଣ୍ଡିଆ ଓ ଅନ୍ୟାନ୍ୟ ପୋଲିସ ସଂସ୍କାର ପାଇଁ ସୁପ୍ରିମକୋର୍ଟ ସାତୋଟି ନିର୍ଦ୍ଦେଶନାମା ଜାରି କରିଥିଲେ। ଷଷ୍ଠ ନିର୍ଦ୍ଦେଶନାମା ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ତୁରନ୍ତ ପ୍ରଭାବ ସହିତ ରାଜ୍ୟ ତଥା ଜିଲ୍ଲା ସ୍ତରରେ ପୋଲିସ୍ ଅଭିଯୋଗ କର୍ତ୍ତୃପକ୍ଷ (PCA) ଗଠନ କରିବାକୁ କୁହାଯାଇଥିଲା।

ହେପାଜତରେ ଦୁଷ୍କର୍ମ / ଦୁଷ୍କର୍ମ ଉଦ୍ୟମ / ମୃତ୍ୟୁ, ଗୁରୁତର ଆଘାତ, ଦୁର୍ନୀତି ଠାରୁ ଆରମ୍ଭ କରି ବେଆଇନ ଗିରଫ ପର୍ଯ୍ୟନ୍ତ ପୋଲିସର ଅସଦାଚରଣର ଅଭିଯୋଗ ଗ୍ରହଣ ଏବଂ ଅନୁସନ୍ଧାନ ପାଇଁ ଏହା ହେଉଛି ବାହ୍ୟ ସଂସ୍ଥା ।

ପିସିଏ ପଛରେ ଥିବା ଉଦ୍ଦେଶ୍ୟ ହେଉଛି ଏହା ନିଶ୍ଚିତ କରିବା ଯେ, ପୋଲିସ ବିରୁଦ୍ଧରେ ଅଭିଯୋଗର ବ୍ୟାପକ ଆଭିମୁଖ୍ୟକୁ ପରିଚାଳନା କରିବାରେ ବିଶେଷଜ୍ଞ ଥିବା ଏକ ସ୍ଥାନୀୟ ପ୍ରଣାଳୀ ସାଧାରଣ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହେବ। ପୋଲିସିଂ ସଂସ୍କୃତିର ପରିବର୍ତ୍ତନ ଏବଂ ଏହାକୁ ପୁରା ପେସାଦାର କରିବା PCA ର ଏକ ଦୀର୍ଘକାଳୀନ ଲକ୍ଷ୍ୟ ।

ଏହାର କାର୍ଯ୍ୟକାରିତା

କମନୱେଲଥ ମାନବ ଅଧିକାର ଅଭିଯାନ (CHRI) PCA ର କାର୍ଯ୍ୟକାରିତା ଏବଂ ଅଗ୍ରଗତି ଉପରେ ନଜର ରଖିଥାଏ, ଯାହା ଅନୁପଯୁକ୍ତ ମନେହୁଏ ।

CHRI ଅନୁଯାୟୀ, ରାଜ୍ୟଗୁଡ଼ିକ କେବଳ କାଗଜରେ PCA ସୃଷ୍ଟି କରିଛନ୍ତି କିମ୍ବା କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରିବାକୁ ବାଛିଛନ୍ତି।

ଯେଉଁ ରାଜ୍ୟଗୁଡ଼ିକରେ କାର୍ଯ୍ୟକ୍ଷମ PCA ଅଛି ସେମାନେ ହେଉଛନ୍ତି ଆସାମ, ଛତିଶଗଡ, ଗୋଆ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ତ୍ରିପୁରା ଏବଂ ଉତ୍ତରପ୍ରଦେଶ । ସାତ ୟୁନିଅନ ଟେରିଟୋରୀରେ କାର୍ଯ୍ୟକ୍ଷମ PCA ଅଛି । କେବଳ ଆସାମ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ନାଗାଲାଣ୍ଡ ଏବଂ ରାଜସ୍ଥାନରେ ଉଭୟ ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ବ୍ୟବସ୍ଥା ରହିଛି।

PCA ଗୁଡ଼ିକୁ କାର୍ଯ୍ୟକ୍ଷମ କରିନଥିବା ରାଜ୍ୟଗୁଡ଼ିକରେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଓଡିଶା, ହିମାଚଳ ପ୍ରଦେଶ, ବିହାର ଏବଂ ଆନ୍ଧ୍ରପ୍ରଦେଶ ଅନ୍ତର୍ଭୁକ୍ତ।

ମଧ୍ୟପ୍ରଦେଶରେ କେବଳ ଜିଲ୍ଲା ସ୍ତରରେ ସ୍ଥାପନ କରିବାକୁ ଚୟନ କରିଛି। 22ଟି ରାଜ୍ୟ ସ୍ବତନ୍ତ୍ର ପ୍ୟାନେଲ ଚୟନ ନକରି କୋର୍ଟ ଦ୍ୱାରା ବାଧ୍ୟତାମୂଳକ ଭାବରେ ସର୍ଟଲିଷ୍ଟରୁ PCAS କର୍ମଚାରୀଙ୍କୁ ମନୋନୀତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.