ETV Bharat / bharat

ଆସାମ ଦିବ୍ରୁଗଡରେ ପୁଣି ଲାଗିଲା କର୍ଫ୍ୟୁ

ସିଏଏ ଆଇନକୁ ନେଇ ପ୍ରତିବାଦର ସ୍ବର କମିବା ବଦଳରେ ବଢିଚାଲିଛି । ଦେଶର ଉତ୍ତର ପୂର୍ବାଞ୍ଚଳରେ ଦେଖାଦେଇଥିବା ଏହି ପ୍ରତିବାଦର ଛବି ବିଶେଷ କରି ଆସାମରେ ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...

author img

By

Published : Dec 24, 2019, 11:57 PM IST

ଆସାମ ଦିବ୍ରୁଗଡରେ ପୁଣି ଲାଗିଲା କର୍ଫ୍ୟୁ
ଆସାମ ଦିବ୍ରୁଗଡରେ ପୁଣି ଲାଗିଲା କର୍ଫ୍ୟୁ

ଗୌହାଟି: ସିଏଏ ଆଇନକୁ ନେଇ ଲାଗିରହିଥିବା ପ୍ରତିବାଦର ସ୍ବର କମିବା ବଦଳରେ ବଢିଚାଲିଛି । ଦେଶର ଉତ୍ତର ପୂର୍ବାଞ୍ଚଳରେ ଦେଖାଦେଇଥିବା ଏହି ପ୍ରତିବାଦର ଛବି ବିଶେଷ କରି ଆସାମରେ ଦେଖିବାକୁ ମିଳିଛି । ଯାହା ଫଳରେ ପୁରା ଅଶାନ୍ତ ହୋଇ ଉଠିଛି ଆସାମ । ଆସାମ ରାଜଧାନୀ ଗୌହାଟି, ଦିବ୍ରୁଗଡ ସହର ଓ ତିନଶୁକିଆରେ ବିଶେଷ କରି ପୁଣିଥରେ କର୍ଫ୍ୟୁ ଲାଗି କରାଯାଇଛି। ଫଳରେ ଜନଜୀବନ ବ୍ୟାହାତ ହୋଇଉଠିଛି ।

ତେବେ ଧିରେ ଧିରେ ପରିସ୍ଥିତି ଶାନ୍ତ ହେବାରେ ଲାଗିଥିଲେ ମଧ୍ୟ ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବିଶେଷ କରି ଦିବ୍ରୁଗଡରେ କର୍ଫ୍ୟୁ କଟକଣା ପୁଣି ଥରେ କରାଯାଇଛି । ଅନ୍ୟପଟେ ସିଏଏକୁ ନେଇ ରାଜ୍ୟରେ ଯେଉଁ ଅଶାନ୍ତି ବାତାବରଣ ଦେଖାଦେଇଥିଲା ସେହି ଅଭିଯୋଗରେ ସୋମବାର 23 ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସ ବିଭିନ୍ନ ଆଡକୁ ନଜରରେ ରଖି ଏହି ଗିରଫଦାରୀ ଜାରି ରଖିଛି । ସିସିଟିଭି ଫୁଟେଜ ଠାରୁ ଆରମ୍ଭ କରି ମୋବାଇଲ ଭିଡିଓକୁ ଆଧାର କରି ଏହି ଗିରଫଦାରୀ କରୁଛି ପୋଲିସ ।

ସେପଟେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ 75ଟି ମାମଲା ଦାୟର ହୋଇଥିବା ବେଳେ ହିଂସା ସମୟର ପ୍ରମାଣ ଯିଏ ବି ଦେବ ସେମାନଙ୍କ ପାଇଁ ପୁରସ୍କାର ରାଶିର ବି ଘୋଷଣା କରାଯାଇଛି ।

slug-heat wave returns
format-avo
report-sadasiba patra
place-Phulabani(Kandhamal)
date-7.5.2019
ଫେରିଯାଇଛି ବାତ୍ୟା ଫୋନି  । କିଛି ଦିନ ପାଇଁ ଗ୍ରୀଷ୍ମପ୍ରବାହ ଉଭେଇ ଯିବା ପରେ ପୁଣି ଫେରିଛି ତାତି  । କନ୍ଧମାଳ ଜିଲାରେ ହାରାହାରି ତାପମାତ୍ରା ଗତ ଦୁଇ ଦିନ ମଧ୍ୟରେ ଆଠ ଡିଗ୍ରୀ ବୃଦ୍ଧି ପାଇଛି  । ଆଜି ଫୁଲବାଣୀର ତାପମାତ୍ରା ଚାଳିଶ ଡିଗ୍ରୀ ଛୁଇଁଛି ଏବଂ 40.5 ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି  । ସେହିପରି ଜିଲାର ବାଲିଗୁଡା,ଘୁ.ଉଦୟଗିରି,ରାଇକିଆ,ଟିକାବାଲି,ତୁମୁଡିବନ୍ଧ ସବୁଠି ତାପମାତ୍ରା ବୃଦ୍ଧି ପାଇବା ସହିତ ପୁଣି ଲେଉଟିଛି ଗ୍ରୀଷ୍ମ ପ୍ରବାହ  । ଝାଞ୍ଜିରେ ଛଟପଟ ହେଉଛନ୍ତି ଜିଲାବାସୀ  ।
.......................
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.